ଅନୁଗୁଳ(ସୁବ୍ରତ ପଟ୍ଟନାୟକ): ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ର ୭ନମ୍ବର ଜିଲ୍ଲା ପରିଷଦ ଜୋନ ର ବିଜେଡି ପ୍ରାର୍ଥିନୀ ବବିତା କର୍ଣ୍ଣଙ୍କର ତିନୋଟି ସନ୍ତାନ ଥିବାରୁ ସେ ଓଡିଶା ଗ୍ରାମ ପଞ୍ଚାୟତ ଆଇନ ୨୫ ଭି ଅନୁସାରେ ପ୍ରତିଦ୍ୱନ୍ଦିତା କରିବା ପାଇଁ ଅଯୋଗ୍ୟ ଦର୍ଶାଇ ତାଙ୍କର ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥିନୀ ଦୀପିକା ଦେହୁରୀ ଆଜି ଆଠମଲ୍ଲିକ ଉପ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଆରଟିଆଇ ତଥ୍ୟ ଅନୁସାରେ ବବିତା କର୍ଣଙ୍କର ପ୍ରଥମ ସନ୍ତାନ ଝିଅ ୨୧/୪/୧୯୯୮,ଦ୍ୱିତୀୟ ସନ୍ତାନ ଝିଅ ୨୫/୦୨/୨୦୦୦,ଏବଂ ତୃତୀୟ ସନ୍ତାନ ପୁଅ ୧୬/୦୬/୨୦୦୨ ରେ ଜନ୍ମ ଗ୍ରହଣ କରିଛନ୍ତି।ସମସ୍ତ ତିନୋଟି ସନ୍ତାନ ଜୀବିତ ଅଛନ୍ତି। ଓଡିଶା ଗ୍ରାମ ପଂଚାୟତ ଆଇନ ଧାରା ୨୫ ଭି ଅନୁସାରେ ସେ ପ୍ରାର୍ଥୀ ନିର୍ବାଚନ ରେ ପ୍ରତିଦ୍ୱନ୍ଦିତା କରିବା ପାଇଁ ଅଯୋଗ୍ୟ ଅଟନ୍ତି।ତାଙ୍କର ନାମାଙ୍କନ ପତ୍ର କୁ ନିୟମ ଅନୁସାରେ ଅଯୋଗ୍ୟ ଘୋଷଣା କରିବା ପାଇଁ ତାଙ୍କର ପ୍ରତିଦ୍ବନ୍ଦୀ ଦୀପିକା ଦେହୁରୀ ଦାବୀ କରିଛନ୍ତି।ଦେଖାଯାଉ ଆଠମଲ୍ଲିକ ଉପ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ତାଙ୍କର ତଥ୍ୟ ଭିତିକ ଅଭିଯୋଗ କୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପ୍ରାର୍ଥୀ ପତ୍ର ନାକଚ କରୁଛନ୍ତି ନା ଶାସକ ଦଳର ଚାପର ବଶବର୍ତ୍ତୀ ହେଉଛନ୍ତି ଦେଖିବାକୁ ବାକି ରହିଲା।
ଆଠମଲ୍ଲିକ ୭ନମ୍ବର ଯୋନ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନୋମିନେସନ ଖାରଜ କରିବାକୁ ଉପଜିଲ୍ଲାପାଳଙ୍କୁ ଦରଖାସ୍ତ

