Angul News: ଅନୁଗୋଳରେ ବିଭିନ୍ନ ପୂଜା ମଣ୍ଡପ ବୁଲିଲେ କେନ୍ଦ୍ରମନ୍ତ୍ରୀ, ଶକ୍ତି, ମାୟା ଓ ପ୍ରକୃତିର ପ୍ରତୀକ ମା’ ଦୁର୍ଗା: ଧର୍ମେନ୍ଦ୍ର ପ୍ରଧାନ

Advertisement

Angul News: ଅନୁଗୋଳ: ପବିତ୍ର ସପ୍ତମୀ ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) ଶନିବାର ଗୃହ ଜିଲ୍ଲା ଅନୁଗୋଳର ବିଭିନ୍ନ ସ୍ଥାନରେ ଦୁର୍ଗାପୂଜା ମଣ୍ଡପ ବୁଲିବା ସହ ପୂଜା କମିଟି ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି।

  • ଶୁଶୁଡା, ହୁଲୁରିସିଂହା, ଅନୁଗୋଳ ବଜାର, ଶିମିଳିପଡ଼ା, ଅମଲାପଡ଼ାରେ ପୂଜା ମଣ୍ଡପ ବୁଲିବା ସହ ଶାରଦୀୟ ଦୁର୍ଗାପୂଜାର ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ
  • ଅନୁଗୋଳ ଦୁର୍ଗାପୂଜା ସମିତି, ଅମଲା ପଡା ୯୭ ବର୍ଷ ଧରି ସାର୍ବଜନୀନ ଦୁର୍ଗା ପୂଜା ଆୟୋଜନ କରିବା ଗୌରବର ବିଷୟ
  • ଦୁର୍ଗାପୂଜା ହେଉଛି ଆନନ୍ଦ ଓ ଉତ୍ସାହର ପର୍ବ, ଆସୁରିକ ଶକ୍ତି ଉପରେ ଦିବ୍ୟଶକ୍ତି ; ଅସତ୍ୟ ଉପରେ ସତ୍ୟର ଏବଂ ଅନ୍ୟାୟ ଉପରେ ନ୍ୟାୟର ଚିରନ୍ତନ ବିଜୟର ପ୍ରତୀକ
  • ଅନୁଗୋଳରେ ଦୁର୍ଗାପୂଜାରେ ମାତୃଶକ୍ତିଙ୍କ ଯୋଗଦାନ ଅଭୂତପୂର୍ବ

କେନ୍ଦ୍ରମନ୍ତ୍ରୀ ଶୁଶୁଡା, ହୁଲୁରିସିଂହା, ଅନୁଗୋଳ ବଜାର, ଶିମିଳିପଡ଼ା, ଅମଲାପଡ଼ାରେ ପୂଜା ମଣ୍ଡପ ବୁଲିବା ସହ ମା ଦୁର୍ଗାଙ୍କ ଦର୍ଶନ କରିଥିଲେ । ଶାରଦୀୟ ଦୁର୍ଗାପୂଜାର ଅଭିନନ୍ଦନ ଜଣାଇବା ସହ ସେ କହିଛନ୍ତି ଶକ୍ତି, ମାୟା ଓ ପ୍ରକୃତିର ପ୍ରତୀକ ହେଉଛନ୍ତି ମା’ ଦୁର୍ଗା ଏବଂ ଦୁର୍ଗାପୂଜା ହେଉଛି ଆନନ୍ଦ ଓ ଉତ୍ସାହର ପର୍ବ । ଆସୁରିକ ଶକ୍ତି ଉପରେ ଦିବ୍ୟଶକ୍ତି ; ଅସତ୍ୟ ଉପରେ ସତ୍ୟର ଏବଂ ଅନ୍ୟାୟ ଉପରେ ନ୍ୟାୟର ଚିରନ୍ତନ ବିଜୟର ପ୍ରତୀକ ।

ଅନୁଗୋଳରେ ଦୁର୍ଗାପୂଜାରେ ମାତୃଶକ୍ତିଙ୍କ ଯୋଗଦାନ ଅଭୂତପୂର୍ବ । ଅପାର ସମ୍ଭାନାର ଅଞ୍ଚଳ ଅନୁଗୋଳ ଜିଲ୍ଲା ମହାପ୍ରଭୁ ଶ୍ରୀଜଗନ୍ନାଥ, ମା’ ଦୁର୍ଗା, ମା’ ହିଙ୍ଗୁଳା ଓ ମା’ ବୁଢୀ ଠାକୁରାଣିଙ୍କ ଆଶୀର୍ବାଦରୁ ସମ୍ପନ୍ନତାର ଶିଖରରେ ପହଞ୍ଚୁ ଏବଂ ଲୋକଙ୍କ ମଧ୍ୟରେ ସ୍ନେହ, ଭାଇଚାରା ବ୍ୟାପକ ହେଉ । ଦୁର୍ଗାପୂଜାର ଏହି ମହାପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ଆଣିଦେଉ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Advertisement

ଏହାବ୍ୟତିତ ଶ୍ରୀ ପ୍ରଧାନ ଅନୁଗୋଳ ଦୁର୍ଗାପୂଜା ସମିତି, ଅମଲା ପଡାର ବିଶେଷ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି ପୂଜା ସମିତି ୧୯୨୭ ମସିହାରୁ ଦୀର୍ଘ ୯୭ ବର୍ଷ ଧରି ନିରନ୍ତର ଭାବରେ ସାର୍ବଜନୀନ ଦୁର୍ଗା ପୂଜା ଆୟୋଜନ କରିବା ନେଇ ଖୁସିବ୍ୟକ୍ତ କରିବା ସହ ଅନୁଷ୍ଠାନ ସହ ଜଡ଼ିତ ସମସ୍ତ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇଥିଲେ ।

Leave a Reply

Your email address will not be published. Required fields are marked *