Angul News: ଅନୁଗୋଳ ଜିଲ୍ଲା କଂଗ୍ରେସ ପକ୍ଷରୁ ସୌମ୍ୟାଶ୍ରୀଙ୍କ ଏକାଦଶାହରେ ଶୋକସଭା ଓ ସାମୁହିକ ଦୀପ ଦାନ

Advertisement

ଅନୁଗୋଳ: ଆଜି ପୂର୍ବାହ୍ନରେ ସ୍ଥାନୀୟ କଂଗ୍ରେସ ଭବନଠାରେ ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବାଲେଶ୍ଵର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ଆତ୍ମଦାହ ଜନିତ ମୃତ୍ୟୁ ସାରା ରାଜ୍ୟରେ ନାରୀ ଅସୁରକ୍ଷିତ ଓ ନ୍ୟାୟ ପାଇବାରେ ଅବହେଳିତ ବୋଲି ହୃଦୟଙ୍ଗମ କରି ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ବାନରେ ତାଙ୍କ ଏକାଦଶାହକୁ ଶୋକ ପ୍ରକାଶ କରିବା ସହ ସାମୁହିକ ଦୀପ ଦାନ କରାଯାଇଛି। ଆଜି ଜିଲ୍ଲା ସଭାପତି ଅମ୍ବିକା ପ୍ରସାଦ ଭଟ୍ଟଙ୍କ ନେତୃତ୍ୱରେ ସାମ୍ବାଦିକଙ୍କ ଆତ୍ମାର ସଦଗତି ନିମନ୍ତେ ପ୍ରଥମେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ତାପରେ ତାଙ୍କ ଆତ୍ମାର ଶାନ୍ତି ପାଇଁ ସାମୁହିକ ଦୀପ ଦାନ କରି ରାଜ୍ୟର ସମସ୍ତ ନାରୀ ଆଜି ଅସୁରକ୍ଷିତ ଓ ଉଚିତ ନ୍ୟାୟ ପାଇବାରୁ ବଞ୍ଚିତ ହୋଇ ଏହିଭଳି ଅକାରଣରେ ବହୁ ମୂଲ୍ୟବାନ ଜୀବନକୁ ହରେଇ ଦେଉଛନ୍ତି। ଏଣୁ ଜଗତର ନାଥ ଜଗନ୍ନାଥଙ୍କ ପାଖରେ ଏ ରାଜ୍ୟରେ କିଭଳି ନାରୀମାନେ ନ୍ୟାୟ ପାଇବେ ଓ ରାଜ୍ୟରେ ଦିନକୁ ଦିନ ବଢି ଚାଲୁଥିବା ନାରୀ ନିର୍ଯ୍ୟାତନା ହ୍ରାସ ପାଇବ ପ୍ରାର୍ଥନା କରିଥିଲେ। ଆଜିର ଏହି ଶୋକସଭା ଓ ଦୀପ ଦାନରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ସନତ ପ୍ରଧାନ, ଭଜମନ ଦାସ, ସହଦେବ ବେହେରା, ଅଳକା ମହାପାତ୍ର, କସିଦା ଖାନ, ରମାକାନ୍ତ ପ୍ରଧାନ, କୁନା ସିଂହ, ମହମ୍ମଦ ୱାଲି ହୁସେନ୍ ଖାନ, ବାସୁଦେବ ସାମଲ, ବରୁଣ ସାହୁ, ସନ୍ତୋଷ ଭୋଇ, ପ୍ରଫୁଲ୍ଲ ମୁଖା ପ୍ରମୁଖ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ବୋଲି ଏକ ପ୍ରେସ ଇସ୍ତାହାରରେ ମୁଖପାତ୍ର ଗୋପାଳ ଚନ୍ଦ୍ର ନାଥ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *