Forest Department: ରାଇରଙ୍ଗପୁରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ପରିଦର୍ଶନ କଲେ ହିମାଚଳପ୍ରଦେଶର ୬ ଜଣିଆ ବନବିଭାଗ ଟିମ

Advertisement

Forest Department: ରାଇରଙ୍ଗପୁର (ଶ୍ୟାମଳେନ୍ଦୁ ପରିଡା): ହିମାଚଳ ପ୍ରଦେଶର ଜଙ୍ଗଲ ବିଭାଗ ପରିବେଶ, ଜାଇକା ସିଷ୍ଟମ ପରିଚାଳନା ଏବଂ ଜୀବନ ଜୀବିକାର ଉନ୍ନତି ପ୍ରକଳ୍ପ ପକ୍ଷରୁ ହିମାଚଳ ପ୍ରଦେଶର ସ୍ବତନ୍ତ୍ର ବନବିଭାଗର ୬ ଜଣିଆ ଟିମ ଦୁଇ ଦିନିଆଁ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସି  ରାଇରଙ୍ଗପୁର ଵନଖଣ୍ଡର ବିଭିନ୍ନ ଭି.ଏସ.ଏସକୁ ପରିଦର୍ଶନ କରି ଓଡିଶା ବିନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ର ଓ ଭିଏସଏସର ମିଳିତ ଉଦ୍ୟମରେ ପରିଚାଳିତ ହୋଉଥିବା ବିଭିନ୍ନ ପ୍ରକଳ୍ପକୁ ଅନୁଧ୍ୟାନ କରି ଫେରିଯାଇଛନ୍ତି ।

ହିମାଚଳ ପ୍ରଦେଶର ବନବିଭାଗ ଟିମର ଦେହେରାର ଏସିଏଫ ସନ୍ଦୀପ କୋହଲି,ବିଳାସପୁର ଏସିଏଫ ପ୍ରଦୀପ କୁମାର,ସୁକେତ ଏସିଏଫ ହଂସରାଜ ଠାକୁର,ଶିମଲା ପିଏମୟୁ ରାଜନିଶ କୁମାର,ଶିମଲା ପିଏମୟୁ ବିନଦ ଶର୍ମା,ସୁକେତ ଡ଼ିଏମୟୁ ବିଜୟ କୁମାର ପ୍ରମୁଖଙ୍କୁ ନେଇ ଏକ ୬ ଜଣିଆ ଟିମକୁ ଆଜି ରାଇରଙ୍ଗପୁର ଵନଖଣ୍ଡ କାର୍ଯ୍ୟାଳୟରେ ରାଇରଙ୍ଗପୁର ଡିଏଫଓ ଶ୍ରୀ ନଳିନୀକାନ୍ତ ବେହେରା,ଏସିଏଫ ବୈଦ୍ୟନାଥ ମାଝୀ,ଏସିଏଫ ନବୀନ ନାଏକ ଏବଂ ୫ ବନାଞ୍ଚଳ ଅଧିକାରୀ ରାଇରଙ୍ଗପୁରର ସତ୍ୟବ୍ରତ ପଟନାୟକ,ବହଳଦାର ସୁମତି ପାତ୍ର,ବାଦାମପାହାଡର ରମାକାନ୍ତ ମାଝୀ, ମଣନ୍ଦାର ଧରିତ୍ରୀ ମୁର୍ମୁ, ବିଶୋଇର ପ୍ରମୋଦ କୁମାର ସେଠୀ, ବିଷୟ ଭିତ୍ତିକ ବିଶେଷଜ୍ଞ ତ୍ରିଲୋଚନ ରାୟ, ଲୋକନାଥ ସାହୁ ସ୍ୱାଗତ ଜଣାଇଥିଲେ।

ପରେ ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ଡିଏଫଓ ନଳିନୀକାନ୍ତ ବେହେରାଙ୍କ ଅଧ୍ୟକ୍ଷତାରେ ହିମାଚଳ ବନ ବିଭାଗ ଅଫିସରଙ୍କ ସିଧାସଳଖ ଏଠାକାର ପ୍ରକଳ୍ପ ଉପରେ ତଥ୍ୟ ଭିତ୍ତିକ ଆଦାନ ପ୍ରଦାନ ଓ ଆଲୋଚନା ହୋଇଥିଲା। ପରେ ଏହି ଟିମ ପ୍ରଥମେ ବାଦାମପାହାଡ଼ ବନାଞ୍ଚଳର ଖଜୁରୀପଦା ଭିଏସଏସକୁ ପରିଦର୍ଶନ କରିଥିଲେ। ସେଠାରେ ଆଦିବାସୀ ଭାଇଭଉଣୀ ମାନେ ପାରମ୍ପରିକ ବେଶଭୂଷରେ ନୃତ୍ୟ ବାହାରେ ପାଛୋଟି ନେଇ ଅତିଥି ସତ୍କାର କରିଥିଲେ । ସେଠାରେ ଚାଷୀଙ୍କର ପରିବାଚାଷ, ମାଛ ଚାଷ, କୁକୁଡ଼ା ଚାଷ ଓ ଉଜୁଡା ଜଙ୍ଗଲର ପୁନରୁଦ୍ଧାର ପରିଦର୍ଶନ କରିବା ସହ ଚାଷୀଙ୍କ ସହ ସଫଳତା ବିଷୟରେ ଆଲୋଚନା କରି ଅତ୍ୟନ୍ତ ପ୍ରୀତ ହୋଇଥିଲେ ।

