Angul News: ଜାତୀୟ ରାଜପଥ ସମସ୍ୟା କୁ ନେଇ ବିଜେପି ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଭେଟିଲା

Advertisement

ତାଳଚେର: ତାଳଚେର ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ ୧୪୯ ମରଣଯନ୍ତା ପାଲଟିଛି। ତାଳଚେର ତାଳବେଡା ଠାରୁ ବନରପାଳ ପର୍ଯ୍ୟନ୍ତ ଜାତୀୟ ରାଜପଥର ଅବସ୍ଥା ଶୋଚନୀୟ ହୋଇପଡିଛି। ୩୦ ବର୍ଷ ପୂର୍ବରୁ ଯେଉଁଭଳି ରାସ୍ତା ଥିଲା ଆଜି ମଧ୍ୟ ସେହିପରି ରାସ୍ତା କିନ୍ତୁ ଏହି ରାସ୍ତା ଉପରେ ଯାନବାହାନ ବହୁଗୁଣ ବୃଦ୍ଧି ପାଇଛି। ଦୈନିକ ହଜାର ହଜାର ଭାରୀଯାନ ଉକ୍ତ ରାସ୍ତା ଦେଇ ଚଳପ୍ରଚଳ କରୁଛି। କଣିହାଁ, ପାଲଲହଡା, ବନରପାଳ, ପରଜଙ୍ଗ, କାମାକ୍ଷା ନଗର ସବୁ ଅଞ୍ଚଳକୁ ଯିବା ପାଇଁ ତାଳଚେର ବାସୀଙ୍କର ଏହା ମୁଖ୍ୟ ରାସ୍ତା ଅନ୍ୟ କୌଣସି ବିକଳ୍ପ ନାହିଁ, ଫଳରେ ଦୈନିକ ହଜାର ହଜାର ଜନସାଧାରଣ ଉକ୍ତ ରାସ୍ତା ଉପରେ ନିର୍ଭରଶୀଳ।

ଦେନିକ ଉକ୍ତ ରାସ୍ତାରେ ଦୁର୍ଘଟଣା ଘଟି ବହୁ ଧନ ଜୀବନ ନଷ୍ଟ ହେଉଛି। ବହୁବାର ଉକ୍ତ ରାସ୍ତା ସମସ୍ୟା ନେଇ ଅଞ୍ଚଳବାସୀ ଆନ୍ଦୋଳନ କରି ଆସୁଛନ୍ତି। ଏହି ରାସ୍ତାରେ ଗଲେ କେତେବେଳେ ପହଁଚିବେ, ସୁରକ୍ଷିତ ଭାବେ ପହଁଚିବେ ନା ନାହିଁ କହି ହେବ ନାହିଁ। ତାଳଚେରବାସୀଙ୍କର ଏହା ଏକ ମୁଖ୍ୟ ସମସ୍ୟା। ବିଜେପି ପକ୍ଷରୁ ଉକ୍ତ ଜାତୀୟ ରାଜପଥର ସମସ୍ୟାକୁ ନେଇ ଏକ ପ୍ରତିନିଧି ମଣ୍ଡଳୀ ତାଳଚେର ଉପଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା, ଜିଲ୍ଲା ସମ୍ପାଦକ ପ୍ରଶାନ୍ତ ନନ୍ଦ ଓ ସନ୍ଥପଡା ସରପଞ୍ଚ ଉପ ଜିଲ୍ଲାପାଳଙ୍କୁ ଭେଟି ଉକ୍ତ ରାସ୍ତାର ଉର୍ନ୍ନତି କରଣ, ଟ୍ରାଫିକ ବ୍ୟବସ୍ଥା ଓ ନିୟମିତ ଭାବେ ୨୪ ଘଣ୍ଟିଆ ପେଟ୍ରୋଲିଙ୍ଗ ବ୍ୟବସ୍ଥା କରିବା ପାଇଁ ଲିଖିତ ଭାବେ ଜଣାଇଛନ୍ତି।

Advertisement

Leave a Reply

Your email address will not be published. Required fields are marked *