BJD Foundation Day: ଅନୁଗୋଳ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସ ପାଳିତ

Advertisement

Angul News: ଅନୁଗୋଳ: ବିଜୁ ଜନତା ଦଳର ୨୮ ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ପ୍ରଥମେ ଅନୁଗୋଳ ବିଜୁ ମଇଦାନ ସ୍ଥିତ ପ୍ରବାଦ ପୁରୁଷ ମହାନ ଜନନାୟକ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା। ଏଥି ସହିତ ଅନୁଗୋଳ ପୌରପାଳିକା ଟାଉନ ହଲ ଠାରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ଅନୁଗୋଳର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପୂର୍ବତନ ଉପ – ବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ ଯୋଗଦେଇଥିଲେ। ଅନ୍ୟତମ ଅତିଥି ଭାବେ ଜିଲ୍ଲା ବିଜେଡି ସଭାପତି ଶ୍ରୀ ମହେନ୍ଦ୍ର ବସ୍ତିଆ, ଅନୁଗୋଳ ନଗରପାଳ ଶ୍ରୀ ଅକ୍ଷୟ କୁମାର ସାମନ୍ତ, ଅନୁଗୋଳ ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ସାହୁ, ବଅଁରପାଳ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ନାଥ, ଜିଲ୍ଲା ପରିଷଦ ସଭ୍ୟ ଗୋପାଳ ନାଏକ, ଜିଲ୍ଲା ପରିଷଦ ସଭ୍ୟ ଧୂର୍ବ ଦେହୁରୀ, ଜିଲ୍ଲା ପରିଷଦ ସଭ୍ୟ ଦିଲ୍ଲୀପ ପ୍ରଧାନ, କାଉନସିଲର ସୂର୍ୟସ୍ନାତା ସାହୁ, କାଉନସିଲର ଟୁଣୀ ପ୍ରଧାନ, କାଉନସିଲର ସୁଶିଲ ମୁଖି, କାଉନସିଲର ସଦାନନ୍ଦ ପଣ୍ଡା, କାଉନସିଲର ବଳରାମ ଜେନା, କାଉନସିଲର ଶଙ୍କର ସେଠୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ନିର୍ମଳ ଗଡ଼ନାୟକ, ବାଉରୀ ବନ୍ଧୁ ସାହୁ, ତ୍ରିଲୋଚନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ପ୍ରିୟଦର୍ଶୀ ପଟ୍ଟନାୟକ ସଭାପତିତ୍ବରେ କରିଥିଲେ।

ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି ସରକାର ସମୟରେ ୨୪ ବର୍ଷର ସଫଳତା ଓ ହୋଇଥିବା ବିକାଶ କାର୍ଯ୍ୟ ଉପରେ ନେତା ଆଲୋକପାତ କରିଥିଲେ। ଏଥି ସହିତ ବର୍ତ୍ତମାନର ସରକାରଙ୍କ ଟାଳଟୁଳ ନୀତି ଏବଂ ଓଡ଼ିଶାବାସୀଙ୍କ ପ୍ରତି ନିର୍ବାଚନ ବେଳେ ଦେଇଥିବା ପ୍ରତିଶ୍ରୁତି କିଭଳି ଭାବେ ପ୍ରତାରଣା ହୋଇଛି ଆଲୋଚନା ହୋଇଥିଲା। ଆଗାମୀ ଦିନରେ ପ୍ରତିଟି ବିଫଳତା ଉପରେ ତୀବ୍ର ବିରୋଧ କରିବା ନେଇ ମୁଖ୍ୟତଃ ଆଲୋଚନା ହୋଇଥିଲା। ଉକ୍ତ ସଭାରେ ପଞ୍ଚାୟତ o ୱାର୍ଡ ସ୍ତରୀୟ ନେତୃମଣ୍ଡଳୀ ଏବଂ ବିଜୁ ମହିଳା ଯୁବ ଓ ଛାତ୍ର ଜନତା ଦଳର ସଭ୍ୟ ଉପସ୍ଥିତ ଥିଲେ। ଅରୁଣାଭ ସିଂହ ସମସ୍ତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ

Advertisement

Leave a Reply

Your email address will not be published. Required fields are marked *