Angul News: ଅନୁଗୁଳ ସଭାଗୃହରେ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନ ଉଦ୍ଦେଶ୍ୟରେ ଜିଲ୍ଲାସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା

Advertisement

Angul News: ଅନୁଗୁଳ: ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ତଥା ପ୍ରାକ୍ତନ ରାଜ୍ୟ ବିଜେପି ସଭାପତି ଡାକ୍ତର ଦେବେନ୍ଦ୍ର ପ୍ରଧାନ ଙ୍କର 84 ବର୍ଷ ବୟସରେ ବିୟୋଗ ଘଟିଛି |ତାଙ୍କରି ବିୟୋଗ ଓଡିଶା ପାଇଁ ଏକ ଅପୂରଣୀୟ କ୍ଷତି | ପୁରୀ ସ୍ୱର୍ଗଦ୍ୱାର ରେ ତାଙ୍କର ଶେଷକୃତ୍ୟ ସମାପନ ହୋଇଯାଇଛି |ଆଜି ବୁଧବାର ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟ ରେ ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ ଙ୍କ ଅଧ୍ୟକ୍ଷତା ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି |ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ପ୍ରଧାନ ଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା |ବୈଠକ ରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଯୋଗଦେଇ ଡାକ୍ତର ପ୍ରଧାନ ଙ୍କ ବିୟୋଗ ସମଗ୍ର ଓଡିଶା ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ପ୍ରକାଶ କରିଥିଲେ |ଓଡିଶା ବିଜେପି ସଂଗଠନ ର ମୂଳଦୁଆ ପକାଇ ତୃଳମୂଳ ସ୍ତରରେ ହଜାର ହଜାର କାର୍ଯ୍ୟକର୍ତା ତିଆରି କରିଥିଲେ |କେନ୍ଦ୍ରମନ୍ତ୍ରୀ ଥିବା ବେଳେ ଜାତୀୟ ରାଜପଥ କୁ ଓଡିଶା ରେ ଦୁଇ ଗୁଣିତ କରିଥିଲେ ବୋଲି ଶ୍ରୀ ପାଣି ପ୍ରକାଶ କରିଥିଲେ |ଡାକ୍ତର ଦେବେନ୍ଦ୍ର ପ୍ରଧାନ ଙ୍କୁ ଅନୁଗୁଳ ଜିଲ୍ଲା ତରଫରୁ ଦଳ ମତ ନିର୍ବିଶେଷରେ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା |ଆସନ୍ତା ମାର୍ଚ୍ଚ 22 ତାରିଖ ଶନିବାର ଅପରାହ୍ନ 3 ଟାରେ ଅନୁଗୁଳ ସଭାଗୃହ ରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେବ |ଜିଲ୍ଲାର ବିଶିଷ୍ଟ ବ୍ୟକ୍ତି, ଅନୁଷ୍ଠାନ ସମସ୍ତେ ଏଥିରେ ଯୋଗଦେବେ |ଆଜିର ବୈଠକ ରେ ପ୍ରାକ୍ତନ ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ, ପ୍ରତିମା ମିଶ୍ର, ଦିଲ୍ଲୀପ ପ୍ରଧାନ, ସୁଦିପ ଗଡ଼ନାୟକ, ଚୌଧୁରୀ ପ୍ରଧାନ, ବିଜୟ ମାଝି, ବିଶ୍ୱଜିତ ମିଶ୍ର.,ବସନ୍ତ ମଞ୍ଜରୀ ପ୍ରଧାନ, ପ୍ରଭାତ ପ୍ରଧାନ, ଚିତ୍ତରଞ୍ଜନ ମେହେର,
ସୁଜାତା ଦାସ, ନମିତା ଦଳ ବେହେରା ପ୍ରମୁଖ ଯୋଗ ଦେଇଥିଲେ |ଜିଲ୍ଲା ସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା ପାଇଁ ଏକ ସଂଚାଳନ କମିଟି ଗଠନ କରାଯାଇଛି |ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ସଂଚାଳନ କମିଟି ର ସଂଯୋଜକ ଥିବାର ପ୍ରକାଶ |

Advertisement

Leave a Reply

Your email address will not be published. Required fields are marked *