Angul News: ଜୁନ୍ ୨୫କୁ ‘ସମ୍ବିଧାନ ହତ୍ୟା ଦିବସ’ ଭାବେ ପାଳନ କରିବା ନିଷ୍ପତିକୁ କେନ୍ଦ୍ରମନ୍ତ୍ରୀଙ୍କ ସ୍ୱାଗତ

Advertisement

Angul News: ନୂଆଦିଲ୍ଲୀ/ଭୁବନେଶ୍ୱର: ଜରୁରୀକାଳୀନ ପରିସ୍ଥିତିର କଷ୍ଟକୁ ସହ୍ୟ କରିଥିବା ଲୋକଙ୍କୁ ସ୍ମରଣ କରିବା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧର ପୁନଃପ୍ରତିଷ୍ଠା କରିବା ପାଇଁ ପ୍ରତିବର୍ଷ ଜୁନ୍ ୨୫ ତାରିଖକୁ ‘ସମ୍ବିଧାନ ହତ୍ୟା ଦିବସ’ ଭାବେ ପାଳନ କରିବା ପାଇଁ ଭାରତ ସରକାର ନେଇଥିବା ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ଏକ୍ସରେ ଉଲ୍ଲେଖ କରିଛନ୍ତି ଯେ ଜରୁରୀକାଳୀନ ପରିସ୍ଥିତି ଥିଲା ଆମ ଗଣତନ୍ତ୍ରର ସବୁଠାରୁ କଳା ଅଧ୍ୟାୟ । ସ୍ୱାର୍ଥ ଓ କ୍ଷମତା ହାସଲ କରିବା ପାଇଁ ୧୯୭୫ ମସିହାରେ କଂଗ୍ରେସ ସରକାର ଦେଶ ଓ ଦେଶବାସୀଙ୍କୁ ବନ୍ଧକ ରଖି ଗଣତନ୍ତ୍ର ଅଧିକାରକୁ କଣ୍ଠରୋଧ କରିଥିଲେ । ଜରୁରୀକାଳୀନ ପରିସ୍ଥିତି ସମୟରେ କଂଗ୍ରେସ ବାବାସାହେବଙ୍କ ସମ୍ବିଧାନକୁ ମଧ୍ୟ ଅମାନ୍ୟ କରିଥିଲା । କଂଗ୍ରେସ ଏବେ ବି ସମାନ ଭାବରେ ଏକଛତ୍ରବାଦୀ ଓ ଅହଂକାରୀ ମାନସିକତାରେ ଗ୍ରସିତ ହୋଇଛି ।

ଜରୁରୀକାଳୀନ ପରିସ୍ଥିତିର କଷ୍ଟକୁ ସହ୍ୟ କରିଥିବା ଲୋକଙ୍କୁ ସ୍ମରଣ କରିବା ସହ ଗଣତାନ୍ତ୍ରିକ ମୂଲ୍ୟବୋଧର ପୁନଃପ୍ରତିଷ୍ଠା କରିବା ପାଇଁ ସଂଗ୍ରାମ କରିଥିବା ଲୋକମାନଙ୍କୁ ସମ୍ମାନିତ କରିବା ପାଇଁ ପ୍ରତିବର୍ଷ ଜୁନ୍ ୨୫ ତାରିଖକୁ ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରିବା ପାଇଁ ଭାରତ ସରକାର ନେଇଥିବା ନିଷ୍ପତ୍ତିକୁ ମୁଁ ସ୍ୱାଗତ କରୁଛି । ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ନିଆଯାଇଥିବା ଏହି ନିଷ୍ପତି ପ୍ରତ୍ୟେକ ବ୍ୟକ୍ତିଙ୍କୁ ଯେକୌଣସି ମୂଲ୍ୟରେ ସମ୍ବିଧାନର ସୁରକ୍ଷା କରିବା ପାଇଁ ଜାଗ୍ରତ କରାଇବ । ଭାରତୀୟ ଗଣତନ୍ତ୍ରର ମୂଲ୍ୟବୋଧକୁ ବଞ୍ଚାଇ ରଖିବା ପାଇଁ ସଂଗ୍ରାମ କରିଥିବା ଗଣତନ୍ତ୍ରର ସମସ୍ତ ସଂଗ୍ରାମୀଙ୍କ ପ୍ରତି ‘ସମ୍ବିଧାନ ହତ୍ୟା ଦିବସ’ ହେଉଛି ସଠିକ୍ ଶ୍ରଦ୍ଧାଞ୍ଜଳି । ଭବିଷ୍ୟତ ପିଢ଼ିଙ୍କୁ ଏକଛତ୍ରବାଦୀ ମାନସିକତା ସହ ପରିଚିତ କରାଇବା ଏବଂ ଭବିଷ୍ୟତରେ କଂଗ୍ରେସ ଦଳ ଯେଉଁଭଳି ଭାବରେ ଏଭଳି ଅପରାଧ କରିବାକୁ ସାହସ କରିବେ ନାହିଁ, ସେ ଦିଗରେ ଏହା ଏକ ଐତିହାସିକ ନିଷ୍ପତ୍ତି ସାବ୍ୟସ୍ତ ହେବ କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *