Angul News: ଘଣ୍ଟପଡା ରେଲୱେ ଓଭର ବ୍ରିଜ କାର୍ଯ୍ୟ ତୁରନ୍ତ ସାରିବାକୁ ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ କାଳନ୍ଦି ସାମଲ

Advertisement

ତାଳଚେର: ତାଳଚେର ଅନୁଗୁଳ ମୁଖ୍ୟ ରାସ୍ତାର ଘଣ୍ଟପଡାଠାରେ ନିର୍ମାଣ ହେଉଥିବା ରେଲୱେ ଓଭର ବ୍ରିଜ ଦୀର୍ଘ ଦିନ ହେବ ପଡି ରହିଛି। ଫଳରେ ଘଣ୍ଟା ଘଣ୍ଟା ଧରି ରେଳ ଫାଟକ ବନ୍ଦ ରହିବା ଯୋଗୁଁ ସାଧାରଣ ଲୋକ ଯାତାୟତରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ଆସୁଛନ୍ତି। ବର୍ଷ ବର୍ଷ ବିତି ଯାଇଥିଲେ ମଧ୍ୟ ଓଭର ବ୍ରିଜ କାର୍ଯ୍ୟ ସରି ପାରୁନାହିଁ। ଆଜି ଗୁରୁବାର ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ ଲୋକଙ୍କର ଏହି ସମସ୍ୟା କୁ ନେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ନୂଆଦିଲ୍ଲୀ ରେଳ ଭବନରେ ଭେଟି ଘଣ୍ଟପଡା ରେଲୱେ ଓଭର ବ୍ରିଜ ନିର୍ମାଣ କାର୍ଯ୍ୟ ତୁରନ୍ତ ସାରିବା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏକ ଚିଠି ଲେଖି ରେଳମନ୍ତ୍ରୀଙ୍କୁ ତୁରନ୍ତ ଓଭର ବ୍ରିଜ କାର୍ଯ୍ୟ ସାରିବାକୁ ପଦକ୍ଷେପ ନେବାକୁ ଜଣାଇଛନ୍ତି।

ପ୍ରକାଶ ଥାଉକି ୨୦୧୬ ମସିହାରୁ ଏମସିଏଲ ଉକ୍ତ କାର୍ଯ୍ୟ ପାଇଁ କାର୍ଯ୍ୟାଦେଶ ଦେଇଥିବା ବେଳେ ୨୦୧୮ ମସିହାରେ ସରିବା କଥା କିନ୍ତୁ ସମ୍ପୃକ୍ତ ଠିକାଦାର ସାତ ବର୍ଷ ବିତି ଯାଇଥିଲେ ମଧ୍ୟ ଏ କାର୍ଯ୍ୟ ସରିନାହିଁ। ରେଳମନ୍ତ୍ରୀ ତୁରନ୍ତ ଏ ଦିଗରେ ପଦକ୍ଷେପ ନେଇ କାର୍ଯ୍ୟ ସମୀକ୍ଷା କରି ଶେଷ କରାଯିବ ବୋଲି ଶ୍ରୀ ସାମଲ ଙ୍କୁ କହିଥିବାର ପ୍ରକାଶ।

Advertisement

Leave a Reply

Your email address will not be published. Required fields are marked *