କାଜାଖସ୍ତାନ ସେନା ଗୋଦାମରେ ଅଗ୍ନିକାଣ୍ଡ ପରେ ବିସ୍ଫୋରଣ, ୯ ମୃତ

Advertisement

ତରାଜ, ୨୭।୮: ଆଫଗାନିସ୍ତାନ ପରେ କାଜାଖସ୍ତାନରେ ବଡ ଧରଣର ବିସ୍ପୋରଣ।  କଜାକିସ୍ତାନର ତରାଜ ସହରର ସେନା ଗୋଦାମରେ ଗୁରୁବାର ସନ୍ଧ୍ୟାରେ ଏହି ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ଏପର୍ଯ୍ୟନ୍ତ ୯ ଜଣଙ୍କର ମୃତ୍ୟୁ ହୋଇଛି। କାଜାଖସ୍ତାନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛନ୍ତି, ଏକ ସେନା ୟୁନିଟ୍ ଗୋଦାମର ଅଗ୍ନିକାଣ୍ଡ ଯୋଗୁଁ ବିସ୍ଫୋରଣ ହୋଇଛି।

ଇଣ୍ଟର ନ୍ୟାସନାଲ ମିଡିଆ ରିପୋର୍ଟ ଅନୁସାରେ, ବିସ୍ଫୋରଣ ଏକ ସେନା ଗୋଦାମରେ ହୋଇଥିଲା। କୁହାଯାଉଛି ଯେ, ଏହି ଘଟଣା ପ୍ରାୟ ସନ୍ଧ୍ୟ ୭ଟା ବେଳେ ହୋଇଥିଲା। ତଦନ୍ତ ପରେ ଜଣାପଡିଛି ଯେ, ଜାମ୍ବିଲ ଅଞ୍ଚଳର ବେଜାକ ଜିଲ୍ଲାରେ ଥିବା ଏକ ସେନା ୟୁନିଟ୍‌ର ଗୋଦାମରେ ନିଆଁ ଲାଗିବା ପରେ ବିସ୍ଫୋରଣ ହୋଇଛି। ନୂରଳାନ ୟରମେକବାୟେଭ ଶୁକ୍ରବାର କହିଛନ୍ତି, ଏହି ଘଟଣା ପ୍ରାୟ ୭ଟା ବେଳେ ଘଟିଥିଲା। ଅଗ୍ନିଶମ କର୍ମଚାରୀ ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିଲେ।

ବିସ୍ଫୋରଣ ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ। ବିସ୍ଫୋରଣ ଘଟଣାର ତଦନ୍ତ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଉପ-ପ୍ରତିରକ୍ଷା ମନ୍ତ୍ରୀ ରୁସଲାନ୍ ଶେକବାୟେବଙ୍କ ଅଧ୍ୟକ୍ଷତାରେ ଏକ ଦଳ ପଠାଇଥିଲେ।

Advertisement

Leave a Reply

Your email address will not be published. Required fields are marked *