Angul News: ବହ୍ଲର ବଙ୍ଗୁ ପଂଚାୟତ ରାସ୍ତା କାର୍ଯ୍ୟ ତୁରନ୍ତ କରିବାକୁ ସାଂସଦ ରୁଦ୍ର ପାଣିଙ୍କ ନିର୍ଦେଶ

Advertisement

Angul News: ତାଳଚେର: ତାଳଚେର ବ୍ଲକ ରେ ପଂଚାୟତ ମାନଙ୍କରେ ରାସ୍ତା ସମ୍ପୂର୍ଣ ବିପର୍ଯ୍ୟୟ ହୋଇ ପଡିଛି |ବାରମ୍ବାର ଦାବୀ ଆପତ୍ତି କରିବା ସତ୍ୱେ ଶୁଣିବାକୁ କେହି ନାହିଁ। ଶନିବାର ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଅଚାନକ ତାଳଚେର ବହ୍ଲର ଛକ ଆସି ବହ୍ଲର ବଙ୍ଗୁ ଇନ୍ଦିରା ଗାନ୍ଧି ରାସ୍ତା ର ଦ୍ୱରାବସ୍ଥା ଦେଖି ଚକିତ ହୋଇଥିଲେ |ଉପସ୍ଥିତ ଜନସାଧାରଣ, ଅଂଚଳବାସୀ ଓ କାର୍ଯ୍ୟକର୍ତା ମାନେ ଏ ରାସ୍ତା ସମ୍ପର୍କରେ ସାଂସଦ ଙ୍କ ନିକଟରେ ଅଭିଯୋଗ କରିଥିଲେ |ସାଂସଦ ଶ୍ରୀ ପାଣି ତୁରନ୍ତ ତାଳଚେର ବିଡ଼ିଓ ଚିନ୍ମୟୀ ଚେତନା ଦାସ ଓ ଏନଟିପିସି ଟିଟିପିଏସ ର ବରିଷ୍ଟ ଅଧିକାରୀ ଙ୍କୁ ଫୋନ କରି ଉକ୍ତ ସ୍ଥାନ କୁ ଡାକିଥିଲେ |ଏନଟିପିସି ଓ ଅଧିକାରୀ ଓ ବିଡ଼ିଓ ଙ୍କ ସମେତ ଯନ୍ତ୍ରୀ ଓ ବିଭିନ୍ନ ବିଭାଗର ଅଧିକାରୀ ମାନେ ଘଟଣା ସ୍ଥଳ ରେ ପହଂଚି ଥିଲେ |ସାଂସଦ ଶ୍ରୀ ପାଣି ଉପସ୍ଥିତ ଜନସାଧାରଣ ଙ୍କ ସମ୍ମୁଖରେ ସମସ୍ତ ସରକାରୀ ଅଧିକାରୀ ଙ୍କୁ ରାସ୍ତା ପରିଦର୍ଶନ କରାଇ ଉକ୍ତ ରାସ୍ତା ର ଉର୍ନ୍ନତି କରଣ କାର୍ଯ୍ୟ ତୁରନ୍ତ କରିବାକୁ ନିର୍ଦେଶ ଦେଇଥିଲେ। ସାଂସଦ ଙ୍କର ଏଭଳି କାର୍ଯ୍ୟକୁ ସାଧାରଣ ରେ ବହୁ ପ୍ରଶଂସା ମିଳିଥିଲା। ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା, ସନ୍ଥପଡା ସରପଞ୍ଚ ସହଦେଵ ସାହୁ, ମହାଦେବ ଦାସ, ପ୍ରଦୀପ ସାମଲ ଙ୍କ ସମେତ ଶତାଧିକ ବିଜେପି କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।

Advertisement

Leave a Reply

Your email address will not be published. Required fields are marked *