Angul News: ଓପି ଜିନ୍ଦଲସ୍କୁଲର ବାର୍ଷିକ ପ୍ରଦର୍ଶନୀ “ଏକ୍ସପ୍ଲୋରେଟୋରିୟମ୍” ଆୟୋଜିତ

Advertisement

Angul News: ଅନୁଗୁଳ: ଓ.ପି ଜିନ୍ଦଲ ସ୍କୁଲ ପରିସରରେ ବିଦ୍ୟାଳୟର ବାର୍ଷିକ ପ୍ରଦର୍ଶନୀ, “ଏକ୍ସପ୍ଲୋରେଟୋରିୟମ୍” ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଦର୍ଶନୀରେ ବିଜ୍ଞାନ, ଗଣିତ, ସାହିତ୍ୟ, ସାମାଜିକ ବିଜ୍ଞାନ ଭଳି ବିଷୟ ସମେତ କଳା, କ୍ରୀଡା, ରଙ୍ଗୋଲି ଏବଂ ବୃତ୍ତି ପରାମର୍ଶ ଆଦିରେ ପ୍ରାୟ 200 ଅଭିନବ ତଥା ଆକର୍ଷଣୀୟ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ସ୍କୁଲର ଶିକ୍ଷକ ଏବଂ ବିଭାଗୀୟ ମୁଖ୍ୟଙ୍କ ମାର୍ଗଦର୍ଶନରେ ଛାତ୍ରଛାତ୍ରୀମାନେ ଉପସ୍ଥାପନ କରୁଥିବା ବିଷୟରେ ଅବଧାରଣା ପାଇ ପ୍ରକଳ୍ପଗୁଡ଼ିକ ପ୍ରଦର୍ଶନ କରିଥିଲେ।

ପ୍ରଧାନଶିକ୍ଷକ ଡକ୍ଟର ଅଶ୍ୱିନୀ କୁମାର ସାହୁଙ୍କ ସ୍ୱାଗତ ଅଭିଭାଷଣରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା। ଏହି ଅବସରରେ ଭାରତନାଟ୍ୟମ୍, ଶିବ ତାଣ୍ଡବ ଏବଂ ଅର୍କେଷ୍ଟ୍ରାଲ୍ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା, ଯାହା ଉତ୍ସବକୁ ଆହୁରି ଆକର୍ଷଣୀୟ କରି ଦେଇଥିଲା।

ମୁଖ୍ୟ ଅତିଥି ଭାବେ ଜେଏସପି ଅନୁଗୁଳର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ଶ୍ରୀ ଦିଲୀପ କୁମାର ସିହ୍ନା ଏବଂ ସ୍ୱତନ୍ତ୍ର ଅତିଥି ଭାବେ ଜେଏସପିର ଜେନେରାଲ ମ୍ୟାନେଜର (ଏଚଆର ଆଣ୍ଡ ଇଏସ) ଶ୍ରୀ ଶରତ କିଶୋର ପଣ୍ଡା ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର କଠିନ ପରିଶ୍ରମ ଏବଂ ସୃଜନଶୀଳତା ପାଇଁ ପ୍ରଶଂସା କରିଥିଲେ | ସ୍କୁଲର ଉପଧାକ୍ଷ ଡ. ଅରୁଣା କୁମାର ଦାଶଙ୍କ ସହିତ ଅତିଥିମାନେ ପ୍ରଦର୍ଶିତ ହୋଇଥିବା ଷ୍ଟଲ ଗୁଡିକୁ ପରିଦର୍ଶନ କରି ଛାତ୍ରମାନଙ୍କ ଚତୁରତା, ଉତ୍ସର୍ଗୀକୃତତା ଏବଂ ଉତ୍ସାହକୁ ପ୍ରଶଂସା କରିଥିଲେ। ଏହି ପ୍ରଦର୍ଶନୀରେ ପିଲାମାନଙ୍କ ବିଜ୍ଞାନ, କଳା, ଏବଂ ସାହିତ୍ୟି ଜ୍ଞାନର ଏକ ନିଦର୍ଶନ ଦେଖିବାକୁ ମିଳିଥିଲା |

Advertisement

ସମାରୋହ ଶେଷରେ ବିଜେତା ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା | ସେହିପରି ଅତିଥିମାନେ ଓପିଜେଏସଏ’ର ଯୁବ ଲେଖକମାନଙ୍କୁ ସମ୍ମାନିତ କରିଥିଲେ | ଏହି ଅବସରରେ ହୋଇଥିବା ଚମତ୍କାର କଳା, ରଙ୍ଗୋଲି ଡିଜାଇନ୍ ଏବଂ ସୁସଜ୍ଜିତ ପରିବେଶ ସମସ୍ତଙ୍କ ପାଇଁ ଏକ ସ୍ମରଣୀୟ ଅନୁଭୂତି ଛାଡି ଦେଇଗଲା |

Leave a Reply

Your email address will not be published. Required fields are marked *