Angul News: ତାଳଚେର: ଓଡିଶା ପ୍ରଦେଶ ଭାରତୀୟ ଜନତା ପାର୍ଟିର ଭୀଷ୍ମ ପିତାମହ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କୁ ତାଙ୍କର ତାଳଚେର ସ୍ଥିତ ବାସଭବନରେ ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଭେଟି ତାଙ୍କର ଆଶୀର୍ବାଦ ନେବା ସହ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି |ତାଙ୍କର ସୁଦୀର୍ଘ ଓ ନିରାମୟ ଜୀବନ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ମନ୍ତ୍ରୀ ଶ୍ରୀ ପାତ୍ର |
ଓଡିଶା ସରକାର ଜନସାଧାରଣଙ୍କ ପାଇଁ କିପରି ଗୁରୁତ୍ୱପୂର୍ଣ୍ଣ ଭାବେ କାର୍ଯ୍ୟ କରିବ ଡକ୍ଟର ପ୍ରଧାନଙ୍କ ବହୁମୂଲ୍ୟ ପରାମର୍ଶ ଓ ତୀକ୍ଷ୍ଣ ଅନୁଭୂତି ସମ୍ପର୍ଣ୍ଣ ଉଚିତ୍ ମାର୍ଗଦର୍ଶନ ପ୍ରାପ୍ତ କଲେ ବୋଲି ମନ୍ତୀ ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି |ଏହି ସମୟରେ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ପ୍ରଧାନ ଙ୍କ ଧର୍ମପତ୍ନୀ ବସନ୍ତ ମଞ୍ଜରୀ ପ୍ରଧାନ ଓ ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ର ଅଧ୍ୟକ୍ଷା ମୃଦୁଳା ଠାକୁର ପ୍ରଧାନ ଉପସ୍ଥିତ ଥିଲେ |
ସେହିପରି ଖାଉଟି କଲ୍ୟାଣ ମନ୍ତୀ ଶ୍ରୀ ପାତ୍ର ଙ୍କର ତାଳଚେର ଗସ୍ତ ସମୟରେ ବିଜେପି ପକ୍ଷରୁ ତାଙ୍କୁ ଉତ୍ସର୍ଗୀକୃତ ସମ୍ବର୍ଦ୍ଧନା ଦିଆଯାଇଛି |ଏହି ସମ୍ବର୍ଦ୍ଧନା ରେ ବ୍ରାହ୍ମଣୀ ମଣ୍ଡଳ ସଭାପତି ନରେଶ ଚନ୍ଦ୍ର ବେହେରା, ମଣ୍ଡଳ ପ୍ରଭାରୀ ଲୋକନାଥ ସାହୁ, ଲିଗାଲ ସେଲ ଅଧ୍ୟକ୍ଷ ପେସ୍କାର ଗଡ଼ନାୟକ, ଅଜୟ ସାହୁ, ନରେଶ ଚନ୍ଦ୍ର ଦାସ, ଖଇରା ପ୍ରଧାନ, କୃଷ୍ଣଚନ୍ଦ୍ର ଦାସ, ତାପସ ସାହୁ ହେମନ୍ତ ଘଡେଇ ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ
ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନ ଙ୍କୁ ଭେଟିଲେ ରାଜ୍ୟ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷଚନ୍ଦ୍ର ପାତ୍ର

