Angul Bjp Protest: ଅନୁଗୋଳ ଥାନା ଆଗରେ ବିଜେପି ମହିଳା ମୋର୍ଚ୍ଚାର ଆନ୍ଦୋଳନ

Advertisement

ଅନୁଗୋଳ: ବିଜେପି ମହିଳା ମୋର୍ଚ୍ଚା ନେତ୍ରୀ ମଞ୍ଜୁଲତା ସାହୁଙ୍କୁ ବିଜୁ ଯୁବ ଜନତା ଦଳର ଗୁଣ୍ଡାଙ୍କ ଦ୍ଵାରା ମରଣାତ୍ମକ ଆକ୍ରମଣ ବିରୋଧରେ ଆଜି ଅନୁଗୁଳ ଥାନା ଘେରାଉ କରିଛି ବିଜେପି। ମଞ୍ଜୁଲତାଙ୍କୁ ମରାଣାନ୍ତକ ଆକ୍ରମଣ କରିଥିବା ବିଜେଡି କର୍ମୀ ଅବିନାଶ ପରିଡାଙ୍କୁ ଗିରଫ ସହ , ରାଲିରେ ଯୋଗ ଦେଇ ମୃତ୍ୟ ବରଣ କରିଥିବା ବନିତା ସାହୁଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବାକୁ ଦାବି କରିଛି ଦଳ। ସେପଟେ ଏ ନେଇ ଦୀର୍ଘ ସମୟ ଧରି ବିଜେପି କାର୍ଯ୍ୟକର୍ତା ଥାନା ସମ୍ମୁଖରେ ଧାରଣା ଦେଇଥିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି ପ୍ରତିଶ୍ରୁତି ନ ମିଳିବା ରୁ ଥାନା ର ମୁଖ୍ୟ ଫାଟକ କୁ ବନ୍ଦ କରିଦେଇଥିଲେ ବିଜେପି କର୍ମୀ ।

ଗତକାଲି ବିଜେଡି ମହିଳା ଶାଖା ପକ୍ଷରୁ ଦରଦାମ ବୃଦ୍ଧି ପ୍ରତିବାଦରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିପାଇଁ ଅନୁଗୁଳ ପୌରାଞ୍ଚଳର 15 ୱାର୍ଡର ବନିତା ସାହୁଙ୍କୁ ପ୍ରଲୋଭନ ଦେଖାଇବା ସହ ସରକାରୀ ଯୋଜନାରେ ଘର ପଟା ଦେବାକୁ କହି ଶୋଭାଯାତ୍ରାକୁ ଡାକି ଆଣିଥିଲେ ବିଜେଡି ନେତା । ଶୋଭାଯାତ୍ରାରେ ହଠାତ ସମ୍ପୃକ୍ତ ମହିଳା ଅସୁସ୍ଥ ହେବାପରେ ତାଙ୍କୁ ଅନୁଗୁଳ ଡାକ୍ତରଖାନା ନିଆଯାଇଥିଲା।

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବିଜେପି ମହିଳା ମୋର୍ଚ୍ଚା ନେତ୍ରୀ ମଂଜୁଲତା ସାହୁ ମୃତ ପରିବାରକୁ ସମବେଦନା ଜଣାଇବା ପାଇଁ ଯାଇଥିବା ବେଳେ ଡାକ୍ତରଖାନା ପରିସରରେ ତାଙ୍କୁ ବିଜେଡି ନେତା ଅବିନାଶ ପରିଡା ମରଣାନ୍ତକ ଆକ୍ରମଣ କରିଥିଲେ । ପରେ ମଞ୍ଜୁଲତାଙ୍କୁ ଗୁରୁତର ଅବସ୍ଥାରେ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯିବା ସହ ଅବିନାଶଙ୍କ ବିରୁଦ୍ଧରେ ଅନୁଗୁଳ ଥାନାରେ ଏତଲା ଦିଆଯାଇଥିଲା ।

Advertisement

ଅଧିକ ଖବର ଜାଣିବା ପାଇଁ ଲାଇକ, ଫଲୋ, ସେୟାର ଓ ସବସ୍କ୍ରାଇବ କରନ୍ତୁ।

https://www.broadcastingindia.com/

https://www.youtube.com/channel/UC2Pp1Oa8wEIbs4Sn4D35pXQ

https://www.facebook.com/broadcastingindia365

Leave a Reply

Your email address will not be published. Required fields are marked *