ଅନୁଗୋଳରେ କିଟ, କିସ ପକ୍ଷରୁ ସମସ୍ତଙ୍କ ପାଇଁ ଶିକ୍ଷା ସଚେତନତା ନେଇ ଗଣଦୌଡ଼

Advertisement

ଅନୁଗୋଳ: କିଟ୍‍ ଓ କିସ୍‍ ପକ୍ଷରୁ ରବିବାର ଏକ ମିନି ମାରାଥନ୍‍ ଅନୁଷ୍ଠିତ ହୋଇଯାଇଛି। ଏହି ମିନି ମାରାଥନ୍‍ ଅନୁଗୋଳ ଜିଲ୍ଲା ସମେତ ଓଡ଼ିଶାର ୫୫ଟି ସ୍ଥାନରେ ଆୟୋଜନ କରାଯାଇଥିଲା। ଛାତ୍ରଛାତ୍ରୀ, କ୍ରୀଡ଼ାବିତ୍‍ ଓ ସମାଜର ବିଭିନ୍ନ ବର୍ଗର ଲୋକ ଅଂଶଗ୍ରହଣ କରିଥିଲେ। ଏଥିପାଇଁ କିଟ୍‍ ଓ କିସ୍‍ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ସମସ୍ତଙ୍କ ପାଇଁ ଶିକ୍ଷା’ ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି ମିନି ମାରାଥନ୍‍ର ଆୟୋଜନ କରାଯାଇଥିଲା। ଅନୁଗୋଳ ଷ୍ଟାଡିୟମରେ ଅନୁଗୋଳ ଅବକାରୀ ଅଧିକ୍ଷକ ମଧୁସ୍ମିତା ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ ଯୋଗ ଦେଇ ପତାକା ଦେଖାଇ ମାରାଥନ ଶୁଭାରମ୍ଭ କରିଥିଲେ।

ଅନୁଗୋଳ ଷ୍ଟାଡିୟମ ଠାରୁ ଏହି ମାରାଥନ ଆରମ୍ଭ ହୋଇ ବଜାର ପରିକ୍ରମା କରି ଅନୁଗୋଳ ସାନ୍ଧ୍ୟ ମହାବିଦ୍ୟାଳୟ ରେ ପହଂଚି ଏକ ସାଧାରଣ ସଭା କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ଅନୁଗୋଳ ଆରକ୍ଷୀ ଅଧିକ୍ଷକ ସୁଧାଂଶୁ ଶେଖର ମିଶ୍ର, ମୁଖ୍ୟବକ୍ତା ଭାବେ ଅତିରିକ୍ତ ଜିଲ୍ଲାପାଳ ଉଦୟ ନାଥ ମହାପାତ୍ର, ସମ୍ମାନିତ ଅତିଥି ଭାବେ ଅନୁଗୋଳ ପୌରାଧ୍ୟକ୍ଷ ଅକ୍ଷୟ ସାମନ୍ତ, ସଭାପତି ଭାବେ ସାନ୍ଧ୍ୟ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଶାନ୍ତ ମାଝୀ, ଆର୍ଯ୍ୟଭଟ ଇନଷ୍ଟିଚ୍ୟୁଟ ପ୍ରତିଷ୍ଟାତା ବିନୋଦ ମାଝୀଙ୍କ ସମେତ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିଥିଲେ। କିଟ, କିସ ର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଙ୍କ ପ୍ରୟାସ କୁ ସମସ୍ତେ ଭୁୟସୀ ପ୍ରଶଂଶା କରିଥିଲେ। କଳିଙ୍ଗ ଟିଭିର ଜିଲ୍ଲା ପ୍ରତିନିଧି ମାନସ ରଞ୍ଜନ ମିଶ୍ର ସଭା ପରିଚାଳନା କରିଥିବା ବେଳେ ଅଜୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। କୀଟ, କିସ ର କର୍ମଚାରୀ ଶିଶିର ସାହୁ, ବିପିନ କଂହର, ମନୋଜ ବେହେରା, ରଂଜିତ ସାମାଡ଼, ଅନାଦି ନାୟକ, ପ୍ରଦ୍ୟୁମ୍ନ ଦାଶ , ରାଜେନ୍ଦ୍ର ଶୁଣ୍ଢି, ଜଙ୍ଗଲ ପୂର୍ତ୍ତି ପ୍ରମୁଖ ସହଯୋଗ କରିଥିଲେ।

Advertisement

Leave a Reply

Your email address will not be published. Required fields are marked *