ଅନୁଗୋଳ: ବିଦ୍ୟାଭାରତୀ , ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନ ଙ୍କ ଯୋଜନା ଅନୁଯାୟୀ ଆମ୍ଭ ବିଦ୍ୟାଳୟରେ ୨ୟ ପଯ୍ୟାୟ” ସପ୍ତଶକ୍ତି ସଙ୍ଗମ କାର୍ଯ୍ୟକ୍ରମ” ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ତାଳଚେର କଲେଜର ନୃତତ୍ତ୍ଵ ବିଭାଗ ର ଅଧ୍ୟାପିକା ଡଃ. ଓମ୍ ବାଙ୍ଗମୟୀ କବିକନ୍ୟା ମାଆ ମାନଙ୍କର ୭ଟି ମହନୀୟ ଗୁଣ କାର୍ତ୍ତି, ମେଧା , ଶ୍ରୀ, ସ୍ମୃତି, ଧର୍ଯ୍ୟ, ବାକ୍, କ୍ଷମା , ପର୍ଯ୍ୟାବରଣ,ଯୌଧ ପରିବାର ଓ ସଂସ୍କୃତିର ଆଧାର ଭାରତୀୟ ନାରୀ ସମ୍ବନ୍ଧରେ ମାର୍ଗଦର୍ଶନ କରିଥିଲେ । ଆଜି ର ସମ୍ମାନିତା ଅତିଥି ଶ୍ରୀମତୀ ବସନ୍ତ ମଞ୍ଜରୀ ପ୍ରଧାନ ନିଜ ବକ୍ତବ୍ୟରେ କହିଥିଲେ କି ମୋବାଇଲ, ଟିଭି, ସିରିଆଲରେ ସମୟ ନ ଦେଇ ଶିଶୁଙ୍କ ଚରିତ୍ର , ସଂସ୍କାର ଓ ଶିକ୍ଷା ଉପରେ ମା ର ଗୁରୁତ୍ୱ ଅଧିକ ରଖିବା ଉଚିତ୍ ତତ୍ ସହିତ ବିଳାସମୟ ଜୀବନ ପରିବର୍ତ୍ତେ ତ୍ୟାଗର ଜୀବନ ସମ୍ବନ୍ଧରେ ଅବଗତ ହେବା ଜରୁରୀ ବୋଲି ମାର୍ଗ ଦର୍ଶନ କରିଥିଲେ ଏଇ କାର୍ଯ୍ୟକ୍ରମ ଅବସରରେ ସମ୍ମାନୀୟା ଶ୍ରୀମତୀ ବସନ୍ତ ମଞ୍ଜରୀ ପ୍ରଧାନ ,ଭାରତ ସରକାର ଙ୍କ କେନ୍ଦ୍ରଶିକ୍ଷାମନ୍ତ୍ରୀ ,ଉତ୍କଳ ରତ୍ନ, ଉଜ୍ଜଳା ପୁରୁଷ, ତାଳଚେରର ସୁପୁତ୍ର ମାନନୀୟ ଧର୍ମେନ୍ଦ୍ର ପ୍ରଧାନଙ୍କର ପୂଜ୍ୟା ମାତା ଓ ତାଳଚେର ର ଜନପ୍ରିୟ ବିଧାୟକ , ତାଳଚେର ମାଟିର ସୁପୁତ୍ର ମାନନୀୟ ବ୍ରଜ କିଶୋର ପ୍ରଧାନଙ୍କ ପୂଜ୍ୟା ମାତା ଶ୍ରୀମତୀ ଉଜ୍ବଳ ମଣି ପ୍ରଧାନ ଙ୍କୁ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଥିଲା । ଶିଶୁ ଭଉଣୀ ମାନଙ୍କ ଦ୍ଵାରା ମହୀୟସୀ ନାରୀମାନଙ୍କ ର ସୁଗୁଣ, ଶବରୀଙ୍କ ଚରିତ ସମ୍ବନ୍ଧରେ ଅଭିନୟ ପ୍ରଦର୍ଶନ କରିଥିଲେ । ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟା କଳ୍ପନା ରାଉତ ବବିତା ବିଶ୍ୱାଳ , ପ୍ରଭାସିନୀ ଦେହୁରୀ , ମୀନାକ୍ଷୀ ପ୍ରଧାନ ,ବାପିନୀ ସାମଲ,।ମଞ୍ଚ ପରିଚାଳନା କରିଥିଲେ
ବଡ଼ ଜୋରଡା ଶିଶୁମନ୍ଦିର ରେ ସପ୍ତଶକ୍ତି ସଙ୍ଗମ କାର୍ଯ୍ୟକ୍ରମ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମା’ ସମ୍ବର୍ଦ୍ଧିତ

