‘ବାଜି ରାଉତ ଜାତୀୟ ଫୁଟବଲ କପ୍ ଟୁର୍ଣ୍ଣାମେଣ୍ଟ: ଗୋଆ-ରାଜସ୍ଥାନ ଫାଇନାଲ

Advertisement

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଦେଶର ସର୍ବକନିଷ୍ଠ ସ୍ଵାଧୀନତା ସଂଗ୍ରାମୀ ଶହୀଦ ବାଜି ରାଉତଙ୍କ ସମ୍ମାନାର୍ଥେ ‘ଆମେ ଓଡ଼ିଆ’ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ‘ବାଜି ରାଉତ ଜାତୀୟ ଫୁଟବଲ କପ୍ ଟୁର୍ଣ୍ଣାମେଣ୍ଟ’ର ଆଜି ଓଡିଶା ଏକାଦଶ ଏବଂ ଆସାମର ବୋଡୋଲ୍ୟାଣ୍ଡ ଫୁଟବଲ କ୍ଲବ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ତାଳଚେର ସ୍ଥିତ ଏମସିଏଲ ବ୍ଲାକ୍ ଡାଇମଣ୍ଡ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚରେ ବୋଡୋଲ୍ୟାଣ୍ଡ ଦଳ ଓଡ଼ିଶାକୁ ୨-୦ ଗୋଲରେ ପରାସ୍ତ କରିଥିବା ବେଳେ ଏକ ସୁନ୍ଦର ଗୋଲ ଏବଂ ଚମତ୍କାର ଖେଳ ପାଇଁ ବୋଡୋଲ୍ୟାଣ୍ଡର ରୋହନ ବ୍ରହ୍ମାଙ୍କୁ ହିରୋ ଅଫ ଦ ମ୍ୟାଚ ଘୋଷଣା କରାଯାଇଥିଲା।

ଆଜିର ମ୍ୟାଚରେ ମୁଖ୍ୟ ଅତିଥି ଭାବେ ସର୍ବଭାରତୀୟ ଫୁଟବଲ୍ ସଂଘ(ଏଆଇଏଫଏଫ) ସଭାପତି କଲ୍ୟାଣ ଚୌବେ ଯୋଗଦେଇଥିଲେ । ତାଙ୍କ ସହ NSIC ର ଡାଇରେକ୍ଟର ଶ୍ରୀ କାଳନ୍ଦୀ ସାମଲ, ଏମସିଏଲ ଜଗନ୍ନାଥ ଏରିଆର ଜିଏମ ଶ୍ରୀ ଏ କେ ଧଳ, ଓଡିଶା ଫୁଟବଲ ଟିମର ପୂର୍ବତନ ଅଧିନାୟକ ଶ୍ରୀ ରଣଜିତ ଟିଗ୍ଗା, ସୀମାଞ୍ଚଳ ଖଟେଇ, ବିଶ୍ୱଜିତ୍ ପଟ୍ଟନାୟକ, ଯଯାତି ପଟ୍ଟନାୟକ, ସଂଗ୍ରାମ ପାତ୍ର ଆଦି ଖେଳ ଦେଖିବା ସହ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।

ଆସନ୍ତାକାଲି ଏମସିଏଲ ବ୍ଲାକ୍ ଡ଼ାଇମଣ୍ଡ ଷ୍ଟାଡିୟମରେ ଗୋଆ ଏବଂ ରାଜସ୍ଥାନ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଫାଇନାଲ ମ୍ୟାଚରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେବେ।

Advertisement

Leave a Reply

Your email address will not be published. Required fields are marked *