Angul News: କୁମର ଦାସ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ: ଗୋପାଳପ୍ରସାଦ ଚମ୍ପିୟାନ

Advertisement

Angul News (ସୁବ୍ରତ ପଟ୍ଟନାୟକ): ତାଳଚେର ବ୍ଲକ ସିରିଗିଡା ଠାରେ କୁମର ଦାସ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ ସମ୍ପାଦକ ତଥା ଏନଏସଆଇସି ଡାଇରେକ୍ଟର କାଳନ୍ଦୀ ସାମଲ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖେଳ ଇଣ୍ଡିଆ ମାଧ୍ୟମରେ ସମଗ୍ର ଦେଶରେ ତଳସ୍ତରରୁ ଖେଳର ବିକାଶ ପାଇଁ ପ୍ରୟାସ କରୁଛନ୍ତି। ସେହିଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିକଟରେ ତାଳଚେରରେ ଜାତୀୟ ସ୍ତରର ଫୁଟବଲ ଖେଳ ବାଜି ରାଉତ କପର ଆୟୋଜନ କରାଇଥିଲେ। କ୍ରୀଡାକୁ ସର୍ବୋପରି କରିବା ଲକ୍ଷରେ ମୋଦୀ ସରକାର କର୍ତ୍ତବ୍ୟରତ। ଡିସେମ୍ବର ୨୦ ତାରିଖରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ୧୬ଟି ଟିମ ଭାଗ ନେଇଥିଲେ। ଆଜିର ଫାଇନାଲ ମ୍ୟାଚରେ ଛେଳିଆକୁ ହରାଇ ଗୋପାଳ ପ୍ରସାଦ ଚମ୍ପିୟାନ ହୋଇଛି।

ସମବାୟ ସମିତି ଧରମପୁରର ସଭାପତି ନରେଶ ଚନ୍ଦ୍ର ଦାସଙ୍କ ପୌରାହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି କାଳନ୍ଦି ସାମଲଙ୍କ ସମେତ ସଂମ୍ମାନିତ ଅତିଥି ଭାବେ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷା ତଥା ସମିତି ସଦସ୍ୟା ସୁବର୍ଣ୍ଣା ସାହୁ, ସରପଞ୍ଚ ସହଦେଵ ସାହୁ, ନରେଶ ବେହେରା ଓ ଯଶୋବନ୍ତି ବେହେରା, ପ୍ରାକ୍ତନ ସମିତି ସଦସ୍ୟ ତଥା ବିଶିଷ୍ଟ କ୍ରୀଡ଼ାବୀତ ଚୈତନ୍ୟ ପ୍ରଧାନ, ଜିଲ୍ଲା ମିଡ଼ିଆ ସେଲ ପର୍ଶୁରାମ ବାରିକ, ସୁଶାନ୍ତ ପ୍ରଧାନ, ଖଇରା ପ୍ରଧାନ, ଦେବାନନ୍ଦ ସାହୁ, କୃଷ୍ଣ ଦାସ, ଅନାଦି ଭୁତିଆ ଯୋଗଦେଇ ଥିଲେ। କୁମର ମେମୋରିଆଲ ଟୁର୍ନାମେଣ୍ଟର ସଦସ୍ୟ ଅଶୋକ ଦାସ, କୃପାସିନ୍ଧୁ ଦାସ, ଅଭିନାଶ ମହାନ୍ତି, ପପୁ, ଡ଼ିକି, ଲିକୁନ, ଲିଟୁନ, ଅଂପେୟାର ଭାବେ ସୌଭାଗ୍ୟ ସାମଲ ଓ ରଂଜିତ ମହାନ୍ତି କମେଟଟର ଅଭିଳାଷ ଗଡ଼ନାୟକ ପ୍ରମୁଖ ସହଯୋଗ କରିଥିଲେ। ମୁଖ୍ୟ ଅତିଥି ଏବଂ ସମସ୍ତ ଅତିଥି ମାନେ ପୁରସ୍କାର ବିତରଣ କରିଥିଲେ।

Advertisement

Leave a Reply

Your email address will not be published. Required fields are marked *