କାର୍ଗିଲ ବିଜୟ ଦିବସ ପାଳନ

Advertisement

ଅନୁଗୋଳ: ଆଜି ଜୁଲାଇ ୨୬ ତାରିଖରେ ୟୁବ ଓ କ୍ରୀଡ଼ା ମନ୍ତ୍ରାଳୟ ଭାରତ ସରକାର ଓ ମେରା ୟୁବା ଭାରତ ଅନୁଗୋଳ ଜିଲ୍ଲା ତରଫରୁ ନାଲକୋନଗର ଦିଲ୍ଲୀ ପବ୍ଲିକ ହାଇସ୍କୁଲ ପରିସର କାର୍ଗିଲ ବିଜୟ ଦିବସ ପାଳନ କରାଯାଇଛି।

ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ନାଲକୋ ସି. ଈ. ସ୍. ଫ୍ ଆସିଷ୍ଟାଣ୍ଟ କମାଣ୍ଡିଆଣ୍ଟ ଶ୍ରୀ ସିଦ୍ଧାନ୍ତ ଗୋସ୍ଵାମୀ ସମ୍ମାନୀୟ ଅତିଥି ଭାବେ ନାଲକୋନଗର ଦିଲ୍ଲୀ ପବ୍ଲିକ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀ ମାଧବ ଚନ୍ଦ୍ର ବେହେରା, ଲାଇଟ୍ ହାଉସ ର ସଂଯୋଜକ ଶ୍ରୀ ହିମୁଦ୍ୟୁତ ବେହେରା, ଉତ୍କର୍ଷ ପରିବାର ର ସଭାପତି ଶ୍ରୀ ଭୀଷ୍ମ ସାହୁ, ରୀମିଟ କଲେଜ ଅନୁଗୋଳ ର ଅନୁପ ଶତପଥୀ ଯୋଗ ଦାନ କରିଥିଲେ। ଏହି ଅବସର ରେ ମୁଖ୍ୟ ଅତିଥି ଦେଶ ପାଇଁ ଶହୀଦ ହୋଇଥିବା ଯବାନ ମାନଙ୍କ ପ୍ରାଣ ଦାନ ଓ ମୋହତ୍ୟ ଉପରେ ଗୁରୁତ୍ୱ ପୂର୍ଣ୍ଣ ତଥ୍ୟ ସହିତ ଦେଶ ଲାଗି କିଛି କରିବା ଲାଗି ଯୁବକ ଓ ଯୁବତମାନଙ୍କ ମଧ୍ୟରେ ତଥ୍ୟ ଉପସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମ ପକ୍ଷରୁ ଏକ ବକୃତା ପ୍ରତିଯୋଗୀତା ମଧ୍ୟ ଆୟୋଜିତ କରାଯାଇଥିଲା। କୃତୀ ପ୍ରତିଯୋଗୀ ପାଇଁ ମାନପତ୍ର ସହିତ ପୁରସ୍କାର ମୁଖ୍ୟ ଅତିଥି ଙ୍କ ଠାରୁ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ “ମା ପାଇଁ ଗଚ୍ଛ ଟିଏ” ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା।

ଶେଷରେ ମେରା ଯୁବା ଭାରତ,ଅନୁଗୋଳ ଜିଲ୍ଲା ତରଫରୁ ଶ୍ରୀ ତପନ କୁମାର ସାମଲ ସମସ୍ତ ମେମ୍ବର ମାନକୁ ଧନ୍ୟବାଦ ଅର୍ପଣ କରିଥିଲେ।

Advertisement

Leave a Reply

Your email address will not be published. Required fields are marked *