Advertisement

ପରେ ସେଠାରେ ବାଦାମ ପାହାଡ଼ ବନାଞ୍ଚଳର ବନେଇକଳା ବନସୁରକ୍ଷା ସମିତିର ଉନ୍ନୟନ ପ୍ରକଳ୍ପ ଛେଳି,କୁକୁଡ଼ା,ପରିବା ଚାଷ କ୍ଷେତ୍ର ପରିଦର୍ଶନ କରିଥିଲେ । ସେହିଭଳି ବିଶୋଇ ବନାଞ୍ଚଳ ଅନ୍ତର୍ଗତ ରାଜା ବସାର ବନସୁରକ୍ଷା ସମିତି ଦ୍ଵାରା ପରିଚାଳିତ ଗ୍ରାମର ସ୍ଵୟଂ ସହାୟକ ଗୋଷ୍ଠ ରଜାବସା ଭିଏସଏସ ଉଦ୍ୟମରେ ପରିଚାଳିତ ହୋଉଥିବା ଜିଆ ଖତ ଓ ପରିବା ଚାଷକୁ ପରିଦର୍ଶନ କରିବା ସହିତ ଛତୁଚାଷ ସ୍ଥଳୀ ବୁଲି ସେଗୁଡିକର ଚାଷ ପ୍ରଣାଳୀକୁ ଅନୁଧ୍ୟାନ କରିଥିଲେ।ଶେଷରେ ଏହି ଟିମ ବିଶୋଇ ବନ୍ୟପ୍ରାଣୀ ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ଥିବା ଏକାଧିକ ଉତ୍ପାଦ କ୍ଳଷ୍ଟରକୁ ପହଞ୍ଚିଥିଲା ।

କ୍ଳଷ୍ଟରରେ ଆବର୍ତ୍ତନ ପାଣ୍ଠି ସହାୟତାରର ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କ ଦ୍ୱାରା ନିର୍ମିତ ହୋଇ ବିକ୍ରୟ ପାଇଁ ରଖାଯାଇଥିବା ଶାଳ ପତ୍ର ତିଆରି ଦୁନା, ଖଲି ସମେତ ମହୁ, ନିମ୍ବ ତେଲ, ଝୁଣା, କରଞ୍ଜ ତେଲ, ମାଣ୍ଡିଆ ଶସ୍ୟ ବିଭିନ୍ନ ଜଙ୍ଗଲ ଜାତ ଦ୍ରବ୍ୟ ସହିତ ବାଉଁଶ କାରିଗରୀରେ ନିର୍ମିତ ବିଭିନ୍ନ ଘରୋଇ ଉପକରଣ ବୁଲି ଦେଖିବା ସହିତ ଏଗୁଡିକର ନିର୍ମାଣ ପ୍ରଣାଳୀ ସମ୍ପର୍କରେ ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କ ସହିତ ଆଲୋଚନା କରିଥିଲେ।

ଏହି ଅବସରରେ ସ୍ୱତନ୍ତ୍ର ବନବିଭାଗର ଟିମ କ୍ଲଷ୍ଟରର ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟ କ୍ରୟ କରିଥିଲେ ।ରାଇରଙ୍ଗପୁର ବନଖଣ୍ଡର ଡିଏଫଓ ଶ୍ରୀ ନଳିନୀକାନ୍ତ ବେହେରାଙ୍କ ଉଦ୍ୟମ ଓ ମାର୍ଗ ଦର୍ଶନରେ ବନସୁରକ୍ଷା ସମିତି ଦ୍ବାରା ବିଭିନ୍ନ ପ୍ରକଳ୍ପ ଦେଖି ଅଭିଭୂତ ହେବା ସହ ଡିଏଫଓ ଙ୍କ କାର୍ଯ୍ୟ ଶୈଳୀର‌ ଭୂୟସୀ ପ୍ରଶଂସା ଓଏଠାକାର ଅଭୁଲା ଚିରସ୍ମରଣୀୟ ଆତିଥ୍ଯକୁ ପ୍ରଶଂସା କରିବା ସହ ହିମାଚଳ ପ୍ରଦେଶରେ ଏହି ଢାଞ୍ଚା ପ୍ରୟୋଗ କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

Leave a Reply

Your email address will not be published. Required fields are marked *