ଭାରତ ସରକାରଙ୍କ ଜାତୀୟ କ୍ଷୁଦ୍ର ଶିଳ୍ପ ନିଗମ (NSIC) ର ସ୍ୱାଧୀନ ନିର୍ଦେଶକ ଭାବେ ନିଯୁକ୍ତ ହେଲେ କାଳନ୍ଦୀ ସାମଲ

Advertisement

ଅନୁଗୋଳ (ସୁବ୍ରତ ପଟ୍ଟନାୟକ): ଭାରତ ସରକାରଙ୍କ ଜାତୀୟ କ୍ଷୁଦ୍ର ଶିଳ୍ପ ନିଗମ (NSIC)ର ସ୍ୱାଧୀନ ନିର୍ଦ୍ଦେଶକ ଭାବେ ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଙ୍କୁ ନିଯୁକ୍ତି ଦିଆଯାଇଛି । ଶ୍ରୀ ସାମଲ ରାଜ୍ୟ ବିଜେପି ର ବିଭିନ୍ନ ପଦ ପଦବୀରେ କାର୍ଯ୍ୟ କରିଆସିଛନ୍ତି । ତାଳଚେର ଅଞ୍ଚଳର ଅନ୍ୟତମ ପ୍ରମୁଖ ନେତା କାଳନ୍ଦୀ ସାମଲ ଙ୍କୁ ଆସନ୍ତା ତିନି ବର୍ଷ ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ଦାଇତ୍ୱ ଦିଆଯାଇଛି । ଏନଏସଆଇସି ଭାରତ ସରକାରଙ୍କ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ( ଏମଏସଏମଇ ) ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ଏକ ରାଷ୍ଟ୍ରାୟତ ଉଦ୍ୟୋଗ । ଏ ସଂକ୍ରାନ୍ତରେ ଭାରତ ସରକାରଙ୍କ ଏମଏସଏମଇ ବିଭାଗର ଡେପୁଟି ସଚିବ ଏସ କେ ବର୍ମା ଶ୍ରୀ ସାମଲ ଙ୍କୁ ଏକ ପତ୍ର ମାଧ୍ୟମରେ ଅବଗତ କରାଇଥିବା । ଅନୁଗୁଳ ଜିଲା ବିଜେପି ମିଡିଆ ସେଲ ମୁଖ୍ୟ ଶ୍ରୀ ପର୍ଶୁରାମ ବାରିକ ଏକ ପ୍ରେସ ଇସ୍ତାହାର ରେ ଜଣାଇଛନ୍ତି । ସେପଟେ ଏହି ଖବର ଦଳୀୟ କର୍ମୀ ଓ ନେତୃ ବର୍ଗ ଙ୍କ ମଧ୍ୟରେ ଖୁସି ର ଲହରୀ ଖେଳିଯାଇଛି । ନୂତନ ଭାବେ ଏଭଳି ଏକ ଗୁରୁ ଦାୟିତ୍ୱ  ମିଳି ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ବିଜେପି ସଭାପତି ଜେପି ନଡ୍ଡା,କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଙ୍କୁ କୃତଜ୍ଞତା ଜଣାଇଛନ୍ତି ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ।ଜାତୀୟ ଶିଳ୍ପ ନିଗମକୁ ଓଡ଼ିଶା ରାଜ୍ୟ ପାଇଁ ଅଧିକ ଉପଯୋଗୀ  କରିବା ଉପରେ ଧ୍ୟାନ ଦେବା ପାଇଁ ଶ୍ରୀ ସାମଲ ପ୍ରକାଶ କରିଛନ୍ତି।

Advertisement

Leave a Reply

Your email address will not be published. Required fields are marked *