Odisha News: କେନ୍ଦ୍ରୀୟ ବିଦ୍ୟାଳୟ ପ୍ରସଙ୍ଗରେ ବିଧାୟକ ଓ ବିଜେଡି ତାଳଚେରବାସୀଙ୍କୁ କ୍ଷମା ମାଗନ୍ତୁ: କାଳନ୍ଦି ସାମଲ

Advertisement

Odisha News: ତାଳଚେର: ତାଳଚେର ରେ ବହୁ ପ୍ରତିକ୍ଷୀତ ଦୀର୍ଘ ଦିନର ଦାବୀ କେନ୍ଦ୍ରୀୟ ବିଦ୍ୟାଳୟ ଶୁକ୍ରବାର ଦିନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରକମଳ ରେ ପ୍ରତିଷ୍ଠା ଲାଭ କରିଛି |କେନ୍ଦ୍ରୀୟ ବିଦ୍ୟାଳୟ ତାଳଚେର ରେ କରାଇବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିଶୃତି ଦେବା ସହ ମଂଜୁର କରିଥିଲେ |ଦୀର୍ଘ ବର୍ଷ ଧରି ତତ୍କାଳୀନ ରାଜ୍ୟ ସରକାର ଏବଂ ଜିଲ୍ଲାପାଳ ଙ୍କୁ ଜମି ପ୍ରଦାନ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାରମ୍ବାର ଚିଠି ଲେଖି ଅନୁରୋଧ କରିଥିଲେ |ଏପରିକି ଜମି ଯେଉଁଦିନ ପ୍ରଦାନ କରିବେ ସେହି ଦିନ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଭୂମି ପୂଜନ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ବହୁବାର ତାଳଚେର ଅଂଚଳ ର ବିଭିନ୍ନ ସଭାରେ ସର୍ବସାଧାରଣ ରେ ପ୍ରକାଶ କରି ଆସୁଥିଲେ |ପୁରୁଣା ଯୁବରାଜ ହାଇସ୍କୁଲ ରେ ଜମି ଥିବା ସତ୍ୱେ ରାଜ୍ୟ ବିଜେଡି ସରକାର, ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଏବଂ ପ୍ରାକ୍ତନ ସାଂସଦ ମହେଶ ସାହୁ ଚକ୍ରାନ୍ତ କରି କେନ୍ଦ୍ରୀୟ ବିଦ୍ୟାଳୟ କୁ କରାଇ ଦେଉନଥିଲେ ବୋଲି ବରିଷ୍ଠ ବିଜେପି ନେତା କାଳନ୍ଦି ସାମଲ ଅଭିଯୋଗ କରିଛି |କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ନା ହୋଇଯିବ ବୋଲି ସେମାନେ ଏଥିରେ ପ୍ରତିବନ୍ଧକ ସାଜିଥିଲେ |ଏବେ ସରକାର ବଦଳିଛି ରାଜ୍ୟରେ ବିଜେପି ସରକାର ଆସିଛି, ସେହି ପୁରୁଣା ଯୁବରାଜ ହାଇସ୍କୁଲ ରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ହେବାପାଇଁ ଶିଳାନ୍ୟାସ ହୋଇଛି |ଯଦି ଜମି ସେହି ଯୁବରାଜ ହାଇସ୍କୁଲ ରେ ନଥିଲା ଏବେ ପୁଣି ଜମି ସେହି ସ୍ଥାନରେ କୋଉଠୁ ଆସିଲା ବୋଲି ବିଜେପି ପ୍ରଶ୍ନ କରିଛି |ଚକ୍ରାନ୍ତ କରି ପ୍ରଶାସନ କୁ ଲଗାଇ କେନ୍ଦ୍ରୀୟ ବିଦ୍ୟାଳୟ ନ କରାଇବା ପାଇଁ ବିଜେଡି ଓ ତାଳଚେର ବିଧାୟକ କରିଥିବା ଷଡ଼ଯନ୍ତ ର ଆଜି ପର୍ଦାଫାଶ ହୋଇଛି |କେନ୍ଦ୍ରୀୟ ବିଦ୍ୟାଳୟ ହୋଇଥିଲେ 5 ବ୍ୟାଚ ପିଲା ପାଠ ପଢି ସାରନ୍ତେଣି|ଆଜି 5 ବର୍ଷ ପରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲୁଛି |ଏହି ବିଳମ୍ବ ପାଇଁ ବିଜେଡି ଦାୟୀ |କେନ୍ଦ୍ରୀୟ ବିଦ୍ୟାଳୟ ଏଠାରେ କରାଇନଦେବା ପାଇଁ କରିଥିବା ଷଡ଼ଯନ୍ତ ପାଇଁ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରାକ୍ତନ ସାଂସଦ ମହେଶ ସାହୁ ଓ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ତାଳଚେର ବାସୀ ଙ୍କ ନିକଟରେ କ୍ଷମା ମାଗନ୍ତୁ ବୋଲି ବରିଷ୍ଠ ବିଜେପି ନେତା କାଳନ୍ଦି ସାମଲ ପ୍ରକାଶ କରିଛନ୍ତି |

Leave a Reply

Your email address will not be published. Required fields are marked *