Angul News: ଢେଙ୍କାନାଳ ଲୋକସଭା କ୍ଷେତ୍ରର ବିଭିନ୍ନ ସମସ୍ୟା ନେଇ ଦିଲ୍ଲୀ ଗଲେ ସାଂସଦ ରୁଦ୍ର ନାରାୟଣ ପାଣି

Advertisement

Angul News: ଅନୁଗୁଳ: ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଆଜି ଶନିବାର ସକାଳେ ଦିନ 10 ଟାରେ ଅନୁଗୁଳ ଷ୍ଟେସନ ଠାରୁ ରାଜଧାନୀ ଏକ୍ସପ୍ରେସ ଯୋଗେ ଦିଲ୍ଲୀ ଯାତ୍ରା କରିଛନ୍ତି |ଅନୁଗୁଳ ଷ୍ଟେସନ ଠାରେ ବିଜେପି ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ ଙ୍କ ସମେତ ଶତାଧିକ ବିଜେପି କାର୍ଯ୍ୟକର୍ତା ଓ ସାଧାରଣ ଜନତା ଉପସ୍ଥିତ ରହି ସାଂସଦ ଙ୍କୁ ବିଦାୟ ଦେଇଥିଲେ |ଦୀର୍ଘ ଏକମାସ ହେବ ଢେଙ୍କାନାଳ ଲୋକସଭା କ୍ଷେତ୍ରର ସମସ୍ତ ସାତ ଟି ବିଧାନସଭା କ୍ଷେତ୍ର ପରିଦର୍ଶନ କରିବା ସମୟରେ ଜନସାଧାରଣ ଙ୍କ ପକ୍ଷରୁ ବିଭିନ୍ନ ସମସ୍ୟା ସମ୍ବଳିତ ପତ୍ର କୁ ନେଇ ଦିଲ୍ଲୀ ରେ କେନ୍ଦ୍ର ସରକାର ଙ୍କର ବିଭିନ୍ନ ବିଭାଗ ର ମନ୍ତ୍ରୀ ମାନଙ୍କୁ ଭେଟି ସମସ୍ୟା ର ସମାଧାନ ନିମନ୍ତେ ଅନୁରୋଧ କରାଯିବ ବୋଲି ସାଂସଦ ଶ୍ରୀ ପାଣି ପ୍ରକାଶ କରିଛନ୍ତି |ଦିଲ୍ଲୀ ଗସ୍ତ କାଳରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଡ଼କ ପରିବହନ ମନ୍ତ୍ରୀ ନିତିନ ଜୟରାମ ଗଡ଼କରୀ, ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ, କୋଇଲା ଓ ଖଣି ମନ୍ତ୍ରୀ ଜି କିଷାନ ରେଡ୍ଡୀ ଓ ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଙ୍କୁ ସାକ୍ଷାତ କରି ଢେଙ୍କାନାଳ ଲୋକସଭା କ୍ଷେତ୍ରର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିବା ସହ ସମାଧାନ କରିବା ପାଇଁ ଅନୁରୋଧ କରାଯିବ ବୋଲି ଶ୍ରୀ ପାଣି କହିଛନ୍ତି |ଅନୁଗୁଳ ରେଳ ଷ୍ଟେସନ ଠାରେ ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ ଙ୍କ ସମେତ ଜିଲ୍ଲା ଉପସଭାପତି ଅମୀୟ ତ୍ରିପାଠୀ, ଜିଲ୍ଲା ସାଧାରଣ ସମ୍ପାଦକ ସୁଦିପ ଗଡ଼ନାୟକ, ଜିଲ୍ଲା କୋଷାଧକ୍ଷ ବିଶ୍ୱଜିତ ମିଶ୍ର, ରତ୍ନାକର ସାହୁ, ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ, ସିପୁନ ଦେହୁରୀ ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ |

Advertisement

Leave a Reply

Your email address will not be published. Required fields are marked *