Angul News ମୋଦି ସରକାର ଖେଲ ଇଣ୍ଡିଆ ମାଧ୍ୟ୍ୟମରେ କ୍ରୀଡ଼ାବିତ ଙ୍କୁ ପ୍ରୋତ୍ସାହନ ଦେଉଛନ୍ତି: କାଳନ୍ଦି ସାମଲ

Advertisement

Angul News ତାଳଚେର: ତାଳଚେର ଭରତପୁର ଠାରେ ବୁଧବାର ରାଜ୍ୟସ୍ତରୀୟ ଉଷୁ ଚୟନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଓଡିଶାର ୩୦ଟି ଜିଲ୍ଲାରୁ ଜିଲ୍ଲା ସ୍ତରରେ ଚୟନ ହୋଇଥିବା ୧୦୭ଜଣ ମହିଳା ଓ ପୁରୁଷ ବର୍ଗର ପ୍ରତିଯୋଗୀ ଯୋଗ ଦେଇଥିଲେ। ଜାତୀୟ କ୍ଷୁଦ୍ର ଶିଳ୍ପ ନିଗମର ଡାଇରେକ୍ଟର କାଳନ୍ଦି ସାମଲ ଆନୁଷ୍ଠାନିକ ଭାବେ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି ମୋଦି ସରକାର ଖେଲ ଇଣ୍ଡିଆ ମାଧ୍ୟମରେରେ କ୍ରୀଡ଼ାବିତ ଙ୍କୁ ପ୍ରୋତ୍ସାହିତ କରୁଛନ୍ତି ବୋଲି ପ୍ରକାଶ କରିଥିଲେ।

ଲୁକାୟିତ କ୍ରୀଡା ପ୍ରତିଭା ଙ୍କୁ ଆଗକୁ ଆଣିବା ଦିଗରେ ଉଷୁ ଆସୋସିଏସନ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ। ଉଷୁ ଆସୋସିଏସନ ର ରାଜ୍ୟ ସଭାପତି ଇଁ ଏସ ଏସ ହରିଚନ୍ଦନ ଉଦଘାଟନ ସତ୍ର ରେ ସଭାପତିତ୍ବ କରି ଅନୁଗୁଳ ଜିଲ୍ଲା ଉଷୁ ଆସୋସିଏସନ ରାଜ୍ୟସ୍ତରୀୟ ଚୟନ ପ୍ରତିଯୋଗିତା ଆୟୋଜନ କରିଥିବାରୁ ସମସ୍ତ କର୍ମକର୍ତା ଙ୍କୁ ଧନ୍ୟବାଦ ଦେଇଥିଲେ। ରାଜ୍ୟ ଉଷୁ ଆସୋସିଏସନର ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ବେହେରା କାର୍ଯ୍ୟକ୍ରମ କୁ ସଂଚାଳନ କରିଥିଲେ। ଅନୁଗୁଳ ଜିଲ୍ଲା ଉଷୁ ଆସୋସିଏସନ ସଭାପତି ପର୍ଶୁରାମ ବାରିକ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରତିଯୋଗୀଙ୍କୁ ସ୍ୱାଗତ କରିବା ସହ ଆଗାମୀ ଦିନରେ ଜାତୀୟ ସ୍ତରର ପ୍ରତିଯୋଗିତା କରାଇବା ଉପରେ ମତ ରଖିଥିଲେ। ତାଳଚେରରେ କାର୍ଯ୍ୟକ୍ରମ ହେବ ବୋଲି ଅନୁଗୁଳ ଜିଲ୍ଲା ଉଷୁ ଆସୋସିଏସନ ପକ୍ଷରୁ ଜିଲ୍ଲା ସଭାପତି ପର୍ଶୁରାମ ବାରିକ ସୂଚନା ଦେଇଛନ୍ତି। ଜିଲ୍ଲା ଉଷୁ ସଂଘ ସାଧାରଣ ସମ୍ପାଦକ ସୁଶାନ୍ତ କୁମାର ନାଏକ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ,ଉପ ସଭାପତି ବାସୁଦେବ ସାହୁ ଧନ୍ୟବାଦ ଦେଇଥିଲେ।

ଏଠାରୁ ସିଲେକ୍ସନ ହେବା ଖେଳାଳିମାନେ ଆଗାମୀ ମାସରେ ମହାରାଷ୍ଟ୍ର ପୁନେ ଠାରେ ଆୟୋଜିତ ୩୨ତମ ଜାତୀୟ ବରିଷ୍ଟ ଉଷୁ ଚମ୍ପିୟାନସିପରେ ଭାଗ ନେବେ। ଉଷୁ ସଂଘର ରାଜ୍ୟ ସଭାପତି ଏସ ଏସ ହରିଚନ୍ଦନ, ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ବେହେରାଙ୍କ ସମେତ ରାଜ୍ୟର ପଦାଧିକାରୀ, ଜାତୀୟ ଜଜ ପୃଥ୍ୱୀରାଜ ହରିଚନ୍ଦନ, ପଙ୍କଜ ମହନ୍ତ, ନବୀନ ସିଂହ,ସୁଜନ କୁମାର ରଥ, ଅନୁରାଧା ଡୋରା ପ୍ରମୁଖ ଯୋଗ ଦେଇ ଖେଳ ପରିଚାଳନା କରିଥିଲେ। ରାଜ୍ୟସ୍ତରୀୟ ଏହି କାର୍ଯ୍ୟକ୍ରମରେ ଉଷୁ ସଂଘର ରାଜ୍ୟ ଓ ଜିଲ୍ଲା କର୍ମକର୍ତାମାନେ ଯୋଗ ଦେଇଥିଲେ।

Advertisement

Leave a Reply

Your email address will not be published. Required fields are marked *