ଅନୁଗୁଳ /ତାଳଚେର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କର ଫେବୃଆରୀ 27,28 ଦୁଇ ଦିନିଆ ଅନୁଗୁଳ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି |ଫେବୃଆରୀ 27 ତାରିଖ ଦିନ ଅପରାହ୍ନ 4 ଟାରେ କିଶୋର ନଗର ଧଉରାପଲ୍ଲୀ ଠାରେ ପହଂଚି ଦୋଳ ଯାତ୍ରା ମୋହତ୍ସବ ର ସତବାର୍ଷିକୀ କାର୍ଯ୍ୟକ୍ରମ ରେ ଯୋଗଦେବେ |ପରେ ତାଳଚେର ଆସି ଦିନଦୟାଲ ନଗର ରେ ପହଁଚିବେ |ଫେବୃଆରୀ 28 ତାରିଖ ରେ ତାଳଚେର ରୁ ଅନୁଗୁଳ ଯାଇ ଦିଶା ଓ ଜିଲ୍ଲା ପରିଷଦ ବୈଠକ ରେ ଯୋଗଦେବେ |ପରେ ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ସଂଗଠନ ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ରେ ଯୋଗଦେବେ |ପରେ ଅପରାହ୍ନ ରେ କଟକ ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି |କେନ୍ଦ୍ରମନ୍ତ୍ରୀ ଙ୍କର କାର୍ଯ୍ୟକ୍ରମ ପାଇଁ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି |
ଦୁଇଦିନିଆ ଅନୁଗୋଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ

