Angul News: ଛେଣ୍ଡିପଦାରେ ଆମ ହସପିଟାଲ କରିବା ଦାବିରେ ୫୪ତମ ଜିଲା ପରିଷଦ ବ୍ୟଠକ ବର୍ଜନ କଲେ ବିଜେପି ଜିଲା ପରିଷଦ ସଭ୍ୟ

Advertisement

Angul News: ତୁଟୁନି ଅନୁଗୋଳ ଜିଲାର ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ରେ ଦେଖା ଦେଉଥିବା ‘ମୋ ହସ୍ପିଟାଲ ‘ ଯୋଜନା କୁ ନେଇ ଦେଖାଦେଇଥିବା ବିବାଦ। ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ମୋ ହସ୍ପିଟାଲର ଯୋଜନା ରେ ସାମିଲ କରିବାକୁ ଦାବି କରି ଅଞ୍ଚଳରେ 30 ରୁ ଅଧିକ ଗାଁ ଲୋକେ ଆନ୍ଦୋଳନ ଚଳାଇଛନ୍ତି।ଯେଉଁ ଆନ୍ଦୋଳନ କୁ 21ଦିନ ବିତି ଥିଲେ ବି ତଙ୍କ ଦାବି ପ୍ରତି କେହି ଦୃଷ୍ଟି ଗୋଚର କରୁ ନଥିବା ଅଭିଯୋଗ କରୁ ନଥିବା ଅଭିଯୋଗ କରି ସ୍ଥାନୀୟ ଜିଲାପରିଷଦ ସଦସ୍ୟ ଜିଲାପରିଷଦ ବୈଠକ କୁ ବର୍ଜନ କରିଛନ୍ତି ।ଆନ୍ଦୋଳନରେ ଛେଣ୍ଡିପଦା ୧୫ ନମ୍ବର ଜୋନର ଜିଲ୍ଲା ପରିଷଦ ଯଶୋବନ୍ତ ବେହେରା ମଧ୍ୟ ପ୍ରତ୍ୟକ୍ଷ ଭାବେ ସାମିଲ ରହି ଆନ୍ଦୋଳନ ଚଳାଇ ଆସିଛନ୍ତି । ବୁଧବାର ୫୪ ତମ ଜିଲ୍ଲା ପରିଷଦ ବୈଠକକୁ ୧୫ ନମ୍ବର ଯୋନ ର ସଦସ୍ୟ ଯଶୋବନ୍ତ ବେହେରା ବର୍ଜନ କରିଛନ୍ତି । ଛେଣ୍ଡିପଦା ଡାକ୍ତରଖାନା ଉପରେ ଅନେକ ଲୋକ ନିର୍ଭର କରୁଥିବା ବେଳେ ଛେଣ୍ଡିପଦା ବାସୀଙ୍କୁ ଜିଲ୍ଲା ପ୍ରଶାସନ ଅବହେଳା ପ୍ରଦର୍ଶନ କରୁଥିବା ଦର୍ଶାଇ ସେ ଏହି ବୈଠକକୁ ବର୍ଜନ କରିଥିବା କହିଛନ୍ତି ।

ସେପଟେ ଘଟଣା କୁ ନେଇ ଅନୁଗୋଳ ଜିଲାପାଳ ଓ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି। ଲୋକଙ୍କ ଦାବି ସରକାର ଜାଣିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ଛେଣ୍ଡିପଦା CHC କୁ ମୋ ହସ୍ପିଟାଲ ଯୋଜନା ରେ ସମିଲ କରାଯିବ ବୋଲି କହିଛନ୍ତି। ଖାଲି ସେତିକି ନୁହେଁ ସରକାର ଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆସୁଥିବା ବିଭିନ୍ନ ଯୋଜନା ରେ ହସ୍ପିଟାଲ ର ଉର୍ଣ୍ଣତି କରଣ ପାଇଁ ପ୍ରାୟ ୧୧ କୋଟି ରୁ ଅଧିକ ଟଙ୍କା ବ୍ୟୟ ବରାଦ କରାଯାଇଛି। ଯାହାର କାମ ଖୁବ ଶୀଘ୍ର ଆରମ୍ଭ ହେବ।ତେବେ ସରକାର ଙ୍କ ଯୋଜନା ମୁତାବକ ନିର୍ବାଚନ ମଣ୍ଡଳୀ ର ମୁଖ୍ୟାଳୟ ଅର୍ଥାତ ଛେଣ୍ଡିପଦା ହସ୍ପିଟାଲ କୁ ମୋ ହସ୍ପିଟାଲରେ ସାମିଲ କରା ନ ଯାଇ କାହିଁକି କୋଶଳା ହସ୍ପିଟାଲ କୁ ସାମିଲ କରାଗଲା।ଏଥିରେ ଚଞ୍ଚକତା କରାଯାଇଥିବା ଲୋକେ ଅଭିଯୋଗ କରିଛନ୍ତି।

Advertisement

Leave a Reply

Your email address will not be published. Required fields are marked *