Angul News:ଜେଏସପି ପକ୍ଷରୁ ଟ୍ରକ୍ ଡାଇଭରଙ୍କ ପାଇଁ ମେଗା ଚକ୍ଷୁ ପରୀକ୍ଷା ଶିବିର

Advertisement

Angul News: ଅନୁଗୁଳ: ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ରାଜ୍ୟ ସରକାରଙ୍କ ସହଭାଗିତାରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର(ଜେଏସପି) ପକ୍ଷରୁ ଏକ ମେଗା ଚକ୍ଷୁ ପରୀକ୍ଷା ଏବଂ ପ୍ରାଥମିକ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଜେଏସପିର ଫେଜ୍-ଟୁ ଅଂଚଳରେ ଥିବା ଟ୍ରାନ୍ସପୋର୍ଟ ନଗରରେ ଏହି ଦୁଇ ଦୁନିଆ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରକୁ ଅନୁଗୁଳ ଜିଲ୍ଲାର ସଡ଼କ ପରିବହନ ଅଧିକାରୀ ଶ୍ରୀ ନିଖିଲ ପଟ୍ଟନାୟକ ଉଦଘାଟନ କରିଥିଲେ । ଏଥିରେ ଜେଏସପିର ଲଜିଷ୍ଟିକ୍ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

ଏହି ଶିବିରରେ ପ୍ରାୟ ୫୦୦ରୁ ଅଧିକ ଟ୍ରାଇଭରଙ୍କ ଆଖି ପରୀକ୍ଷା କରାଯିବା ସହ ଆବଶ୍ୟକତା ଅନୁସାରେ ଚଷମା ପ୍ରଦାନ କରାଯାଇଥିଲା । ସେହିପରି ଜରୁରୀକାଳିନ ସମୟରେ ଜୀବନ ରକ୍ଷା ପାଇଁ ପ୍ରତିକ୍ରିୟାଶୀଳ ହେବା ସହ ସ୍ଥିତିର ମୁକାବିଲା ପାଇଁ ଡ୍ରାଇଭରମାନଙ୍କୁ ପ୍ରାଥମିକ ଚିକିତ୍ସାର ତାଲିମ ପ୍ରଦାନ କରାଯାଇଥିଲା ।

ଡ୍ରାଇଭରମାନଙ୍କ ଦୃଷ୍ଟିଶକ୍ତିରେ ସୁଧାର ଏବଂ ଜରୁରୀ ସ୍ଥିତିର ମୁକାବିଲା କ୍ଷେତ୍ରରେ ଦକ୍ଷତା ବୃଦ୍ଧି ଲକ୍ଷ୍ୟରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା । ଯାହାଫଳରେ ସଡ଼କ ସୁରକ୍ଷା ସପ୍ତାହର ଲକ୍ଷ୍ୟ ସାଧିତ ହୋଇପାରିବ । ଏହି ଶିବିରରେ ପ୍ରାୟ ୧୦୦୦ ଡ୍ରାଇଭର ଏବଂ ପରିବହନ ପ୍ରତିନିଧି ଅଂଶଗ୍ରହଣ କରିଥିଲେ । ଏହି ଆୟୋଜନ, ସମାଜ କଲ୍ୟାଣ ଏବଂ ନିରାପଦ ପରିବହନ ପାଇଁ ଜେଏସପିର ପ୍ରତିବଦ୍ଧତାକୁ ସୂଚିତ କରୁଛି ।

Advertisement

ଏଠାରେ ସୂଚନାଯୋଗ୍ୟ ଯେ, ଜେଏସପିର କର୍ପୋରେଟ ସାମଜିକ ଦାୟିତ୍ୱ ବିଭାଗ (ଜେଏସପି ଫାଊଣ୍ଡେସନ) ପକ୍ଷରୁ ଏହାର “ଦୃଷ୍ଟି” କାର୍ଯ୍ୟକ୍ରମ ମାଧ୍ୟମରେ ୧୨ ହଜାର ୨୮ ଜଣ ଟ୍ରକ୍ ଡାଇଭରଙ୍କ ଆଖି ପରୀକ୍ଷା କରିବା ସହ ଦୃଷ୍ଟିଶକ୍ତିରେ ସୁଧାର ଆଣିବା ପାଇଁ ଉଦ୍ୟମ ହୋଇସାରିଛି । ଯେଉଁଥିରେ ଅନୁଗୁଳର ୪ ହଜାର ୯୮୭ ଟ୍ରକ୍ ଡାଇଭର ଅର୍ନ୍ତଭୁକ୍ତ।

Leave a Reply

Your email address will not be published. Required fields are marked *