Angul News: ଜେଏସପି ଦ୍ୱାରା ୨୫ତମ କାର୍ଗିଲ ବିଜୟ ଦିବସ ପାଳିତ

Advertisement

Angul News: ଅନୁଗୁଳ: ଜିନ୍ଦଲ ଷ୍ଟିଲ ଏବଂ ପାୱାର(ଜେଏସପି) ଅନୁଗୁଳରେ 25 ତମ କାର୍ଗିଲ ବିଜୟ ଦିବସ ଅବସରରେ ଅନେକ କାର୍ଯ୍ୟକ୍ରମ ସହିତ କାର୍ଗିଲ ଯୁଦ୍ଧର ହିରୋ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଦାମୋଦର ମିତ୍ତଲଙ୍କ ନେତୃତ୍ୱରେ ପତାକା ଉତ୍ତୋଳନ ସମାରୋହରୁ ଏହି ଦିନ ଆରମ୍ଭ ହୋଇଥିଲା। ଏହି ଅବସରରେ କମ୍ପାନୀର ଅଧିକାରୀ ଏବଂ କର୍ମଚାରୀମାନେ କାର୍ଗିଲ ଯୁଦ୍ଧ ସମୟରେ ଅସାଧାରଣ ସାହସ ଏବଂ ଦେଶପ୍ରେମ ପ୍ରଦର୍ଶନ କରିଥିବା ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏକ ବିଶେଷ ଉପସ୍ଥାପନାରେ କାର୍ଗିଲ ଯୁଦ୍ଧର ପ୍ରମୁଖ ଦିଗ ଏବଂ ସଶସ୍ତ୍ର ବାହିନୀର ବୀରତ୍ୱ ଆଲୋକପାତ କରାଯାଇଥିଲା।

ଏହି ଅବସରରେ ଜେଏସପି ଅଧ୍ୟକ୍ଷ ତଥା କୁରୁକ୍ଷେତ୍ର ସାଂସଦ ଶ୍ରୀ ନବୀନ ଜିନ୍ଦଲ ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସାହସୀ ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ବାର୍ତ୍ତାରେ କହିଛନ୍ତି, “ମୁଁ ଅମର ସୈନିକମାନଙ୍କୁ ପ୍ରଣାମ କରୁଛି, ଯେଉଁମାନେ ମାତୃଭୂମିର ସୁରକ୍ଷା ପାଇଁ ବଳିଦାନ ଦେଇଛନ୍ତି। ଜାତୀୟ ଗର୍ବ ଏବଂ ସମ୍ମାନ ଭାବରେ କାର୍ଗିଲ ବିଜୟ ଦିବସ ସର୍ବଦା ଆମ ପାଇଁ ପ୍ରେରଣା ଉତ୍ସ ହୋଇ ରହିବ | ଆସନ୍ତୁ ସମସ୍ତେ ଜାତିର ସେବାରେ ଭାରତୀୟ ସେନା ଦ୍ୱାରା ସ୍ଥାପିତ ଉଚ୍ଚ ଆଦର୍ଶକୁ ଅନୁସରଣ କରିବା ଏବଂ ଆମ ଦେଶର ସୁରକ୍ଷା ଏବଂ ସମ୍ମାନ ପାଇଁ ଉତ୍ସର୍ଗୀକୃତ ହେବା | ଦେଶ ସୁରକ୍ଷା ପାଇଁ କାର୍ଗିଲ ବିଜୟ ଦିବସ ସବୁବେଳେ ଆମ ସମସ୍ତଙ୍କୁ ପ୍ରେରଣା ଯୋଗାଇବ।

ଏହା ବ୍ୟତୀତ ଯୁବପୀଢିଙ୍କ ମଧ୍ୟରେ ଦେଶଭକ୍ତି ଭାବନା ଜାଗ୍ରତ କରିବା ପାଇଁ ଓପି ଜିନ୍ଦଲ ସ୍କୁଲରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ମଧ୍ୟ କରାଯାଇଥିଲ | ଏହି ପଦକ୍ଷେପ ଜରିଆରେ ବିଦ୍ୟାଳୟର ପିଲାମାନଙ୍କୁ କଳା ମାଧ୍ୟମରେ କାର୍ଗିଲ ହିରୋମାନଙ୍କ ପ୍ରତି ସେମାନଙ୍କର ଜ୍ଞାନ ଓ ଧାରଣା ବଢାଇବାର ଉଦ୍ୟମ କାରାଯାଇଥିଲା। ଏହିପରି କାର୍ଯ୍ୟକ୍ରମ ମାଧ୍ୟମରେ JSPର କର୍ମଚାରୀ ଏବଂ ଆଖପାଖରେ ବସବାସ କରୁଥିବା ଲୋକଙ୍କ ମନରେ ଦେଶପ୍ରେମର ଭାବନା ସୃଷ୍ଟି କରିବା ସହ ପରବର୍ତ୍ତୀ ପୀଢିଙ୍କୁ ତାଙ୍କ ଜୀବନର ପ୍ରତ୍ୟେକ ଦିନ ମାତୃଭୂମି ପାଇଁ ଉତ୍ସର୍ଗ କରିବାକୁ ପ୍ରେରଣା ଯୋଗାଇବ ବୋଲି ଆଶା ବ୍ୟକ୍ତ କରା ଯାଉଛି।

Advertisement

Leave a Reply

Your email address will not be published. Required fields are marked *