Rudranarayan Pani: ଜରାସୀଙ୍ଗା ପଂଚାୟତରେ ପ୍ରଧାନମନ୍ତ୍ରୀଙ୍କ ମନ କୀ ବାତ ଶୁଣିଲେ ସାଂସଦ ରୁଦ୍ର ନାରାୟଣ ପାଣି

Advertisement

Rudranarayan Pani: ଅନୁଗୁଳ: ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ସଦାସର୍ବଦା ଅନୁଗୁଳ ଓ ଢେଙ୍କାନାଳ ଉଭୟ ଜିଲ୍ଲା ରେ ଚଳଚଞ୍ଚଳ ହୋଇ ବିଜେପି ସଂଗଠନ କୁ ସୁଦୃଢ କରିବାରେ ଲାଗି ପଡିଛନ୍ତି। ସାଧାରଣ ଲୋକଙ୍କ ସମସ୍ୟା ହେଉ, ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ହେଉ,ସାମାଜିକ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉ, ପୂଜା ପର୍ବ ପର୍ବାଣୀ ହେଉ, କୌଣସି ବ୍ୟକ୍ତିର ମୃତାହତ କିମ୍ବା ବିପଦ ଆପଦ ହେଉ ସବୁଠାରେ ସାଂସଦ ଙ୍କର ଉପସ୍ଥିତି ପରିଲକ୍ଷିତ ହେଉଛି।

ଦୀର୍ଘ 50 ବର୍ଷ ଧରି ରାଷ୍ଟ୍ର ସେବାରେ ତଥା ଜନ ସେବାରେ ନିଜକୁ ନିୟୋଜିତ ରଖିଛନ୍ତି ସାଂସଦ ଶ୍ରୀ ପାଣି। ରବିବାର ସାଂସଦ ଅନୁଗୁଳ ଜିଲ୍ଲା ଜରାସୀଙ୍ଗା ପଂଚାୟତ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଲୋକପ୍ରିୟ କାର୍ଯ୍ୟକ୍ରମ ମନ କୀ ବାତ ପ୍ରତି ମାସ ଶେଷ ରବିବାର ରେ ଅନୁଷ୍ଠିତ ହେଉଛି। ଆଜି ଜରାସୀଙ୍ଗା ପଂଚାୟତ କାର୍ଯ୍ୟାଳୟରେ ଶତାଧିକ କାର୍ଯ୍ୟକର୍ତ୍ତା ଓ ଜନସାଧାରଣଙ୍କ ଗହଣରେ ପ୍ରଧାନମନ୍ତ୍ରୀଙ୍କ ମନ କୀ ବାତ ଶୁଣିଛନ୍ତି ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି। ଉକ୍ତ କାର୍ଯ୍ୟକ୍ରମରେ ସାଂସଦଙ୍କ ସହ ଜିଲ୍ଲା ସାଧାରଣ ସମ୍ପାଦକ ସୁଦିପ ଗଡ଼ନାୟକ, ସ୍ଥାନୀୟ ସରପଞ୍ଚ ପ୍ରିୟଙ୍କା ସ୍ୱାଇଁ, ପ୍ରାକ୍ତନ ମଣ୍ଡଳ ସଭାପତି ରୁଦ୍ର ମୋହନ ଦାସ, ପ୍ରାକ୍ତନ ସରପଞ୍ଚ ମିଳାପ ପ୍ରଧାନ, ଶକ୍ତିକେନ୍ଦ୍ର ପ୍ରମୁଖ ସୁଧାକର ସ୍ୱାଇଁ, ରାଜ୍ୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଅଜିତ ପ୍ରଧାନ, ଦୁଷ୍ମନ୍ତ ନାୟକ, ମାନସ ସାହୁଙ୍କ ସମେତ ଶତାଧିକ ଜନ ସାଧାରଣ ଉପସ୍ଥିତ ଥିଲେ।

ଜରାସୀଙ୍ଗା ପଂଚାୟତ କାର୍ଯ୍ୟାଳୟରେ ଶତାଧିକ ଜନ ସାଧାରଣଙ୍କର ଆପତ୍ତି ଅଭିଯୋଗ ଶୁଣି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଦୃଷ୍ଟି ଆକର୍ଷଣ କରି ସମାଧାନ କରାଯିବ ବୋଲି ସାଂସଦ ଶ୍ରୀ ପାଣି କହିଥିଲେ। ପରେ କିଛିଦିନ ପୂର୍ବରୁ ବିୟୋଗ ଘଟିଥିବା ବିଜେପି ଯୁବ ନେତା ଜରାସୀଙ୍ଗା ସେବା ସମବାୟ ସମିତିର ପ୍ରାକ୍ତନ ସଭାପତି ତଥା ଜରାସୀଙ୍ଗା ପଂଚାୟତର ପ୍ରାକ୍ତନ ସମିତି ସଦସ୍ୟ ଧିରେନ କୁମାର ସ୍ୱାଇଁଙ୍କ ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାରଙ୍କୁ ଭେଟି ସମବେଦନା ଜଣାଇଥିଲେ ସାଂସଦ। ଜରାସୀଙ୍ଗା ପଂଚାୟତ ରେ ଅନ୍ୟାନ୍ୟ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ସାଂସଦ।

Advertisement

Leave a Reply

Your email address will not be published. Required fields are marked *