Angul News: ଅନୁଗୋଳ: ନ୍ଯାଯ୍ଯ ଦାବିରେ ଓଡ଼ିଶା ରାଜସ୍ବ ଅମଲା ସଂଘ ଆହ୍ବାନରେ ଚାଲିଥିବା ରାଜ୍ଯ ବ୍ଯାପୀ ଆନ୍ଦୋଳନକୁ ଅଲ୍ ଇଣ୍ଡିଆ ୟୁନାଇଟେଡ ଟ୍ରେଡ ୟୁନିୟନ ସେଣ୍ଟର ( ଏଆଇୟୁଟିୟୁସି) ଓଡ଼ିଶା ରାଜ୍ଯ କମିଟି ପକ୍ଷରୁ ସମର୍ଥନ କରିବା ସଙ୍ଗେ ସଙ୍ଗେ ଦାବିପୂରଣ କରିବାକୁ ରାଜ୍ଯ ସରକାରଙ୍କ ନିକଟରେ ଦାବି କରାଯାଇଛି। ରାଜସ୍ବ ଅମଲା ସଂଘ ଅନୁଗୁଳ ଜିଲ୍ଲା ଶାଖା ପକ୍ଷରୁ ଆୟୋଜିତ ଆନ୍ଦୋଳନ ସ୍ଥଳରେ ଗୁରୁବାର ପୂର୍ବାହ୍ନରେ ଏଆଇୟୁଟିୟୁସି ଓଡିଶା ରାଜ୍ଯ ସମ୍ପାଦକ ଜୟସେନ ମେହେର ଉପସ୍ଥିତ ହୋଇ ସଂଘର ଦାବିଗୁଡିକ ନ୍ୟାୟସଙ୍ଗତ ବୋଲି ମତବ୍ୟକ୍ତ କରିଥିଲେଏବଂ ସଂଘ ପକ୍ଷରୁ ଉପସ୍ଥାପିତ ନ୍ଯାଯ୍ଯ ୧୦ଦଫା ଦାବିକୁ ରାଜ୍ଯ ସରକାର ଅବିଳମ୍ବେ ପୂରଣ କରି ସରକାରୀ ଅଫିସଗୁଡିକରେ ସୃଷ୍ଟି ହୋଇଥିବା ଅଚଳାବସ୍ଥାକୁ ଦୂର କରିବା ପାଇଁ ଦାବି କରିଛନ୍ତି। ରାଜସ୍ବ କର୍ମଚାରୀଙ୍କ ଆନ୍ଦୋଳନକୁ କୃଷକ ,ଶ୍ରମିକ ତଥା ଶ୍ରମଜୀବୀ ଜନସାଧାରଣ ସମର୍ଥନ କରିବା ନିମନ୍ତେ ସେ ନିବେଦନ କରିଛନ୍ତି।
Angul News: ରାଜସ୍ବ ଅମଲା ସଂଘର ଆନ୍ଦୋଳନକୁ ଏଆଇୟୁଟିୟୁସି ପକ୍ଷରୁ ସମର୍ଥନ

