Angul News: ଅନୁଗୋଳ ଗସ୍ତରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ

Advertisement

Angul News: ଅନୁଗୋଳ: ଅନୁଗୋଳ ଗସ୍ତରେ ଆସିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ମନ୍ତ୍ରୀ ପଦ ମିଳିବା ପରେ ପ୍ରଥମ ଥର ପାଇଁ ଅନୁଗୋଳ ଗସ୍ତରେ ଆସିଥିବା ମନ୍ତ୍ରୀ ଶ୍ରୀ ପୂଜାରୀଙ୍କୁ ଅନୁଗୋଳ ବିଜେପି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ସମୟରେ ଅନୁଗୋଳକୁ ଏକ ବିକଶିତ ଜିଲ୍ଲା ଭାବେ ଗଠନ କରାଯିବା ନେଇ ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ। ଏହି କ୍ରମରେ ସ୍ଥାନୀୟ ପ୍ରଶାସନିକ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ପରେ ପରେ ସର୍କିଟ ହାଉସ ଠାରେ ନବ ନିର୍ବାଚିତ ବିଧାୟକଙ୍କ ସମେତ ବିଜେପି ନେତୃମଣ୍ଡଳୀଙ୍କ ସହ ଆଲୋଚନା କରିଥିଲେ ମନ୍ତ୍ରୀ।

ପରିଶେଷରେ ଗଣମାଧ୍ୟମର ବିଭିନ୍ନ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ ଉଭୟ ଅନୁଗୁଳ ଓ ଜିଲାବାସୀଙ୍କ ସହ ତାଙ୍କର ସମ୍ପର୍କ ବହୁ ପୁରୁଣା। ସମସ୍ୟା ବହୁଳ ଅନୁଗୁଳ ର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇ ଏହାର ସମାଧାନ କରାଯିବ। ବିଶେଷ ଭାବେ ଏକ ବିକଶିତ ଅନୁଗୁଳ ଗଠନ ଦିଗରେ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯିବ। ଏହା ସହ ଜିଲାରେ ଲାଗିରହିଥିବା ଜମି ଅଧିଗ୍ରହଣ ପ୍ରକ୍ରିୟା, ଥଇଥାନ, ନିଯୁକ୍ତି କୁ ପ୍ରାଧାନ୍ୟ ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ପୂଜାରୀ।

ସର୍ବୋପରି ବିଜେପିକୁ ଭୋଟ ଦେଇ ରାଜ୍ୟର ଶାସନ ଭାର ଦେଇ ଥିବାରୁ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ ଶ୍ରୀ ପୂଜାରୀ। ମନ୍ତ୍ରୀଙ୍କ ଏହି ଗସ୍ତ କାର୍ଯ୍ୟକ୍ରମ ଅବସରରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ପାଳଲହଡା ବିଧାୟକ ଅଶୋକ ମହାନ୍ତି, ପର୍ଜଙ୍ଗ ବିଧାୟକ ବିଭୁତି ଭୂଷଣ ପ୍ରଧାନ, କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା ଓ ହିନ୍ଦୋଳ ବିଧାୟିକା ସୀମା ରାଣୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Advertisement

Leave a Reply

Your email address will not be published. Required fields are marked *