Breaking: Sanjib Sahoo Resigned ବିଜେଡ଼ିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ସଞ୍ଜୀବ, ଶୁଣନ୍ତୁ ଦଳ ଛାଡ଼ିବା ନେଇ କଣ କହୁଛନ୍ତି ପୂର୍ବତନ ମନ୍ତ୍ରୀ

Advertisement

ଅନୁଗୁଳ:ଆଠମଲ୍ଲିକ ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ସଂଜୀବ କୁମାର ସାହୁ ବିଜେଡିରୁ ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଲେ। ସେ ତାଙ୍କ ଇସ୍ତଫା ପତ୍ର ଇ ମେଲ ଏବଂ ଡାକ ଯୋଗେ ବିଜେଡି ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି। ଏ ନେଇ ସଂଜୀବ ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ତାଙ୍କ ବ୍ୟକ୍ତିଗତ ଅସୁବିଧା ଦର୍ଶାଇ ଇସ୍ତଫା ଦେଇଥିବା କହିଛନ୍ତି। ତେବେ ଆଗକୁ ଅନ୍ୟ କୌଣସି ଦଳରେ ମିଶିବାର ଯୋଜନା ବର୍ତମାନ ନଥିବା କହୁଛନ୍ତି। ସଂଜୀବ ସାହୁ ଗତ ୨୦୦୩ରେ ବିରାମହରାଜପୁର ଉପ ନିର୍ବାଚନରେ ବିଜୟୀ ହୋଇଥିଲେ। ଏହାପରେ ୨୦୦୪ରେ ସାଧାରଣ ନିର୍ବାଚନରେ ବିରାମହରାଜପୁରରୁ ବିଧାୟକ, ୨୦୦୯ ଏବଂ ୨୦୧୪ରେ ଆଠମଲ୍ଲିକରୁ ମଧ୍ୟ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ୨୦୦୬ ରୁ ୨୦୧୨ ପର୍ଯ୍ୟନ୍ତ ପଞ୍ଚାୟତିରାଜ ବିଭାଗ ରାଷ୍ଟ୍ର ମନ୍ତ୍ରୀ, ବିଜ୍ଞାନ ଓ କାରିଗରୀ ବିଭାଗ, ସ୍କୁଲ ଓ ଗଣ ଶିକ୍ଷା ବିଭାଗ ଏବଂ ପରିବହନ ବିଭାଗ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ତେଣୁ ବିଜେଡ଼ିରେ ତାଙ୍କର ଲମ୍ବା ସମୟ ରହିଥିଲା।

Advertisement

Leave a Reply

Your email address will not be published. Required fields are marked *