Angul News: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ କୁମ୍ଭୀର ଆକ୍ରମଣରେ ମୃତକଙ୍କ ପରିବାରଙ୍କୁ ଭେଟିଲା ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ

Advertisement

Angul News: ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ପୁରୁଣାକୋଟ ଥାନା ଟିକରପଡା ସାତ କୋଶିଆ ଗଣ୍ଡ ରେ ଶନିବାର ଦିନ କୁମ୍ଭୀର ଆକ୍ରମଣରେ ସେହି ଅଂଚଳର ଟିଭୁ ନାଏକ ଙ୍କର ପୁଅ ସମୀର ନାଏକ (୧୩) ଙ୍କର ମୃତ୍ୟୁ ହୋଇଥିଲା।ଏହାକୁ ନେଇ ଘଟଣା ସ୍ଥଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।ଗ୍ରାମବାସୀମାନେ ବନ ବିଭାଗ କାର୍ଯ୍ୟାଳୟ ଘେରାଉ କରିଥିଲେ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଥିଲେ।କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ଫଳରେ କୁମ୍ଭୀର ଆକ୍ରମଣରେ ମୃତ୍ୟୁବରଣ କରିଥିବା ପରିବାରଙ୍କୁ ମୁଖ୍ୟମନ୍ତ୍ରୀ ୬ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଘୋଷଣା କରିଥିଲେ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶରେ ସୋମବାର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ସେହି ଅଞ୍ଚଳକୁ ଗସ୍ତ କରିଛନ୍ତି। ଏହି ପ୍ରତିନିଧି ମଣ୍ଡଳୀ ରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ବିଜେପି ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ, ଡିଏଫଓ ସରୋଜ ପଣ୍ଡା ପ୍ରମୁଖ ଉକ୍ତ ଗ୍ରାମରେ ପହଂଚି ଗ୍ରାମବାସୀଙ୍କ ସହ ଆଲୋଚନା କରି ଘଟଣା ସ୍ଥଳ ପରିଦର୍ଶନ କରିବା ସହ ମୃତ୍ୟୁବରଣ କରିଥିବା ପରିବାରକୁ ଭେଟିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ୬ ଲକ୍ଷ ଟଙ୍କା ପ୍ରଦାନ କରିବା ସହ ତାଙ୍କ ପରିବାରର ଜଣଙ୍କୁ ଚୁକ୍ତି ଭିତ୍ତିକ ଚାକିରି ସହ ତାଙ୍କ ଝିଅ ପାଠ ପଢ଼ିବାର ବ୍ୟବସ୍ଥା କରାଯିବ ବୋଲି ପ୍ରତିନିଧି ମଣ୍ଡଳୀ ପ୍ରକାଶ କରିଛନ୍ତି।

ସାତକୋଶିଆ ଗଣ୍ଡରେ ଥିବା ଗାଧୁଆ ତୁଠକୁ ସୁରକ୍ଷିତ କରିବା ପାଇଁ ଜାଲି ଲଗାଇବାର ବ୍ୟବସ୍ଥା ତୁରନ୍ତ କରାଯିବା ସହ ଲୋକମାନେ ଭୟଭୀତ ନ ହେବା ପାଇଁ ନିବେଦନ କରିଛନ୍ତି। ଏ ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ତୁରନ୍ତ ବିହିତ ପଦକ୍ଷେପ ନିଆଯିବ ବୋଲି ସେମାନେ ପ୍ରକାଶ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱଜିତ ମିଶ୍ର, ଅନନ୍ତ ବାସୁଦେବ ମହାନ୍ତି, ବିଦ୍ୟାଧର ଚିନାରା ନିରାକାର ଖିଲାର, ଜନାର୍ଦ୍ଦନ ସାହୁ,ଝୁନୁଲତା ପ୍ରଧାନ,ଶରତ ଚନ୍ଦ୍ର ପ୍ରଧାନ, ବେଦବ୍ୟାସ ପ୍ରଧାନ, ବିକାଶ ବେହେରା, ସମୀର ପରିଡା ପ୍ରମୁଖ ବିଜେପି ନେତୃତ୍ୱ ଙ୍କ ସହ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ।

Advertisement

Leave a Reply

Your email address will not be published. Required fields are marked *