ସ୍ଵତନ୍ତ୍ର ସକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ୨୦୨୨ ଅନୁଷ୍ଠିତ, ସଚେତନତା ରଥକୁ ଶୁଭାରମ୍ବ କଲେ ଜିଲ୍ଲାପାଳ

Advertisement

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଅନୁଗୋଳ ଜିଲ୍ଲାପାଳଙ୍କ କୋର୍ଟ ରୁମ୍ ରେ ଆଜି ଦିନ ୧୦.୩୦ ମିନିଟ ସମୟରେ ସ୍ଵତନ୍ତ୍ର ସକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ୨୦୨୩ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ, ଅନୁଗୋଳ ଉପଜିଲ୍ଲାପାଳ ବଇତୁରା ଦୀପ ଙ୍କ ସମେତ ବହୁ କର୍ମଚାରୀ ମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ମୂଳ ଲକ୍ଷ୍ୟ ହେଉଛି ୧୭ ବର୍ଷ ରୁ ଉର୍ଦ୍ଧ ବୟସର ସମସ୍ତ ଯୁବା ବର୍ଗ ଆଜିଠାରୁ ତଥା ୦୯.୧୧.୨୦୨୨ ତାରିଖ ଠାରୁ ୦୮.୧୨.୨୦୨୨ ତାରିଖ ପର୍ଯ୍ୟନ୍ତ ଅଗ୍ରିମ ଭାବରେ ଅନଲାଇନ ରେ କିମ୍ବା ବୁଥ୍ ସ୍ତରୀୟ ଅଧିକାରୀ ଙ୍କ ସହାୟତାରେ ନିଜକୁ ଜଣେ ଭୋଟର ଭାବେ ପଞ୍ଜି କୃତ କରିବା ପାଇଁ ଆବେଦନ କରି ପାରିବେ। ତା ପରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ନୀଳ ପତାକା ଦେଖାଇ ସଚେତନତା ରଥ କୁ ଶୁଭାରମ୍ବ କରିଥିଲେ। ଏହି କାର୍ଯ୍ୟକ୍ରମରେ କଲେଜ ର ପ୍ରିନ୍ସିପାଲ, ସ୍କୁଲ HM, ରାଜନୈତିକ ମେମ୍ବର ଙ୍କ ସମେତ ବହୁ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *