ଜିଲ୍ଲାରେ ସଂପୂର୍ଣ୍ଣ ମଦମୁକ୍ତ ଦାବିରେ ଗଣଧାରଣା

Advertisement

Angul News: ସାରା ଓଡିଶାରେ ମଦ ବିରୋଧରେ ସଂଗ୍ରାମ କରୁଥିବା ମିଳିତ ଓଡିଶା ନିଶାନିବାରଣ ଅଭିଯାନ ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ତଥା ରାଜ୍ୟକୁ ମଦମୁକ୍ତ ଦାବୀରେ ଏକ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ରାଜ୍ୟ ସରକାର ତୁରନ୍ତ ସମସ୍ତ ମଦ ଦୋକାନକୁ ବନ୍ଦ କରନ୍ତୁ ବୋଲି ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରିଥିଲେ ।

ପ୍ରକାଶ ଥାଉକି ବିଗତ ୧୦ବର୍ଷ ଧରି ନିଶା ବିରୋଧରେ ମିଳିତ ଓଡିଶା ନିଶା ନିବାରଣ ଅଭିଯାନ ଆନ୍ଦୋଳନ ଚଳାଇ ଆସିଛି । ଯେତେ ସବୁ ଚୋରି, ଡକାୟତି, ରାହାଜାନୀ, ଦୁର୍ଘଟଣା, ହତ୍ୟା ହେଉଛି ତାହା ମୂଳରେ ନିଶା ଏକ ପ୍ରମୁଖ କାରଣ । ୧୯୫୬ ମସିହାରେ ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ନିଶା ନିବାରଣ ଉପରେ ଏକ ଆଇନ ପ୍ରଣୟନ କରିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ । ବିଗତ ସରକାର ନିଶାକୁ ବଢାଇଥିବା ଯୋଗୁଁ ଜନସାଧାରଣ ତାଙ୍କ ବିରୋଧରେ ଗଲେ । ଏବର ସରକାର ଆସୁ ଆସୁ ଦେଶୀ ଓ ବିଦେଶୀ ମଦ ଦୋକାନକୁ ପୁଣି ଥରେ ଖୋଲିବାକୁ ସମସ୍ତ ଜିଲ୍ଲାପାଳମାନଙ୍କୁ ସରକାର ନିର୍ଦ୍ଦେଶ ଦେଇଥିଲେ ହେଁ ଲୋକଙ୍କ ତରଫରୁ ପ୍ରବଳ ବିରୋଧ ଯୋଗୁଁ ତାହା ଏକମାସ ପାଇଁ ଘୁଞ୍ଚାଇ ଦେଇଛନ୍ତି।

ରାଜ୍ୟରେ ଜନସାଧାରଣଙ୍କୁ ନିର୍ବାଚନ ପ୍ରତିଶ୍ରୁତିରେ ମଦ ବନ୍ଦ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ସରକାର ତୁରନ୍ତ ସମସ୍ତ ମଦଦୋକାନକୁ ବନ୍ଦ କରନ୍ତୁ ବୋଲି ଆଜିର ବକ୍ତବ୍ୟରେ ରାଜ୍ୟ କମିଟୀ ସଦସ୍ୟ ମଳୟ ତ୍ରିପାଠୀ, ଶୁଭେନ୍ଦୁ ରାଉତରାୟ, ସର୍ବୋଦୟ ପତ୍ରିକାର ପରିଚାଳକ ଇନ୍ଦୁମତୀ ସାହୁ, ଉତ୍କଳ ସର୍ବୋଦୟ ମଣ୍ଡଳର ରାଜ୍ୟ ସଂପାଦକ ରମାକାନ୍ତ ମଣ୍ଡଳ, ଉତ୍କଳ ନବଜୀବନ ମଣ୍ଡଳର ସାଧାରଣ ସଂପାଦକ ଶିବରାମ ମିଶ୍ର, ସଂପାଦକ ମୂରଲିଧର ମୂଳିଆ, ରାଜଶ୍ରୀ ମହାନ୍ତି, ରଂଜିତା ନାୟକ, ସରୋଜ ଶତପଥି, ତପନ ପ୍ରଧାନ, ବାଜିରାଉତ ଛାତ୍ରାବାସର ସଂପାଦିକା କ୍ରିଷ୍ଣା ମହାନ୍ତି ପ୍ରଭୃତି ଅଂଶଗ୍ରହଣ କରିଥିଲେ।

Advertisement

Leave a Reply

Your email address will not be published. Required fields are marked *