Angul News: ଅନୁଗୋଳ ଜିଲ୍ଲା ବିଜେଡ଼ି ଲିଗାଲ ଫ୍ରଣ୍ଟର ସମ୍ମିଳନୀ

Advertisement

ଅନୁଗୋଳ (ସୁବ୍ରତ ପଟ୍ଟନାୟକ) ଅଦ୍ୟ ଅନୁଗୋଳ ଜିଲ୍ଲା ବିଜେଡ଼ି ଲିଗାଲ ପ୍ରଣ୍ଟର ଜିଲ୍ଲା ସମ୍ମିଳନୀ ଅନୁଗୋଳ ର ପ୍ରଶାନ୍ତି ହୋଟେଲ ଠାରେ ଅନୁଷ୍ଠିତ ହୋଇଯାଇଅଛି ଏହି ସମ୍ମିଳନୀ ରେ ଅନୁଗୋଳ ଜିଲ୍ଲାର ସମସ୍ତ ବାର ଆସୋସିଏସନରୁ ସଦସ୍ୟ ଓ ସଦସ୍ୟା ମାନେ ଅଂଶ ଗ୍ରହଣ କରିଥିଲେ । ଉକ୍ତ ସମ୍ମିଳନୀରେ ଓଡ଼ିଶା ପ୍ରଦେଶର ବିଜେଡ଼ି ଲିଗାଲ ଫ୍ରଣ୍ଟରର ସଭାପତି ତଥା ଓଡ଼ିଶା ହାଇ କୋର୍ଟର ବରିଷ୍ଠ ଓକିଲ ମିଲନ କାନୁନଗୋ, ଉପଦେଷ୍ଠା ଶୀତାଂସୁ ମୋହନ ଦ୍ବିବେଦୀ , ତାଳଚେରର ମାନ୍ୟବର ବିଧାୟକ ବ୍ରଜକିଶୋର ପ୍ରଧାନ, ଆଠମଲ୍ଲିକର ମାନ୍ୟବର ବିଧାୟକ ରମେଶ ଚନ୍ଦ୍ର ସାଏ, ଓ ବିଜେଡ଼ି ଜିଲ୍ଲା ସଭାପତି ମହେନ୍ଦ୍ର କୁମାର ବସ୍ତିଆ, ପ୍ରମୁଖ ଉଦବୋଧନ ଦେଇଥିଲେ। ସମ୍ମିଳନୀକୁ ଓଡ଼ିଶା ବିଧାନସଭାର ଉପବାଚସ୍ପତି ମାନ୍ୟବର ରଜନୀକାନ୍ତ ସିଂହ ଉଦଘାଟନ କରି ଲିଗାଲ ଫ୍ରଣ୍ଟର ସଦସ୍ୟମାନଙ୍କୁ ତାଙ୍କ ବହୁମୂଲ୍ୟ ଉପଦେଶ ପ୍ରଦାନ କରିଥିଲେ।

ସମ୍ମିଳନୀର ପ୍ରାରମ୍ଭରେ ବରିଷ୍ଠ ଆଇନଜୀବୀ ଦିଲ୍ଲୀପ ମହାନ୍ତି ସ୍ୱାଗତ ଭାଷଣ ସହିତ ଅତିଥି ମାନଙ୍କ ସଂଷିପ୍ତ ପରିଚୟ ପ୍ରଦାନ କରିଥିଲେ ସେମାନଙ୍କୁ ମଞ୍ଚଉପରକୁ ଆମନ୍ତ୍ରଣ କରିଥିଲେ ।ଏହାପରେ ମଞ୍ଚସିନ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଡୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ନୂତନ ଭାବେ ଦାୟିତ୍ୱ ନେଇଥିବ ଅନୁଗୋଳ ଜିଲ୍ଲା ବିଜେଡ଼ି ଲିଗାଲ ଫ୍ରଣ୍ଟର ସଭାପତି ବରିଷ୍ଠ ଆଇନଯିବି ତଥା ମୁଖ୍ୟ ସରକାରୀ ଓକିଲ ପରମା ନନ୍ଦ ମିଶ୍ର ଏହି ସମ୍ମିଳନୀରେ ପୌରହିତକରି ସଭା ପରିଚାଳନା କରିଥିଲେ ।ଓକିଲ ମାନଙ୍କ ନିମନ୍ତେ ନିକଟ ଅତୀତରେ ନବୀନ ବାବୁ ଙ୍କ ସରକାର ନେଇଥିବା ବିଭିନ୍ନ ଓକିଲ କଲ୍ୟାଣକରି ପଦକ୍ଷେପ ଉପରେ ଆଲୋଚନା କରାଯାଇ ଆଗାମିଦିନରେ ଆ ଉକେତେ ହିତୈଷି ପଦକ୍ଷେପ ବାବଦରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଦୁଷ୍ଟି ଆକର୍ଷଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହି ଜିଲ୍ଲା ସଂଗଠନକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଜିଲ୍ଲା ସମସ୍ତ ବାର ଆସୋସିଏସନ ପ୍ରତିନିଧି ଚୟନ କରାଯାଇଥିଲା । ସର୍ବ ଶେଷରେ ତାଳଚେର ବାର ଆସୋସିଏସନ ବରିଷ୍ଠ ଆଇନଯିବି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *