Angul News: ଜିଏମଡିସିର ଗ୍ରାମ୍ୟ ବିକାଶ ଟ୍ରଷ୍ଟ ତରଫରୁ ନଅଟି ଗୋଷ୍ଠୀଗତ ପ୍ରକଳ୍ପ ଲୋକାର୍ପିତ

Advertisement

Angul News: ଗୁଜୁରାଟ ମିନେରାଲ ଡେଭଲପମେଣ୍ଟ କର୍ପୋରେସନ୍ ନିଜର ସାମାଜିକ ଦାୟିତ୍ବ ଶାଖା ଗ୍ରାମ୍ୟ ବିକାଶ ଟ୍ରଷ୍ଟ (ଜିଏମଡିସି-ଜିଭିଟି) ଦ୍ୱାରା ଅନଗୁଳ ଜିଲ୍ଲାର ଛେଣ୍ଡିପଦା ଓ ମାଛକୁଟା ପଞ୍ଚାୟତରେ ନଅ ଗୋଟି ଗୋଷ୍ଠୀଗତ ପ୍ରକଳ୍ପ ଗତ ଶନିବାର ଦିନ ଲୋକାର୍ପିତ କରାଯାଇଛି । ସାମୂହିକ ଭାବରେ ପ୍ରାୟ ୫୦ ଲକ୍ଷ ଖର୍ଚ୍ଚ ବ୍ୟୟ ହୋଇଥିବା ଏହି ପ୍ରକଳ୍ପଗୁଡିକ ସ୍ଥାନୀୟ ବିକାଶଧାରା ବୃଦ୍ଧି କରିବା ।

ମୋଟ ୯ଟି ପ୍ରକଳ୍ପ ମଧ୍ୟରୁ ୨ଟି ପ୍ରକଳ୍ପ ଶୁକ୍ରବାର ଦିନ ଲୋକାର୍ପିତ ହୋଇଥିବା ବେଳେ ଅନ୍ୟ ୭ଟି ପ୍ରକଳ୍ପ ଶନିବାର ଦିନ ଉଦଘାଟିତ ହୋଇଯାଇଛି । ଏହି ସମସ୍ତ ପ୍ରକଳ୍ପ ମଧ୍ୟରେ ମନ୍ଦିର ଓ ବିଦ୍ୟାଳୟ ପ୍ରାଚୀର ନିର୍ମାଣ, ମନ୍ଦିର ମଣ୍ଡପ ନିର୍ମାଣ ଓ କମ୍ୟୁନିଟି ହଲ୍ ନବୀକରଣ କାର୍ଯ୍ୟ ସମ୍ପାଦନ କରାଯାଇଛି ।

ଗତ ଶନିବାର ଦିନ ମାଛକୁଟା ପଞ୍ଚାୟତର ମହାମୟୀ ମଣ୍ଡପ ନିର୍ମାଣ କାର୍ଯ୍ୟ ଓ ମାଛକୁଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରାଚୀର ନିର୍ମାଣ କାର୍ଯ୍ୟ ସମ୍ପାଦନର ଉଦ୍ଘାଟନ ସମାରୋହରେ ବ୍ଲକ୍ ଚେୟାରମ୍ୟାନ୍ ସୁମିତ୍ରା ସାହୁ, ଜିଏମଡିସି ବୈତରଣୀ ପଶ୍ଚିମ କୋଇଲା ଖଣି ପ୍ରକଳ୍ପ ମୁଖ୍ୟ ବ୍ରିଗେଡର ମନୁ ମେହରୋତ୍ରା, ମାଛକୁଟା ପଞ୍ଚାୟତ ସରପଞ୍ଚ ମନୋଜ କୁମାର ସେଠୀ ଓ ସମିତି ସଭ୍ୟ ସୁମନ୍ତ ବେହେରା ଦ୍ବାରା ଲୋକାର୍ପିତ ହୋଇଥିଲା । ବିଏନବି ତରଫରୁ ପ୍ରକଳ୍ପ ପରିଚାଳକ ରୋମାଂଚଳ ଖମାରି, ସ୍ଥାନୀୟ ନେତୃବୃଦ ମଧ୍ୟରେ ପୋଡ଼ାପଡା ଗ୍ରାମ ସଭାପତି ଗୋପବନ୍ଧୁ ଗଡନାୟକ ଓ ବହୁ ଜନସାଧାରଣ ଉପସ୍ଥିତ ଥିଲେ ।

Advertisement

ଏଥି ସହିତ ଜିଏମଡିସି ଦ୍ବାରା ଛେଣ୍ଡିପଦା ପଞ୍ଚାୟତରେ ଛେଣ୍ଡିପଦା ଶିବ ମନ୍ଦିରର ପ୍ରାଚୀର ନିର୍ମାଣ, ପଥରମୁଣ୍ଡା କମ୍ୟୁନିଟି ହଲ୍ ନବୀକରଣ, କୁମ୍ଭାର ସାହି କମ୍ୟୁନିଟି ହଲ୍ ନବୀକରଣ ଓ ତୌଳିକ ସମାଜ ଗୃହର ନବୀକରଣ ଓ ମାଛକୁଟା ପଞ୍ଚାୟତର ପୋଡାପଡା କାଳୀ ମନ୍ଦିରର ପ୍ରାଚୀର ନିର୍ମାଣ କାର୍ଯ୍ୟର ମଧ୍ୟ ଲୋକାର୍ପିତ ହୋଇଥିଲା ।

ଜିଏମଡିସି-ଜିଭିଟି ପକ୍ଷରୁ ମାଛକୁଟା ପଞ୍ଚାୟତର ପୋଡ଼ାପଡ଼ାର ନାକି ସାହି ଓ ଛେଣ୍ଡିପଦା ପଞ୍ଚାୟତର ସପୋଇ ସାହି କମ୍ୟୁନିଟି ହଲ୍‌ର ନବୀକରଣ କରାଯାଇଥିଲା। ଗତ ଶୁକ୍ରବାର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଛେଣ୍ଡିପଦା ସରପଞ୍ଚ ସୁଦୀପ୍ତ କୁମାର ପ୍ରଧାନ ଯୋଗଦେଇ ସପୋଇ ସାହି କମ୍ୟୁନିଟି ହଲ୍‌ର ଉଦ୍‌ଘାଟନ କରିଥିବା ବେଳେ ପୋଡ଼ାପଡ଼ା ନାକି ସାହି କମ୍ୟୁନିଟି ହଲ୍‌କୁ ପୋଡାପଡ଼ା ଗ୍ରାମ ସଭାପତି ଗୋପବନ୍ଧୁ ଗଡ଼ନାୟକ ଉଦ୍‌ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଏମ୍‌ଡିସି କମ୍ପାନୀ କର୍ମଚାରୀମାନେ ଉପସ୍ଥିତ ଥିଲେ । ସ୍ଥାନୀୟ ବାସିନ୍ଦା ଦ୍ବାରା ଏହି ସମସ୍ତ ପ୍ରକଳ୍ପକୁ ସ୍ବାଗତ କରାଯାଇଛି ।

Leave a Reply

Your email address will not be published. Required fields are marked *