Angul News: ଚକବନ୍ଧୀ ଉଚ୍ଛେଦ ସମ୍ପର୍କରେ ରାଜସ୍ୱମନ୍ତ୍ରୀଙ୍କ ସହିତ ଆଲୋଚନା

Advertisement

Angul News: ଅନୁଗୋଳ: ଅନୁଗୁଳ ଜିଲ୍ଲା ଚାଷୀ ସୁରକ୍ଷା କମିଟିର ସମ୍ପାଦକ ଶ୍ରୀ ହେମନ୍ତ କୁମାର ଦାସଙ୍କ ନେତୃତ୍ୱରେ କାଳୀଚରଣ ପ୍ରଧାନ, ରବିନ୍ଦ୍ର କୁମାର ଧର, ଅବସରପ୍ରାପ୍ତ ତହସିଲଦାର ବସନ୍ତ ଦାସ, ରବିନ୍ଦ୍ର କୁମାର ସାହୁ ଓ କୁଳମଣି ସାହୁ ପ୍ରମୁଖ ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କୁ ଭୁବନେଶ୍ୱରସ୍ଥିତ ତାଙ୍କ ବାସଭବନ କାର୍ଯ୍ୟାଳୟରେ ସାକ୍ଷାତ କରିଥିଲେ । ଅନୁଗୁଳ ଜିଲ୍ଲାର ଚକବନ୍ଦୀ ସମସ୍ୟା ଉପରେ ସଂଗଠନ ତରଫରୁ ଆଲୋକପାତ କରିବା ସହିତ ଚକବନ୍ଦୀ ଉଚ୍ଛେଦ ନିମିତ୍ତ ଏକ ଦାବିପତ୍ର ମାନ୍ୟବର ରାଜସ୍ୱ ମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ । ମନ୍ତ୍ରୀ ମହୋଦୟ ସଂଗଠନର କର୍ମକର୍ତ୍ତାଙ୍କ ସହିତ ଚକବନ୍ଦୀ ସମସ୍ୟାର ନିରାକରଣ ନିମିତ୍ତ ସକାରାତ୍ମକ ମତ ପ୍ରଦାନ କରିଥିଲେ । ଆଗାମୀ ୧୦ଦିନ ମଧ୍ୟରେ ରାଜସ୍ୱ ମନ୍ତ୍ରୀଙ୍କ ଉପସ୍ଥିତିରେ ଜିଲ୍ଲା ପ୍ରଶାସନ ଓ ଚାଷୀ ସୁରକ୍ଷା କମିଟିର ଏକ ବୈଠକ ହୋଇ ଚକବନ୍ଦୀ ଉଚ୍ଛେଦ ସମ୍ପର୍କରେ ଏକ ପୁଙ୍ଖାନୁପୁଙ୍ଖ ଆଲୋଚନା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କରାଯିବା ପାଇଁ ରାଜସ୍ୱ ମନ୍ତ୍ରୀ ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ତତ୍ପରେ କ୍ୟାବିନେଟ୍ ବୈଠକରେ ଆଇନ୍କୁ ସଂଶୋଧନ କରାଯିବା ପାଇଁ ସମସ୍ତ ପ୍ରକାର ସରକାରୀ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ମହୋଦୟ ସ୍ପଷ୍ଟ କରିଥିଲେ । କମିଟିର ନିଷ୍ପତ୍ତି ଅନୁଯାୟୀ ସରକାର ଚକବନ୍ଦୀ ଉଚ୍ଛେଦ ନକରିବା ପର୍ଯ୍ୟନ୍ତ ବିଭିନ୍ନ ଚକବନ୍ଦୀ ଗ୍ରାମରେ ଜମି ଅଧିଗ୍ରହଣ ସ୍ଥଗିତ ରଖାଯାଉ ଏବଂ ପ୍ରଥମେ ଚକବନ୍ଦୀ ଉଚ୍ଛେଦ କରି ପରେ ଜମି ଅଧିଗ୍ରହଣ ପ୍ରକ୍ରିୟା ସରକାର କରିବା ପାଇଁ ସଂଗଠନ ନିଜର ଦାବି ରଖିଛି ।

Advertisement

Leave a Reply

Your email address will not be published. Required fields are marked *