ଆସନ୍ତା ୯ରେ ବିଧାନସଭା ଘେରିବ ବିଜେପି ଯୁବମୋର୍ଚ୍ଚା

Advertisement

ଅନୁଗୋଳ: ଶିକ୍ଷୟତ୍ରୀ ମମିତା ମେହେର ଙ୍କ ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ଦର୍ଶାଇ ତାଙ୍କ ବହିଷ୍କାର ଦାବିରେ ଆସନ୍ତା ୯ତାରିଖରେ ବିଜେପି ଯୁବମୋର୍ଚା ବିଧାନସଭା ଘେରାଉ କରିବ। ସାରା ରାଜ୍ୟରୁ ହଜାର ହଜାର ସଂଖ୍ୟାରେ ଯୁବ ମୋର୍ଚ୍ଚା କର୍ମୀ ଏଥିରେ ଯୋଗ ଦେବେ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଚଳାଇଛି ବିଜେପି ଯୁବମୋର୍ଚା ଏହି କ୍ରମରେ ଶୁକ୍ରବାର ରାଣୀଗୋଡା ସ୍ଥିତ ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ବିଜେପି ଯୁବମୋର୍ଚା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜେପି ଯୁବମୋର୍ଚା ରାଜ୍ୟ ସାଧାରଣ ସମ୍ପାଦକ ଓମ ପ୍ରକାଶ ମିଶ୍ରଙ୍କ ସମେତ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ବହୁ ଯୁବମୋର୍ଚା କାର୍ଯ୍ୟକର୍ତା ଯୋଗ ଦେଇଥିଲେ। ଉଭୟ ଜିଲାରୁ ପ୍ରାୟ ୧୦ହଜାର କର୍ମୀ ବିଧାନସଭା ଘେରାଉରେ ଯୋଗ ଦେବେ ଏବଂ ସେଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି ବୋଲି ଯୁବମୋର୍ଚା ପକ୍ଷରୁ କୁହାଯାଇଛି ।

Advertisement

Leave a Reply

Your email address will not be published. Required fields are marked *