ପ୍ରାଦେଶିକ ଖେଳକୂଦକୁ ଉଦଘାଟିତ କଲେ ମନ୍ତ୍ରୀ ଟୁଡୁ

Advertisement

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଆଜି ଠାରୁ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଅନୁଗୁଳ ନାଲକୋସ୍ଥିତ ସରସ୍ୱତୀ ବିଦ୍ୟା ମନ୍ଦିର ପରିସରରେ ଆୟୋଜିତ ହେବାକୁ ଯାଉଛି ପ୍ରଥମ ଖେଳକୂଦ ସମାରୋହ। ଅଭ୍ୟୁଦୟ ୟୁଥ କ୍ଲବ ଦ୍ୱାରା ଆୟୋଜିତ ଏକଲ ଅଭିଯାନ ଓଡିଶା ପକ୍ଷରୁ ହେଉଥିବା ପ୍ରଥମ ପ୍ରାଦେଶିକ ଖେଳକୁଦ ସମାରୋହର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ଜଳସମ୍ପଦ ବିଭାଗର ରାଷ୍ଟ୍ରମନ୍ତ୍ରୀ ବିଶ୍ଵେଶ୍ୱର ଟୁଡୁ, ବିକାଶ ଫାଉଣ୍ଡେସନର ଅଧ୍ୟକ୍ଷା ମୃଦୁଳା ଠାକୁର ପ୍ରଧାନ ଓ ନାଲକୋ ଅନୁଗୁଳର ନିର୍ବାହୀ ନିର୍ଦେଶକ ଅମ୍ବିକା ପ୍ରସାଦ ପଣ୍ଡାଙ୍କ ସମେତ ଏକଲ ଅଭିଯାନର ବରିଷ୍ଠ ପଦାଧିକାରୀ ଗଣ ସମାରୋହ କୁ ଉଦଘାଟନ କରିଛନ୍ତି ।

ଏକଲ ଅଭିଯାନ ଓଡିଶା ସମ୍ଭାଗ ପକ୍ଷରୁ ଆୟୋଜିତ ଏହି ସମାରୋହ ରେ ଓଡିଶା ସମ୍ଭାଗ ରେ ୧୪ଟି ଅଞ୍ଚଳରେ ରହିଥିବା ପ୍ରାୟ ୩୪୧୯ ଗୋଟି ବିଦ୍ୟାଳୟ ତଥା ପ୍ରତ୍ୟେକ ଅଂଚଳ ରୁ ପ୍ରାୟ ୩୨ ଜଣ ଲେଖାଏଁ ଏହି ପ୍ରତିଯୋଗିତାରେ ଭାଗ ନେବେ। ମୋଟାମୋଟି ଭାବେ ସାରା ଓଡିଶାରୁ ମୋଟ ୬୦୦ଜଣ ଛାତ୍ରଛାତ୍ରୀ ଉପସ୍ଥିତ ରହି ବିଭିନ୍ନ ଖେଳ ରେ ଭାଗ ନେବା ସହ ପ୍ରତିଭା ପ୍ରଦର୍ଶନ କରି ପାରିବେ ବୋଲି କୁହାଯାଇଛି।

Advertisement

Leave a Reply

Your email address will not be published. Required fields are marked *