Angul News: ତାଳଚେରରେ ଆସନ୍ତା ୧୨ରେ ରାଜ୍ୟସ୍ତରୀୟ ଉଷୁ ଚୟନ ପ୍ରତିଯୋଗିତା

Advertisement

Angul News: ତାଳଚେର : ତାଳଚେର ଭରତପୁରଠାରେ ଆସନ୍ତା ଏପ୍ରିଲ ୧୨ ତାରିଖରେ ରାଜ୍ୟସ୍ତରୀୟ ଉଷୁ ଖେଳାଳି ଚୟନ ପ୍ରତିଯୋଗିତା ଆୟୋଜିତ ହେବ ବୋଲି ଅନୁଗୁଳ ଜିଲ୍ଲା ଉଷୁ ଆସୋସିଏସନ ପକ୍ଷରୁ ଜିଲ୍ଲା ସଭାପତି ପର୍ଶୁରାମ ବାରିକ ସୂଚନା ଦେଇଛନ୍ତି। ସମଗ୍ର ୩୦ଟି ଜିଲ୍ଲାରୁ ଜିଲ୍ଲାସ୍ତରରେ ଉଷୁ ଖେଳରେ କୃତକାର୍ଯ୍ୟ ହୋଇଥିବା ୨୦୦ରୁ ଊର୍ଦ୍ଧ୍ୱ ମହିଳା ଓ ପୁରୁଷ ଖେଳାଳିମାନେ ଏଠାରେ ଭାଗ ନେବେ। ଏଠାରୁ ସିଲେକ୍ସନ ହେବା ଖେଳାଳିମାନେ ଆଗାମୀ ମାସରେ ମହାରାଷ୍ଟ୍ର ପୁନେ ଠାରେ ଆୟୋଜିତ ୩୨ତମ ଜାତୀୟ ଉଷୁ ଚମ୍ପିୟାନସିପରେ ଭାଗ ନେବେ। ଉଷୁ ସଂଘର ରାଜ୍ୟ ସଭାପତି ଏସ ଏସ ହରିଚନ୍ଦନ, ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ବେହେରାଙ୍କ ସମେତ ରାଜ୍ୟର ପଦାଧିକାରୀ, ଜାତୀୟ ଜଜ ପୃଥ୍ୱୀରାଜ ହରିଚନ୍ଦନ, ପଙ୍କଜ ମହନ୍ତ, ନବୀନ ସିଂହ, ସୁଜନ କୁମାର ରଥ, ଅନୁରାଧା ଡୋରା ପ୍ରମୁଖ ଯୋଗ ଦେବେ ବୋଲି ଶ୍ରୀ ବାରିକ ସୂଚନା ଦେଇଛନ୍ତି।

ଏ ପରିପେକ୍ଷୀରେ ଭରତପୁରଠାରେ ଜିଲ୍ଲା ଉଷୁ ଆସୋସିଏସନର ଏକ ଜରୁରୀ ବୈଠକରେ ରାଜ୍ୟସ୍ତରୀୟ ସିଲେକ୍ସନ କ୍ୟାମ୍ପକୁ ସୁଚାରୁରୂପେ ପରିଚାଳନା କରିବା ଦିଗରେ ବିଭିନ୍ନ ଦାୟିତ୍ୱ ବଣ୍ଟନ କରାଯାଇଥିଲା। ଏ ଦିଗରେ ଜିଲ୍ଲା ପ୍ରଶାସନ, ଉପଖଣ୍ଡ ପ୍ରଶାସନ, କ୍ରୀଡା ବିଭାଗ, ସହ ସମନୟ ରକ୍ଷା କରି ରାଜ୍ୟସ୍ତରୀୟ ଉଷୁ କ୍ରୀଡାକୁ ସମ୍ପାଦନ କରିବା ଉପରେ ନିଷ୍ପତ୍ତି ନିଆଯାଇଛି। ଆଜିର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପ ସଭାପତି ବାସୁଦେବ ସାହୁ, ସାଧାରଣ ସମ୍ପାଦକ ସୁଶାନ୍ତ ନାଏକ, ବିନୋଦ ନାୟକ, ଶରତ ଚନ୍ଦ୍ର ନାଏକ, ମାଧବ ନାଏକ, ସମୀର ପ୍ରଧାନ, ଅରୁଣ ନାଏକ, ତାପସ ରଞ୍ଜନ ଙ୍କ ସମେତ ସମସ୍ତ ପଦାଧିକାରୀ ଯୋଗ ଦେଇଥିଲେ।

Advertisement

Leave a Reply

Your email address will not be published. Required fields are marked *