Angul News: ତାଳଚେରରେ ବ୍ୟାପକ ମାଟି, ବାଲି ମୋରମ ଚୋରା ଚାଲାଣ ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ବିଜେପି ନେତା

Advertisement

ତାଳଚେର: ତାଳଚେର ରେ ବ୍ୟାପକ ଭାବେ ମାଟି, ବାଲି, ମୋରମ ର ଚୋରା ଚାଲାଣ ଚାଲୁଥିବା ନେଇ ଜିଲ୍ଲାପାଳ ଙ୍କ ଠାରେ ଅଭିଯୋଗ କରାଯାଇଛି |ଆଜି ସୋମବାର ତାଳଚେର ରେ ଜିଲ୍ଲାପାଳ ଙ୍କ ଅଭିଯୋଗ ପ୍ରକୋଷ୍ଠ ରେ ବିଜେପି ଅନୁଗୁଳ ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ ଓ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା ଙ୍କ ସମେତ ବହୁ ବିଜେପି ନେତା ଜିଲ୍ଲାପାଳ ଓ ଏସ୍ପି ଙ୍କୁ ଭେଟି ଲିଖିତ ଭାବେ ଅଭିଯୋଗ କରିଛନ୍ତି |ସମଗ୍ର ତାଳଚେର ଉପଖଣ୍ଡ ରେ ବାଲି, ମାଟି ,ମୋରମ ର ବ୍ୟାପକ ଭାବେ ଚୋରା ଚାଲାଣ ଚାଲିଛି |ଅହେତୁକ ଭାବେ ଚୋରା ଚାଲାଣ ବୃଦ୍ଧି ପାଉଛି |ରାଜ୍ୟ ସରକାର ଙ୍କର ନିୟମ କଡାକଡି ଭାବେ ପାଳନ କରିବା ପାଇଁ ସ୍ପଷ୍ଟ ନିର୍ଦେଶ ଥିବା ସତ୍ୱେ ପ୍ରଶାସନ ଅଣଦେଖା କରୁଛି |

ରାଜ୍ୟ ସରକାର ଜିଲ୍ଲା ସ୍ତରରେ ଏବଂ ଉପଖଣ୍ଡ ସ୍ତରରେ ଟାସ୍କ ଫୋର୍ସ ଗଠନ କରି ଲଘୁ ଖଣିଜ ଦ୍ରବ୍ୟ ର ଚୋରା ଚାଲାଣ ରୋକିବା ପାଇଁ ଶକ୍ତ ପଦକ୍ଷେପ ଗ୍ରହଣ କରିବାକୁ ସ୍ପଷ୍ଟ ନିର୍ଦେଶ ଦେଇଛନ୍ତି, କିନ୍ତୁ ବାସ୍ତବ ରେ ତାକୁ ସଠିକ ଭାବେ କାର୍ଯ୍ୟକାରୀ କରାଯାଉ ନ ଥିବାରୁ ଜିଲ୍ଲାପାଳଙ୍କୁ ଏ ବିଷୟରେ ଅବଗତ କରାଯାଇଛି| ତାଳଚେର ଗୁରୁଜାଙ୍ଗୁଲି ପଂଚାୟତ ରେ ଚାଲିଥିବା ରେଲୱେ କାର୍ଯ୍ୟରେ ବ୍ୟାପକ ଭାବେ ମାଟି, ବାଲି, ମୋରମ ଚୋରା ଭାବେ ବ୍ୟବହୃତ ହେଉଥିବା ଏବଂ ଚାଷ ଜମି କୁ ଖୋଳି ନଷ୍ଟ କରି ଗାଇ ଗୋରୁ ସାଧାରଣ ଲୋକଙ୍କୁ ମୃତ୍ୟୁ ମୁଖକୁ ଠେଲି ଥିବା କାର୍ଯ୍ୟ ବିରୁଦ୍ଧରେ ଲିଖିତ ଭାବେ ଜିଲ୍ଲାପାଳ ଙ୍କୁ ଜଣା ଯାଇଛି |

ଏ ଦିଗରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ କହିଛନ୍ତି |ସେହିପରି କର୍ଣ୍ଣପୁର ଗ୍ରାମରେ ଗ୍ରାମ୍ୟ ଉର୍ଣ୍ଣୟନ ରାସ୍ତା କାର୍ଯ୍ୟ ପାଇଁ ତହସିଲଦାର ଜମି ଚିହ୍ନଟ ଦେବା ପାଇଁ ସେମାନେ ଜିଲ୍ଲାପାଳ ଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ |ଜିଲ୍ଲାପାଳ ଙ୍କର ଅଭିଯୋଗ ପ୍ରକୋଷ୍ଟ ସଠିକ ଭାବେ ପ୍ରଚାର ପ୍ରସାର କରାଯାଉ ନାହିଁ, ସାଧାରଣ ଲୋକଙ୍କୁ ସମସ୍ତ ପଂଚାୟତ, ଗ୍ରାମ, ୱାର୍ଡ ତଥା ଗଣମାଧ୍ୟମ ରେ ପୂର୍ବରୁ ସଠିକ ଭାବେ ସୂଚନା ଦେବା ପାଇଁ ବ୍ୟବସ୍ଥା କରିବା ପାଇଁ ପର୍ଶୁରାମ ବାରିକ ଜିଲ୍ଲାପାଳ ଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ଏ ଦିଗରେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ପ୍ରକାଶ କରିଥିଲେ |ଏସ୍ପି ଙ୍କୁ ଟ୍ରାଫିକ ସମସ୍ୟା ତଥା ଚୋରା ଚାଲାଣ ତଥା ଅନ୍ୟାନ୍ୟ ସମସ୍ୟା ଉପରେ ଅନୁରୂପ ଭାବେ ଅବଗତ କରାଯାଇଥିଲା |ଉକ୍ତ କାର୍ଯ୍ୟକ୍ରମ ରେ ବିଜେପି ନେତା ଗୋପାଳି ସାହୁ, ଅଜୟ ସାହୁ, ଲିକୁନ କାଞ୍ଜି, ସୁଶାନ୍ତ କୁମାର ମହାନ୍ତି ଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।

Advertisement

Leave a Reply

Your email address will not be published. Required fields are marked *