Angul News: ଆଜାଦି କା ଅମୃତ କା ମହୋତ୍ସବ ଅବସରରେ ଚାରାରୋପଣ

Advertisement

Angul News: ସ୍ବାଧୀନତାର ୭୫ ବର୍ଷର ପୂର୍ତ୍ତି ଅବସର ଆୟୋଜିତ ଆଜାଦି କା ଅମୃତ ମହୋତ୍ସବ ଏନଏଚଆଇ ପକ୍ଷରୁ ପାଳନ କରାଯାଇଛି। ଅନୁଗୁଳ ତୁବେଠାରେ ଚାରାରୋପଣ କରି ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଗୋଟିଏ ଦିନରେ ପ୍ରାୟ ୧୦୦୦ରୁ ଊର୍ଦ୍ଧ୍ୱ ଚାରାରୋପଣ କରିଛି ଏନଏଚଆଇ। ବିଶେଷ ଭାବେ ଅନୁଗୁଳ-ସମ୍ବଲପୁର ରାସ୍ତାର ତୁବେ ଠାରେ ସମ୍ପ୍ରସାରଣ ହୋଇଛି ଏହି ମହତ କାର୍ଯ୍ୟ।
ଜଙ୍ଗଲ ନଷ୍ଟ , ମୃତ୍ତିକା କ୍ଷୟ , ବିଶ୍ୱ ତାପମାତ୍ରା ତଥା ଜାତୀୟ ରାଜପଥ ର ପରିବେଶ ଓ ସୌନ୍ଦର୍ଯ୍ୟକରଣ ସହ ଏହି ଚାରାରୋପଣ ସନ୍ତୁଳନ ବୃଦ୍ଧି କରିବ । ଲଗା ଯାଅଥବା ଚାରା ବୃକ୍ଷ ର ରୂପ ନେଇ ଧୂଳି ଓ ବିଷାକ୍ତ ଗ୍ୟାସ ଗ୍ରହଣ କରିବା ସହ ଶବ୍ଦ ପ୍ରଦୂଷଣ କୁ ହ୍ରାସ କରିବ ବୋଲି ଯୁଗ୍ମ ଉପଦେଷ୍ଟା ଡ଼ା ବ୍ରଜ ନାରାୟଣ ମହାନ୍ତି ଦର୍ଶାଇ ଛନ୍ତି ।

ଏହି ଅବସରରେ ପରିଚାଳକ ଜାତୀୟ ରାଜପଥ ଚନ୍ଦନ କୁମାର , ସାଇଟ ଇଞ୍ଜିନିୟର ଶ୍ୱେତା ଷଡଙ୍ଗୀ ଓ ଯୁବ ଉଦ୍ୟାନ କୃଷି ବିଶେଷଜ୍ଞ ଜାତୀୟ ରାଜପଥ ସବୁଜିମା ର ଉପକରିତା ସମ୍ପର୍କରେ ବୁଝାଇଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଅଗ୍ରୱାଲ ଇନ୍ଫ୍ରାବିଲଡ଼ ର ବରିଷ୍ଠ ପ୍ରକଳ୍ପ ଅଧିକାରୀ , ତୁବେ ଉଚ୍ଚ ବିଦ୍ୟାଳୟ ର ଛାତ୍ରଛାତ୍ରୀ, ବାମୁର ସରପଞ୍ଚ ,ତୁବେ ଗ୍ରାମ ସଭାପତି , ତୁବେ ସରପଞ୍ଚ ପ୍ରମୁଖ ଯୋଗ ଦେଇଥିଲେ । ଏହାଛଡା ଏଆଇପିଏଲର କର୍ମଚାରୀ ସହଯୋଗ କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *