Angul News: ଅନୁଗୁଳ ପ୍ରେସ ଚାମ୍ବର ପକ୍ଷରୁ ସାମ୍ୱାଦିକ ସଦସ୍ୟଙ୍କ ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଟିତ, ବରିଷ୍ଟ ସାମ୍ୱାଦିକ ଅର୍ଦେନ୍ଧୁ ଦାସ ଦେଲେ ଗୁରୁମନ୍ତ୍ର

Advertisement

Angul News: ଶନିବାର ସନ୍ଧ୍ୟାରେ ଅନୁଗୁଳର ଅଗ୍ରଣୀ ସାମ୍ୱାଦିକ ସମୁହ ଅନୁଗୁଳ ପ୍ରେସ ଚାମ୍ବର ପକ୍ଷରୁ ସାମ୍ୱାଦିକ ମାନଙ୍କ ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ବରିଷ୍ଟ ସାମ୍ୱାଦିକ ଅର୍ଦ୍ଦେନ୍ଧୁ ଦାସ ଅତିଥି ,ବକ୍ତା ଓ ପ୍ରଶିକ୍ଷକ ଭାବରେ ଏହି ଅବସରରେ ଉପସ୍ଥିତ ରହିଥିଲେ।ଶିବିର ପ୍ରାରମ୍ଭରେ ଅନୁଗୁଳ ପ୍ରେସ ଚାମ୍ବର ର ସଭାପତି ଜଗଦିଶ ପ୍ରସାଦ ଅଗ୍ରୱାଲା, ସାଧାରଣ ସମ୍ପାଦକ ବିଜୟ କୁମାର ଦେ ଓ ବରିଷ୍ଟ ପ୍ରତିଷ୍ଠାତା ସଦସ୍ୟ,ମାର୍ଗଦର୍ଶକ ଏବଂ ଆବାହକ ମାନସ ରଞ୍ଜନ ମିଶ୍ର ପୁଷ୍ପ ଗୁଛ ପ୍ରଦାନ କରି ଶ୍ରୀ ଅର୍ଧେନ୍ଧୁ ଦାସଙ୍କର ସ୍ଵାଗତ କରିଥଲେ। ତା ସହିତ ସଦସ୍ୟ ମହେଶ ଭୋମରାଜ ଶ୍ରୀ ଦାସଙ୍କୁ ଉତ୍ତରୀୟ ଦ୍ଵାରା ସମ୍ମାନିତ କରିଥଲେ। ମାନସ ରଞ୍ଜନ ମିଶ୍ର ସ୍ୱାଗତ ଭାଷଣ ଦେବାପରେ ଅତିଥି , ବକ୍ତା ଓ ପ୍ରଶିକ୍ଷକ ଶ୍ରୀ ଅର୍ଦ୍ଧେନ୍ଧୁ ଦାସ ନିଜର ଭାଷଣ ଆରମ୍ଭ କରି ଉପସ୍ଥିତ ସମୂହର ସାମ୍ୱାଦିକ ମାନଙ୍କୁ ପ୍ରଶିକ୍ଷଣ ଦେବା ଆରମ୍ଭ କରିଥିଲେ।

ଏହି ଅବସରରେ ଶ୍ରୀ ଦାସ କିପରି ଭାବରେ ଆଜିର ସାମ୍ୱାଦିକ କାର୍ଯ୍ୟ କରିବା ଉଚିତ ସେ ବିଷୟରେ ଉପଦେଶ ଦେଇଥିଲେ। ନିର୍ଭୟ ଭାବେ କାର୍ଯ୍ୟ କରିବା ସହ ଲୋକଙ୍କ ସମସ୍ୟାକୁ ଉଠାଇବାକୁ ସେ କହିଥିଲେ। ତା ସହିତ ଲୋକପ୍ରତିନିଧି, ସରକାରି ଅଧିକାରୀ ଓ ସରକାରଙ୍କ ଭୁଲକୁ ନିଜର ଖବର ଜରୀଆରେ ଲୋକଲୋଚନକୁ ଆଣିବାକୁ ସେ ଉପଦେଶ ଦେଇଥିଲେ। କୌଣସି ଖବରକୁ ଥରଟିଏ କରି ଛାଡି ନ ଦେଇ ଆରମ୍ଭରୁ ଶେଷ ଯାଏଁ ନଜର ରଖି ତା ଭିତର ପର୍ୟ୍ୟନ୍ତ ପହଞ୍ଚିବାକୁ ଶ୍ରୀ ଦାସ ଉପଦେଶ ଦେଇଥିଲେ। ବିରୁଦ୍ଧରେ ଖବର ପ୍ରସାରଣ ହୋଇଥିବା ବ୍ୟକ୍ତି ଓ ସରକାର ପ୍ରତିଶୋଧ ପରାୟଣ ହୋଇ ହଇରାଣ କରିବେ । କିନ୍ତୁ ପ୍ରକୃତ ଖବରଦାତା ର ଆନନ୍ଦ ସେହି ଖବରର ପ୍ରତିକ୍ରିୟାରେ ରହିଥାଏ ବୋଲି ସେ କହିଥିଲେ। ଏକ ଅତି ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗର ସେ କହିଥିଲେ ଯେ ଆଜିର ସାମ୍ୱାଦିକ ର ରୋଜଗାର ବହୁତ କମ ରହିଥିବାରୁ ସାମ୍ବାଦିକତା କରିବାକୁ ଇଛୁକ ବ୍ୟକ୍ତି ନିଜର ଅନ୍ୟ କିଛି ରୋଜଗାର ପନ୍ଥା ରଖିବା ଉଚିତ। ଯାହା ଫଳରେ ସେ ମୁକ୍ତ ଭାବେ ସାମ୍ବାଦିକତା ବୃତ୍ତି କରିପାରିବ।

ଏହିପରି ଅନେକ ବହୁମୂଲ୍ୟ ଉପଦେଶ ପ୍ରଶିକ୍ଷକ ବରିଷ୍ଟ ସାମ୍ୱାଦିକ ଅର୍ଧେନ୍ଦୂ ଦାସ ଉପସ୍ଥିତ ଅନୁଗୁଳ ପ୍ରେସ ଚାମ୍ବର ର ସାମ୍ୱାଦିକ ସଦସ୍ୟ ମାନଙ୍କୁ ଦେବାସହ ରାଜ୍ୟରେ ପ୍ରଥମ ଥର ପାଇଁ ଅନୁଗୁଳ ପ୍ରେସ ଚାମ୍ବର ସାମ୍ୱାଦିକ ମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଶିବିର ଆୟୋଜନ କରିଥିବାରୁ ପ୍ରଶଂସା କରିବା ସହ ଆଗକୁ ମଧ୍ୟ ଏହି ପ୍ରୟାସ ଜାରି ରଖିବାକୁ କର୍ମକର୍ତ୍ତା ମାନଙ୍କୁ ଉପଦେଶ ଦେଇଥିଲେ। ଶେଷରେ ସାଧାରଣ ସମ୍ପାଦକ ବିଜୟ କୁମାର ଦେ ପ୍ରଶିକ୍ଷଣ ଶିବିର ର ଉଦଯାପନୀ ଭାଷଣ ଦେଇଥିଲେ। ଏହିପରି ପ୍ରଶିକ୍ଷଣ ଶିବିର ର ଆୟୋଜନ ଅନୁଗୁଳ ପ୍ରେସ ଚାମ୍ବର ପକ୍ଷରୁ କରିବା ଜାରି ରହିବ ବୋଲି ସଭାପତି ଜଗଦିଶ ପ୍ରସାଦ ଅଗ୍ରୱାଲା କହିଛନ୍ତି।

Advertisement

Leave a Reply

Your email address will not be published. Required fields are marked *