Angul News: ବୁଥ, ମଣ୍ଡଳ ଓ ଜିଲ୍ଲା ରେ ନିର୍ବାଚନ ପାଇଁ ବିଜେପି ର ସଂଗଠନ ପର୍ବ କର୍ମଶାଳା

Advertisement

Angul News: ଅନୁଗୁଳ : ଦେବ ଦୁର୍ଲଭ କାର୍ଯ୍ୟକର୍ତାଙ୍କ ତ୍ୟାଗ ତପସ୍ୟା ଓ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ସରକାର ଗଠନ ହୋଇପାରିଛି। ବିକଶିତ ଓଡିଶା ବିକଶିତ ଭାରତ ଗଠନରେ ସଂଗଠନର ପ୍ରମୁଖ ଦାୟିତ୍ୱ ରହିଛି ବୋଲି ଅନୁଗୁଳ ଜିଲ୍ଲା ନିର୍ବାଚନ ଦାୟିତ୍ୱରେ ଥିବା ରାଜ୍ୟ ଉପସଭାପତି ପ୍ରାକ୍ତନ ବିଧାୟକ ନାଉରି ନାୟକ ପ୍ରକାଶ କରିଛନ୍ତି। ସଂଗଠନକୁ ସର୍ବସ୍ପର୍ଶୀ କରିବା ପାଇଁ ସବକା ସାଥ, ସର୍ବ ସନ୍ମତିରେ ସଂଗଠନ ପର୍ବ ମାଧ୍ୟମରେ ସଂଗଠିତ ଭାବେ କାର୍ଯ୍ୟ କରିବାକୁ ଶ୍ରୀ ନାୟକ କାର୍ଯ୍ୟକର୍ତାଙ୍କୁ ପରାମର୍ଶ ଦେଇଥିଲେ। ସମସ୍ତ ବୁଥ ସ୍ତରରୁ ମଣ୍ଡଳ ଓ ଜିଲ୍ଲାରେ ସାମୁହିକ ଭାବେ ଚୟନ କରି ନିର୍ବାଚନ ପ୍ରକ୍ରିୟାକୁ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ସାରିବାକୁ ସେ ପରାମର୍ଶ ଦେଇଥିଲେ।

ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଦିଲେଶ୍ଵର ପ୍ରଧାନଙ୍କର ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ କର୍ମଶାଳାରେ ରାଜ୍ୟ ସାଧାରଣ ସମ୍ପାଦକ ତଥା ଅନୁଗୁଳ ଜିଲ୍ଲା ପ୍ରଭାରୀ ସିମାଞ୍ଚଳ ଖଟେଇ ଯୋଗଦେଇ ଅନୁଗୁଳ ଜିଲ୍ଲାରେ ଅଦ୍ୟାବଧି ଦୁଇଲକ୍ଷରୁ ଊର୍ଦ୍ଧ୍ୱ ଲୋକ ବିଜେପିର ସଦସ୍ୟତା ଗ୍ରହଣ କରିସାରିଲେଣି ଆଗାମୀ ଦିନରେ ଆମେ ଆମ ଲକ୍ଷ୍ୟ ପୂରଣ କରିବା ପାଇଁ ସମସ୍ତେ ପ୍ରୟାସ ଜାରି ରଖନ୍ତୁ ବୋଲି କହିଥିଲେ। ପ୍ରାଥମିକ ସଦସ୍ୟ, ସକ୍ରିୟ ସଦସ୍ୟ ଓ ବୁଥ କମିଟି ଗଠନ, ମଣ୍ଡଳ କମିଟି ଗଠନ ଓ ଜିଲ୍ଲା କମିଟି ଗଠନ ପର୍ଯ୍ୟାୟ କ୍ରମେ ଡିସେମ୍ବର ମାସ ମଧ୍ୟରେ ସାରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ଗତଥର ୪୨ ଲକ୍ଷ ସଦସ୍ୟ ହୋଇଥିଲା ବେଳେ ବିଗତ ସାତ ସପ୍ତାହ ମଧ୍ୟରେ ୫୨ ଲକ୍ଷ ସଦସ୍ୟ ହୋଇ ସାରିଲେଣି। ରାଜ୍ୟରେ ଏକ କୋଟି ସଦସ୍ୟତା ପାଇଁ ଆମେ ଯେଉଁ ଲକ୍ଷ୍ୟ ରଖିଥିଲେ ତାହା ଆଊ କମ ଦିନ ମଧ୍ୟରେ ଆମମାନଙ୍କ ପରିଶ୍ରମରେ ସଫଳ ହେବ ବୋଲି ସେ କହିଥିଲେ।

ଅନୁଷ୍ଠିତ ଉକ୍ତ ସଂଗଠନ ପର୍ବ କର୍ମଶାଳାରେ ପ୍ରାକ୍ତନ ମନ୍ତ୍ରୀ ସଂଜୀବ ସାହୁ, ପ୍ରାକ୍ତନ ବିଧାୟକ ରମେଶ ଚନ୍ଦ୍ର ସାଏ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିମା ମିଶ୍ର, ସକ୍ରିୟ ସଦସ୍ୟତା ପ୍ରମୁଖ ନୃସିଂହ ବରାଳ, ସାଧାରଣ ସମ୍ପାଦକ ଭବାନୀ ଜ୍ୟୋତିଷ ରାୟ,ଓ ପ୍ରକାଶ ମହାରଣା, ଜିଲ୍ଲାର ସହ ନିର୍ବାଚନ ଅଧିକାରୀ ସୁଦିପ ଗଡ଼ନାୟକ ଓ ପ୍ରଭାତ ପ୍ରଧାନ ପ୍ରମୁଖ ଯୋଗଦେଇ ସଂଗଠନ ପର୍ବ କର୍ମଶାଳାରେ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ସମସ୍ତ ଜିଲ୍ଲା ପଦାଧିକାରୀ, ମଣ୍ଡଳ ସଭାପତି, ମଣ୍ଡଳ ସଦସ୍ୟତା ସହଯୋଗୀ ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଯୋଗ ଦେଇଥିଲେ।

Advertisement

Leave a Reply

Your email address will not be published. Required fields are marked *