ସେନା ହେଲିକପ୍ଟର କ୍ରାସ୍‌ରେ ଓଡ଼ିଆ ପୁଅ ରାଣାଙ୍କ ନିଧନ

Advertisement

ଅନୁଗୋଳ: ତାମିଲନାଡୁରେ ସେନା ହେଲିକପ୍ଟର କ୍ରାସ୍‌ରେ ମୃତ୍ୟୁବରଣ କରିଥିବା ଯବାନଙ୍କ ମଧ୍ୟରେ ରହିଛନ୍ତି ଜଣେ ଓଡ଼ିଆ ଯବାନ। ସେ ହେଲେ ଅନୁଗୋଳ ଜିଲା ତାଳଚେର କଣ୍ଢାଳ ପଞ୍ଚାୟତ କୃଷ୍ଣଚନ୍ଦ୍ରପୁର ଗାଁର ଶ୍ରୀବତ୍ସ ଦାସଙ୍କ ପୁଅ ରାଣା ପ୍ରତାପ ଦାସ। ଯାହାଙ୍କ ନିଧନ ଖବର ପରିବାର ବର୍ଗ କୁ ମ୍ରିୟମାଣ କରିଛି ।
ରାଣା ପ୍ରତାପ ବାୟୁସେନାର ଜୁନିୟର ୱାରେଣ୍ଟ ଅଫିସର ଭାବେ କାର୍ଯ୍ୟରତ ଥିଲେ। ଗତ ଏକ ମାସ ହେବ ତାମିଲନାଡୁରେ ରହିଆସୁଥିଲେ। ବାପା ଶ୍ରୀବତ୍ସ ଦାସ ଜଣେ ଅବସରପ୍ରାପ୍ତ କଲେଜ କିରାଣୀ । ଅବସର ପରେ ସେ ଅସୁସ୍ଥ ପ୍ରାୟ ରହୁଥିବା ବେଳେ ମା ସୁଷମା ଜଣେ ମାନସିକ ରୋଗୀ। ୩୫ବର୍ଷର ପୁଅକୁ ହରାଇ ମ୍ରିୟମାଣ ହୋଇ ପଡିଛନ୍ତି। ରାଣାଙ୍କ ପତ୍ନୀ ଶିବାଙ୍ଗୀ ଏୟାରଫୋର୍ସରେ ଡେଣ୍ଟିଷ୍ଟ ଭାବେ କାର୍ଯ୍ୟରତ। ତାଙ୍କର ବର୍ଷକର ପୁଅଟିଏ ରହିଥିବା ବେଳେ ସେ ଏବେ ବିହାରରେ କାର୍ଯ୍ୟରତ ଥିବା ସୂଚନା ମିଳିଛି । ତେବେ ରାଣା ଘରର ସାନ ପୁଅ ହୋଇଥିବା ବେଳେ ତାଙ୍କ ବିୟୋଗରେ ଗାଁରେ ଶୋକର ଛାୟା ଖେଳିଯାଇଛି।ଯାହାକୁ ନେଇ ପୁରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ନିଧନ କୁ ନେଇ ଶୋକ ପ୍ରକାଶ କରିଛନ୍ତି ତାଳଚେର ପୁଅ ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ। ସୂଚନାଯୋଗ୍ୟ, ଗତକାଲି ମଧ୍ୟାହ୍ନରେ ସିଡିଏସ୍ ବିପିନ ରାୱତ, ତାଙ୍କ ପତ୍ନୀଙ୍କ ସମେତ ୯ ଜଣ ସଦସ୍ୟ ଓ ୪ ଜଣ କ୍ରିଉ ମେମ୍ବର ୱେଲିଂଟନ୍ ଯାଉଥିବା ବେଳେ ହେଲିକପ୍ଟରଟି କ୍ରାସ୍ ହୋଇ ଯାଇଥିଲା । ୧୪ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି।

Advertisement

Leave a Reply

Your email address will not be published. Required fields are marked *