ଶିକ୍ଷାବିତ ଲକ୍ଷ୍ମୀଧର ପ୍ରଧାନଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ

Advertisement

Angul News: ତାଳଚେର : ତାଳଚେର ଅଂଚଳର ଜଣେ ଶିକ୍ଷାବିତ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଏବଂ ଶିକ୍ଷା ନିରୀକ୍ଷକ କଙ୍କିଳି ଗ୍ରାମର ଲକ୍ଷ୍ମୀଧର ପ୍ରଧାନ ଙ୍କର ଗୁରୁବାର ଦିନ ବିୟୋଗ ଘଟିଛି। ସ୍ବର୍ଗତ ଲକ୍ଷ୍ମୀଧର ପ୍ରଧାନ ବିଜେପି ର ବରିଷ୍ଠ ନେତା ତଥା କଙ୍କିଳି ପଂଚାୟତ ର ପୂର୍ବତନ ସରପଞ୍ଚ ସୁଶାନ୍ତ ପ୍ରଧାନ ଙ୍କ ବାପା ଅଟନ୍ତି। ତାଙ୍କରି ମୃତ୍ୟୁରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କରି ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

ତାଳଚେର ଅଞ୍ଚଳର ଅବସରପ୍ରାପ୍ତ ଶିକ୍ଷକ ଲକ୍ଷ୍ମୀଧର ପ୍ରଧାନଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ସେ ଜଣେ ଧର୍ମ ପରାୟଣ ବ୍ୟକ୍ତି ଥିଲେ । ଅନେକ ଧାର୍ମିକ ଅନୁଷ୍ଠାନ ସହ ଓତଃପ୍ରୋତ ଭାବେ ଜଡିତ ଥିଲେ । ତାଙ୍କ ପରିବାର ସହ ମୋର ସମ୍ପର୍କ ରହିଛି । ବିଶେଷ ଭାବରେ ସ୍ଥାନୀୟ ଅଞ୍ଚଳରେ ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ଚିର ସ୍ମରଣୀୟ ହୋଇରହିବ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏକ ଶୋକବାର୍ତ୍ତା ରେ ପ୍ରକାଶ କରିଛନ୍ତି |ସେହିଭଳି ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର ଙ୍କୁ ସମବେଦନା ଜଣାଇଛନ୍ତି |ବରିଷ୍ଠ ବିଜେପି ନେତା ତଥା ଏନଏସ ଆଇ ସି ର ଡାଇରେକ୍ଟର କାଳନ୍ଦି ସାମଲ, ବିଜେପି ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଓ ଜନସାଧାରଣ ତାଙ୍କ ବାସଭବନ ତଥା ସ୍ମଶାନ ରେ ଶେଷକୃତ୍ୟ ରେ ସାମିଲ ହୋଇ ଶୋକ ପ୍ରକଟ କରିଛନ୍ତି।

Advertisement

Leave a Reply

Your email address will not be published. Required fields are marked *