ଡିଲର ଚୟନରେ ଦ୍ଵନ୍ଦ୍ୱ, ହିତାଧୀକାରୀ ପାଉନାହାନ୍ତି ଚାଉଳ ଓ କିରାସିନି

Advertisement

ଅନୁଗୋଳ(ସୁବ୍ରତ ପଟ୍ଟନାୟକ):

ଭିନ୍ନ ଭିନ୍ନ କାରଣ ଯୋଗୁଁ ପ୍ରାୟ ଚାରି ମାସ ହେବ ଅନୁଗୁଳ ଜିଲା ସାତକୋଶିଆ ଅଭୟାରଣ୍ୟ ପୁରୁଣାକୋଟ ପଞ୍ଚାୟତ ଟୁଲୁକା ଓ ଭୂରକୁଣ୍ଡି ଗାଁ ର ହିତାଧିକାରୀ ମାନେ ଚାଉଳ ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି ।କେବଳ ସେତିକି ନୁହେଁ ବରଂ ବର୍ଷ ବର୍ଷ ହେବ କିରୋସିନି ପାଇବାରୁ ମଧ୍ୟ ସେମାନେ ବଞ୍ଚିତ ହୋଇଥିବା କହିଛନ୍ତି ।ବିଶେଷ ଭାବେ ଡିଲର ନିଯୁକ୍ତି କୁ ନେଇ ଉପୁଜିଥିବା ବିବାଦ ଯୋଗୁଁ ଏଭଳି ଅଭାବନୀୟ ପରିସ୍ଥିତି ଉପୁଜିଥିବା ଜଣାପଡିଛି ।ସୂଚନା ଅନୁଯାୟୀ ପୂର୍ବରୁ ଗ୍ରାମ ଦେବୀ ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ କୁମୁଦୁନି ଦେହୁରୀ ନାମକ ଜଣେ ମହିଳା ଡିଲର ଙ୍କୁ ହିତାଧିକାରୀ ଙ୍କୁ ସରକାର ଙ୍କ ପକ୍ଷରୁ ଦିଆଯାଉଥିବା ବିଭିନ୍ନ ସାମଗ୍ରୀ ବଣ୍ଟନ କରିବାକୁ ନିୟୋଜିତ କରାଯାଇଥିଲା । ତେବେ ସେତେବେଳେ ଗ୍ରାମବାସୀ ଏହି ଡିଲର ନିୟୋଜିତ ପ୍ରକ୍ରିୟା କୁ ବିରୋଧ କରିଥିଲେ । କୁମୁଦୁନି ଙ୍କ ବଦଳରେ ମା କଳାପାଟ ସ୍ବୟଂ ସହାୟକ ଗୋଷ୍ଠୀ ର ସବିତା ପ୍ରଧାନ ଙ୍କୁ ଏହି ଦାଇତ୍ୱ ଦେବାପାଇଁ ଗ୍ରାମବାସୀ ମାନେ ଅଡ଼ିବସିଥିଲେ ।ଏନେଇ ଯୋଗାଣ ବିଭାଗ ସମେତ ପ୍ରଶାସନ କୁ ଗ୍ରାମବାସୀ ମାନେ ଲିଖିତ ଭାବେ ଜଣାଇଥିଲେ ।କିନ୍ତୁ ଗ୍ରାମବାସୀ ଙ୍କ ଦାବି ବଦଳରେ ନବନିର୍ବାଚିତ ସରପଞ୍ଚ ଙ୍କ ହସ୍ତକ୍ଷେପ ପରେ ପୁନର୍ବାର କୁମୁଦୁନି ଙ୍କୁ ଡିଲର ଦାଇତ୍ୱ ଦିଆଯିବାକୁ ନେଇ ବିବାଦ ଘନେଇବାରେ ଲାଗିଛି । ଫଳରେ ହିତାଧିକାରୀଙ୍କ ଚାଉଳ ଏବେ ପଞ୍ଚାୟତ କାର୍ଯ୍ୟଳୟ ରେ ଗଛିତ ହୋଇ ପଡି ରହିଛି । ସୋମବାର ସୁଧା ସମସ୍ୟା ର ସମାଧାନ କରାଯାଇ ହିତାଧିକାରୀଙ୍କ ଚାଉଳ ପ୍ରଦାନ କରାଯିବ ବୋଲି ଦାଇତ୍ୱ ରେ ଥିବା ଯୋଗାଣ ଅଧିକାରୀ ଗଣମାଧ୍ୟମ କୁ ନିଜ ପ୍ରତିକ୍ରିୟା ରେ କହିଥିଲେ ସୁଦ୍ଧା ଏହା କାର୍ଯ୍ୟକାରୀ ହୋଇନଥିବା ଜଣାପଡିଛି । ସେପଟେ ଆଜି ଚାଉଳ ପ୍ରଦାନ ଦାବି ରେ ଗ୍ରାମବାସୀ ଙ୍କ ପକ୍ଷରୁ ଧାରଣା ଦିଆଯାଇଥିବା ପ୍ରକାଶ ।

Advertisement

Leave a Reply

Your email address will not be published. Required fields are marked *