ଅନୁଗୋଳ (ସୁବ୍ରତ ପଟ୍ଟନାୟକ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ତହସିଲ ଅଞ୍ଚଳରେ ବ୍ରାହ୍ମଣୀ ନଦୀ ର ଗତି ପଥ ବଦଳାଉଛନ୍ତି ଠିକା ସଂସ୍ଥା ଓ ବାଲିମାଫିଆ ।ସବୁ ଜାଣି ନଜାଣିଲା ପରି ଚୁପ୍ ବସିଛି ସ୍ତାନୀୟ ତହସିଲ୍ ପ୍ରଶାସନ।ନଜରର ପକାନ୍ତୁ ପରଜଙ୍ଗ ତହସିଲ ଅନ୍ତର୍ଗତ ସରାଙ୍ଗ ବ୍ରହ୍ମାଣୀ ପୋଲ ନିର୍ମାଣ କରୁଥିବା କୁନାଲ ଷ୍ଟ୍ରକଚର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ପୋଲର ଉପର ଭାଗରେ କିପରି ୫ଶହ ମିଟର ମେସିନ୍ ସାହାଯ୍ଯ ରେ ବ୍ରାହ୍ମଣୀ ନଦୀ ର ଗତି ପଥ ବଦଳାଇ ଦେଇଛି ଉକ୍ତ ଠିକା ସଂସ୍ଥା । ଫଳରେ ତଳ ଭାଗରେ ଥିବା ଜଟିଆ ଗ୍ରାମବାସୀ ଚାଷ ଜମି କୁ ପାଣି ରୁ ବଞ୍ଚିତ ହେବା ସହ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅସନ୍ତୋଷ ପ୍ରକାଶ କରିଛନ୍ତି।
ସେହିପରି ପରଜଙ୍ଗ ତହସିଲ ଅଧିନରେ ଥିବା ୬ଟି ବାଲିଘାଟରେ ଦିନ ରାତି ଏକ କରି ମେସିନ୍ ସାହାଯ୍ଯ ରେ ହଜାର ହଜାର ଟ୍ରିପ ବାଲି ଉଠାଣ ହେଉଛି। ବାଲି ଉଠାଣ ଯୋଗୁଁ ନଦୀରେ ବଡ଼ ବଡ଼ ଗର୍ତ୍ତ ହେବା ଫଳରେ, ବିଗତ ଦିନରେ ବହୁ ଦୁର୍ଘଟଣା ହେଇଥିବା କହିଛନ୍ତି ଅଞ୍ଚଳବାସୀ। ସେପଟେ ବାଲି ଘାଟରେ କୌଣସି ଜନ୍ତ୍ର ବ୍ୟବହାର ହେବନାହିଁ, କେବଳ ଶ୍ରମିକ ସାହାଯ୍ଯରେ ବାଲି ଉଠାଣ ହେବାର ନିୟମ ଥିବା ବେଳେ କିପରି ମେସିନ୍ ସାହଯ୍ଯ ରେ ବାଲି ଉଠାଣ ହେଉଛି ବୋଲି ପ୍ରଶ୍ନ କରିଛନ୍ତି ପରିବେଶବିତ୍ତ।
ଏ ନେଇଜାତୀୟ ସବୁଜ ପ୍ରାଧିକରଣ ଙ୍କ ଦ୍ୱାରସ୍ଥ ହେବକୁ ଜାତୀୟ ସବୁଜ ପ୍ରାଧିକରଣ ଙ୍କ ଦ୍ୱାରସ୍ଥ ହେବକୁ ସମାଜ ସେବୀ ଚେତାବନୀ ଦେଇଥିବା ବେଳେ, ସ୍ଥାନୀୟ ତହସିଲଦାର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିକ୍ରିୟା ରେ ଦେଇଛନ୍ତି।
ତେବେ ବ୍ରାହ୍ମଣୀ ଗତିପଥ ବଦଳାଉଥିବା ଠିକା ସଂସ୍ଥା ଓ ବାଲିମାଫିଆ ଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ ହେଉଛି, ତାହା ଦେଖିବାକୁ ବାକି ରହିଲା।
ଓଡ଼ିଶାର ଦ୍ଵିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀ ପ୍ରାକୃତିକ ଗତିପଥକୁ ଠିକା ସଂସ୍ଥା ଓ ବାଲିମାଫିଆ ବଦଳାଉଥିବା ଅଭିଯୋଗ

