Digha Jagannath Temple: ଦୀଘା ଜଗନ୍ନାଥ ମନ୍ଦିରର ତଦନ୍ତ ନିର୍ଦ୍ଦେଶ ଦେଲେ ଆଇନ ମନ୍ତ୍ରୀ

Advertisement

Digha Jagannath Temple: ଭୁବନେଶ୍ୱର: ଦୀଘାରେ ନିର୍ମିତ ନୂତନ ଜଗନ୍ନାଥ ମନ୍ଦିର ବିବାଦର ତଦନ୍ତ ନିର୍ଦ୍ଦେଶ ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଦୀଘା ଜଗନ୍ନାଥ ମନ୍ଦିର ବିବାଦର ତଦନ୍ତ ନିର୍ଦ୍ଦେଶ ଦେଲେ ଆଇନ ମନ୍ତ୍ରୀ। ଶ୍ରୀମନ୍ଦିର ପ୍ରଶାସନକୁ ଅନ୍ତରୀଣ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିବା ନେଇ ସୂଚନା ରହିଛି।

ଏଠାରେକହି ରଖୁ କି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ଏବଂ ଶ୍ରୀଜଗନ୍ନାଥଙ୍କ ସଂସ୍କୃତିକୁ ନେଇ ଗତ କିଛି ଦିନଧରି ଦ୍ବନ୍ଦାତ୍ମକ ତଥ୍ୟ ସବୁ ଗଣମାଧ୍ୟମ ଧ୍ୟମରେ ପ୍ରଚାରିତ ହେଉଛି | ଶ୍ରୀ ଜଗନ୍ନାଥଙ୍କର ମନ୍ଦିର ଦିଘା ଠାରେ ହେବା, ମନ୍ଦିରର ନାମକୁ ଜଗନ୍ନାଥ ଧାମ ଲେଖାଯିବା, ଏଠାରୁ ସେବାୟତମାନେ ମନ୍ଦିର ପ୍ରତିଷ୍ଠାରେ ଯେ ଯୋଗଦେବା ତଥା ବଳକା ଦାରୁ କାଠରେ ପ୍ରତିମା ନିର୍ମାଣ ହେବା ଇତ୍ୟାଦି ବାବଦରେ ଚର୍ଚ୍ଚାହେବା ବିଷୟ ସମ୍ପୁର୍ଣ୍ଣ ଅଗ୍ରହଣୀୟ ହଣୀୟ ଅଟେ ଏବଂ ଏଭଳି କଥା ଗୁଡିକ ଜଗନ୍ନାଥ ପ୍ରେମୀ ସମାଜ ଓ ଓଡ଼ିଶାର ସାଢେ ଚାରିକୋଟି ଜନତାଙ୍କ ମନରେ କଷ୍ଟ ଦେଇଛି ବୋଲି ଅ ଅନୁଭବ ହେଉଛି |

ଏହି କାରଣରୁ ସଂପୂର୍ଣ ଘଟଣା ଘଟଣା ଉପରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏକ ଅନ୍ତରୀଣ ତଦନ୍ତ କରାଯାଇ ସତ୍ୟାସ ସତ୍ୟ ଜନମାନସକୁ ଆଣିବାର ବ୍ୟବସ୍ଥା କରାଯାଉ | ଏହି ଘଟଣାରେ ଯଦି କେହି ଦୋଷୀ ସାବ୍ୟସ୍ତ ହେଉଛନ୍ତି ବା ଜ୍ଞାତସାରରେ ଥାଇ ଏ ଏଭଳି ଘଟଣା ଣା ଘଟାଉଛନ୍ତି ସେ ବାବଦରେ ରାଜ୍ୟ ସରକାରଙ୍କ ଅନୁମତି କ୍ରମେ ଦଣ୍ଡବିଧାନ କରିବାର ପ୍ରାବଧାନ ମଧ୍ୟ କରାଯାଇପାରେ |

Advertisement

Leave a Reply

Your email address will not be published. Required fields are marked *