Angul News: ବାର୍ଷିକ କ୍ରୀଡା ସମାରୋହ – ୨୦୨୪

Advertisement

Angul News: ତାଳଚେର : ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ଦେଉଳବେଡ଼ା କୋଲିୟରୀର ୩୧ତମ ଖେଳକୁଦ ସମାରୋହ ଗ୍ରୀନଗ୍ରାସ୍ ଷ୍ଟାଡିୟମ ଦେଉଳବେଡ଼ା କୋଲିୟରୀଠାରେ ଗୁରୁବାର ଦିନ ଉଦଘାଟନ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ତାଳଚେର ସ୍ଵୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ମେଜର ସୁବ୍ରତ କୁମାର ଦାସ ଯୋଗଦେଇ ପ୍ରଦ୍ବୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ।

ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ବାବୁଲି ସାମଲ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ବିଦ୍ୟାଳୟର ସଂପାଦକ ଶ୍ରୀଯୁକ୍ତ ସରୋଜ କୁମାର ପ୍ରଧାନ କ୍ରୀଡାର ଆଭିମୁଖ୍ୟ ଉପରେ ମତ ରଖିଥିଲେ। ବିଦ୍ୟାଳୟର ଉପ ସଭାପତି ମନୋରଞ୍ଜନ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ବିଦ୍ୟାଳୟର ୮୦୦ ଜଣ ଛାତ୍ରଛାତ୍ରୀ ଭାଗ ନେବା ସହ ଉତ୍ସବରେ ବିଭିନ୍ନ ସାହାସିକ କାର୍ଯ୍ୟ ପ୍ରଦର୍ଶନ ହୋଇଥିଲା। ୫୦ ଜଣ ଗୁରୁଜୀ ଗୁରୁମା ଏହି କ୍ରୀଡାକୁ ପରିଚାଳନା କରିଥିଲେ।

Advertisement

Leave a Reply

Your email address will not be published. Required fields are marked *